ଯୋଡ଼ା ମହିଳା ଡାକ୍ତର ଙ୍କ ମୃତ୍ୟୁ ଘଟଣା ରେ ପ୍ରେମ, ପ୍ରତାରଣା ର ଗନ୍ଧ ବାରିହୋଇ ପଡୁଛି

Spread the love

ଏହା ମହିଳା ଡାକ୍ତର ଙ୍କ ସ୍ୱାଭାବିକ ମୃତ୍ୟୁ ନା ଆତ୍ମହତ୍ୟା ? ଅନ୍ଧାର ରେ ଯୋଡ଼ା ପୋଲିସ

ଯୋଡ଼ା ୦୨ା୦୧: – ୨୦୨୩ ଜାନୁଆରୀ ମାସ ୧ ତାରିଖ ରେ ଯୋଡ଼ା ଭଳି ସହର ରେ ଜଣେ ଉଚ୍ଚ ଶିକ୍ଷିତା ମହିଳା ଡାକ୍ତର ଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ସମସ୍ତ ଙ୍କୁ ଆଶ୍ଚଯ୍ୟ କରି ଦେଇଛି | ମହିଳା ଡାକ୍ତର ଜଣକ ଯୋଡ଼ା ଟାଉନ ବାନେଇକଳା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ କେନ୍ଦୁଝର ତରଫରୁ ଡାକ୍ତର ଭାବେ ନିଯୁକ୍ତି ହୋଇ ଥିବା ଜଣା ପଡିଛି | ମହିଳା ଡାକ୍ତର ଜଣକ ଡିସେମ୍ବର ମାସ ୩୧ ତାରିଖ ମଧ୍ୟ ରାତ୍ରି ରେ ତାଙ୍କ ଷ୍ଟାଫ ମାନଙ୍କ ସହିତ ଜିରୋ ନାଇଟ ସେଲିବ୍ରେସନ ସାରି ନିଜ ଭଡା ଘର କୁ ଶୋଇବାକୁ ଯାଇଥିଲେ | ତା ପର ଦିନ ଅର୍ଥାତ ଗତ କାଲି ୧ ତାରିଖ ସକାଳ ସମୟ ରେ ମହିଳା ଡାକ୍ତର ଙ୍କ ଡ଼ିଉଟି ଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନ ଆସି ଘରେ ରହିଯାଇ ଥିଲେ | ମହିଳା ଡାକ୍ତର ଜଣକ ସନ୍ଧ୍ୟା ପର୍ଯ୍ୟନ୍ତ ରୁମ ର କବାଟ ନ ଖୋଲି ବାରୁ ପୋଡ଼ଶୀ ମାନେ ଯୋଡ଼ା ପୋଲିସ କୁ ଖବର ଦେଇଥିଲେ | ଯୋଡ଼ା ପୋଲିସ, ବଡ଼ବିଲ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ କବାଟ ଭାଙ୍ଗି ପୋଲିସ ଘର ଭିତର କୁ ପଶି ଥିଲା | ଘର ଭିତରେ ପଲଙ୍କ ଉପରେ ମହିଳା ଡାକ୍ତର ଙ୍କ ମୁତ ଦେହ ପଡିଥିବାର ପୋଲିସ ଦେଖିବାକୁ ପାଇଥିଲା |ଏହା ପରେ ପୋଲିସ ଡାକ୍ତର ଙ୍କ ମୁତ ଦେହ କୁ ତୁରନ୍ତ ନେଇ ଯୋଡ଼ା ଟିସ୍କୋ ମେଡିକାଲ କୁ ନେଇଥିଲା କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ |ଯୋଡ଼ା ପୋଲିସ ଏହାକୁ ଏକ ଅପ ମୃତ୍ୟୁ ମମତା ରୁଜ୍ଜୁ କରି ତଦନ୍ତ ଆଗକୁ ବଢ଼ାଇ ଥିବା ବେଳେ, ପୋଲିସ ଆଗକୁ ଡାକ୍ତର ଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କୁ ଅପେକ୍ଷା କରିଛି |ମହିଳା ଡାକ୍ତର ଙ୍କ ଶବ କୁ ବ୍ୟବଛେଦ ପାଈଁ କେନ୍ଦୁଝର ମୁଖ୍ୟ ଡାକ୍ତର ଖାନା କୁ ପଠା ଯାଇଥିବା ଜଣା ପଡିଛି | ତେବେ ବିଶେଷ ସୂତ୍ର ରୁ ଖବର ନେବା ରୁ ଜଣା ପଡିଛି କି ମହିଳା ଡାକ୍ତର ଶୁଭଶ୍ରୀ କର ଙ୍କ ର ତାଙ୍କ ସ୍କୁଲ ସହ ପାଠି ଓ ବନ୍ଧୁ ଦିବ୍ୟରଞ୍ଜନ ମାଝୀ ଙ୍କ ସହିତ ପ୍ରେମ ସମ୍ପର୍କ ଥିଲା | ଶ୍ରୀ ମାଝୀ ଗୁଆଲି ଅଞ୍ଚଳ ରେ ଖଣି କମ୍ପାନୀ (ଯେ ଏସ ଡବ୍ଲୁ )ଅନୁବାନ୍ଧିତ ଏକ ଏନଜିଓ ମାଧ୍ୟମରେ ଡାକ୍ତର ଭାବେ ନିଯୁକ୍ତି ପାଇ ଥିଲେ | ଶ୍ରୀ ମାଝୀ ଓ ମହିଳା ଡାକ୍ତର ଶୁଭଶ୍ରୀ କର ଙ୍କ ମଧ୍ୟ ରେ ଉଭୟେ ବିବାହ କରିବାର ପ୍ରତିଶୃତି ଦିଆ ନିଆ ହେବା ପରେ ଉଭୟେ ଶାରୀରିକ ସମ୍ପର୍କ ରେ ଥିବାର ସୂଚନା ମିଳିଛି | ଶ୍ରୀ ମାଝୀ ପର ମୁହୂର୍ତ ରେ ଶୁଭଶ୍ରୀ କର ଙ୍କୁ ବିବାହ କରିବା କୁ ମନା କରିଦେବାରୁ ଗତ ଡିସେମ୍ବର ମାସ ୨୦ ତାରିଖ ରେ ମହିଳା ଡାକ୍ତର ଜଣକ ଯୋଡ଼ା ଥାନା ରେ ଦିବ୍ୟରଞ୍ଜନ ମାଝୀ ଙ୍କ ନାମ ରେଏକ ଏତଲା ଦେଇ ଥିବା ଜଣା ପଡିଛି |ଯୋଡ଼ା ଥାନା ଉକ୍ତ ଏତଲା କୁ ଆଧାର କରି ଗତ ଡିସେମ୍ବର ମାସ ୨୦ ତାରିଖ ରେ ଯୋଡ଼ା ଥାନା କେସ ନମ୍ବର ୩୬୩/୨୦ ଭାରତୀୟ ଦଣ୍ଡବିଧି ଆଇନ ଦଫା ୩୬୩ (ଏନ ) ମତେ ଅଭିଯୁକ୍ତ ଦିବ୍ୟରଞ୍ଜନ ମାଝୀ ଙ୍କ ନାମରେ ମାମଲା ପଞ୍ଜିକରଣ ହୋଇ ଥିବା ଜଣା ପଡିଛି |ମହିଳା ଡାକ୍ତର ଜଣକ ବଡ଼ବିଲ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଙ୍କ ନିକଟରେ ନିଜର ବୟାନ ରେକର୍ଡ କରାଇ ଥିବା ମଧ୍ୟ ଜଣା ପଡିଛି |ଏହି ଘଟଣା ରେ ଆଜି ପର୍ଯ୍ୟନ୍ତ ଯୋଡ଼ା ପୋଲିସ ଅଭିଯୁକ୍ତ କୁ ଗିରଫ କରିନ ଥିବା ବେଳେ, କାହା ଚାପ ରେ ଅଭିଯୁକ୍ତ କୁ ଘଣ୍ଟ ଘୋଡା ଯାଉଛି କି ବୋଲି ବୁଦ୍ଧିଜୀବୀ ମୋହଲ ରେ ଆଲୋଚନା ହେଉଛି | ମହିଳା ଡାକ୍ତର ଜଣକ ମାନସିକ ଚାପ ରେ ଥାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସାଧାରଣ ରେ ଆଲୋଚନା ହେଉଛି | ତେବେ ମୃତ୍ୟୁ ଘଟଣା ପୂର୍ଵ ର ଘଟଣାବଳୀ କୁ ଦେଖିଲେ ଅନୁମାନ ହେଉଛି କି ଏହା କେବେ ହେଲେ ମହିଳା ଡାକ୍ତର ଙ୍କ ସ୍ୱାଭାବିକ ମୃତ୍ୟୁ ହୋଇ ଥାଇ ନ ପାରେ | ମହିଳା ଡାକ୍ତର ଜଣକ ତାଙ୍କ ଏତଲା ରେ ତାଙ୍କ ଇଛା ବିରୁଦ୍ଧରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା କଥା ଉଲ୍ଲେଖ କରିଥବା ବେଳେ ମାନସିକ ନିର୍ଯାତନା ଦେଉଥିବା କଥା ପ୍ରକଶ କରିଛନ୍ତି |ତେଵେ ଘଟଣା ଯାହାବି ହେଉ ମହିଳା ଙ୍କ କଲ ରେକର୍ଡ, ହ୍ୱାଟ୍ସଅପ ଚାଟ, ଭିଡିଓ କୋଲିଙ୍ଗ, ଲେପଟପ , ମୋବାଇଲ ଆଦିକୁ ତଦନ୍ତ ପରିସର ଭୁକ୍ତ କୁ ଆଣି, ପୋଲିସ ପ୍ରକୃତ ଅଭିଯୁକ୍ତ କୁ ତୁରନ୍ତ ଗିରଫ କରିବାକୁସାଧାରଣ ରେ ଦାବୀ ହେଉଛି |

Related Posts

About The Author

Add Comment