ଯୋଡ଼ା୨୯/୧୨ (ସନ୍ଧାନ ନିୟୁଜ)କୌଣସି ସ୍ଥାନ କୁ ସୁବିଧା ରେ ଯିବାକୁ ହେଲେ ଭଲ ରାସ୍ତା ଟିଏ ଜରୁରୀ ହୋଇ ଥିବା ବେଳେ,ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲୋକଙ୍କ ଗମନା ଗମନ ଜନିତ ସମସ୍ୟା କୁ ପ୍ରାଧାନ୍ୟ ଦେଇ ରାସ୍ତା ନିର୍ମାଣ ରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିବା ଜଣା ପଡିଛି |ବର୍ତମାନ ସରକାର ଙ୍କ ତରଫରୁ ଗାଁ କୁ ଗାଁ ସହିତ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ଯୋଡ଼ା ଯାଉଥିବା ବେଳେ,କେତେକ ଗାଁ କୁ କଂକ୍ରିଟ ସଡ଼କ ଦ୍ୱାରା ସଂଯୋଗ ଯାଇ ଲୋକ ଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆ ଯାଉଛି | ଯୋଡ଼ା ବ୍ଲକ ଖଣି ବହୁଳ ଉପାନ୍ତ ଅଂଚଳ ହୋଇ ଥିବା ବେଳେ ଯୋଡ଼ା ସହର ର ଭେଲି କ୍ଳବ ଠାରୁ କେମ୍ପ ହଟିଙ୍ଗ ପର୍ଯ୍ୟନ୍ତ ଦୈନିକ ଲୋକ ଙ୍କ ଯାତାୟାତ ପାଇଁ ଭଲ ରାସ୍ତା ଖଣ୍ଡିଏ ନଥିବା ଦେଖିବାକୁ ମିଳୁଛି | ଯୋଡ଼ା ବ୍ଲକ କେମ୍ପ ହଟିଂ ଓ ରୋଇଡା ଗ୍ରାମ ର ଲୋକ ମାନେ ଖାଲ ଖମା, ମରମ ଉପରେ ମେଣ୍ଟାଲ ପଥର ବାହାରି ପଡ଼ିଥିବା ରାସ୍ତା ଉପର ଦେଇ ହଇରାଣ ହରକତ ହୋଇ ଦୈନିକ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି | କିଛି ବର୍ଷ ହେବ ସରକାର ଙ୍କ ତରଫରୁ ସୁନା ନଦୀ ଉପରେ ଝୁଲା ପୋଲ ନିର୍ମାଣ କରା ଯାଇ ଥିବା ବେଳେ, ବର୍ତମାନ ଲୋକ ମାନେ ପୋଲ ଉପର ଦେଇ ସାଇକେଲ, ମୋଟର ସାଇକେଲ, କାର ଆଦିରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି | ଯୋଡ଼ା ର ଭେଲି କ୍ଳବ ଠାରୁ ସୁନା ନଦୀ ପର୍ଯ୍ୟନ୍ତ ରାସ୍ତା ଗଡ଼ାଣିଆ ହୋଇ ଥିବା ବେଳେ କେମ୍ପ ହଟିଂ ଓ ରୋଇଡା ଗ୍ରାମ ରୁ ଯୋଡ଼ା କୁ ଦୈନିକ ପାଠ ପଢିବାକୁ ଆସୁଥିବା ସ୍କୁଲ ପିଲା ମାନେ ଯାତାୟାତ ରେ ଆଦୁଵିଧା ହେଉଥିବା ଦେଖିବାକୁ ମିଳୁଛି | ରାସ୍ତା ଖରାପ ଯୋଗୁଁ ଦୈନିକ ରାସ୍ତା ଉପରେ ଦୁର୍ଘଟଣା ହେଉ ଥିବା ଦେଖିବାକୁ ମିଳୁଛି | ରୋଗୀ ଓ ଗର୍ବବତୀ ମହିଳା ମାନେ ଡାକ୍ତର ଖାନା କୁ ଯିବାକୁ ହେଲେ ଜଙ୍ଗଲ ରାସ୍ତା ଦେଇ ଭଦ୍ରା ସାହି ରାସ୍ତା ରେ ଦଶ କିଲୋମିଟର ବୁଲି ଯୋଡ଼ା ସହର କୁ ଚିକିତ୍ସା ପାଇଁ ଆସୁଥିବା ଜଣା ପଡିଛି | ଯଦିଓ ରାସ୍ତା ଟି ଟାଟା କମ୍ପାନୀ ର ଲିଜ ଏରିଆ ରେ ଯାଇଛି କିନ୍ତୁ ସରକାର ଚାହିଁଲେ ରାସ୍ତା ନିର୍ମାଣ ରେ କୌଣସି ଅସୁବିଧା ହେବ ନାହିଁ ବୋଲି ବୁଦ୍ଧିଜୀବୀ ମାନେ ନିଜ ମତ ପ୍ରକାଶ କରିଛନ୍ତି | ତୁରନ୍ତ କେମ୍ପ ହଟିଂ ଗ୍ରାମ କୁ କଂକ୍ରିଟ ସଡ଼କ କିମ୍ବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ସଂଯୋଗ କରିବାକୁ ଗ୍ରାମବାସୀ ମାନେ ତାଙ୍କର ଦାବୀ କେନ୍ଦୁଝର ଜିଲାପାଳ ଙ୍କ ନିକଟରେ ଆମ ଯୋଡ଼ା ପ୍ରତିନିଧି ରମେଶ ମହା ପାତ୍ର ଙ୍କ ନିଉଜ ଜରିଆରେ ଜଣାଇବାକୁ କହି ଥିବା ଜଣା ପଡିଛି |
ଯୋଡ଼ା ରୁ କେମ୍ପ ହଟିଙ୍ଗ କୁ ଯାତାୟାତ କରିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ
|
December 30, 2022 |



