ସୁନ୍ଦରଗଡ ତା:୧୪/୧/୨୦୨୬(ସନ୍ଧାନ ନ୍ୟୁଜ) ସବଡେଗା ପଞ୍ଚାୟତରେ ଦୁର୍ନୀତି ପରେ ଦୁର୍ନୀତି ଲାଗି ରହିଛି ।ପଞ୍ଚାୟତର ନିରୀହ ଜନତା ଏଥିରେ ଏଥିରେ ସବୁ ସମୟରେ ବଳି ପଡୁଥିବା ଦେଖିବାକୁ ମିଳୁଛି । ଦେଖିବାକୁ ଗଲେ ସାଧାରଣଙ୍କ ଭତ୍ତା କଥା ହେଉ ଅଥବା ବିକଲାଙ୍କ ଙ୍କ ସୁବିଧା କଥା ।ରାସ୍ତା କଥା ହେଉ ଅଥବା ନାଲି ନର୍ଦ୍ଦମା କଥା ।ଦୋକାନ ବଜାର କଥା ହେଉ ଅଥବା ପାଣିର ସୁବିଧା ।ସାଧାରଣ ଲୋକଙ୍କ ମୌଳିକ ଅଧିକାର କଥା ନ କହିବା ଭଲ । ବିଗତ ତିନିରୁ ଚାରି ଯୋଜନା ଧରି ଲାଗି ରହିଛି ଅଞ୍ଚଳ ର ଲୋକଙ୍କ ଉପରେ ମୌଳିକ ଅଧିକାର ର ଚଡ଼କ ହେଲେ ତାହା ସୁଧାର ହେବାର ନାଆଁ ଥମୁନି ।ବିଗତ ତିନି ଯୋଜନାରୁ ପଞ୍ଚାୟତରେ ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ରୁ ରାଜସ୍ବ ହାନି ହେବାରେ ଲାଗିଚି ଯାହା ଆର. ଟି. ଆଇ ତଥ୍ୟ ରୁ ଜଣା ପଡିଛି । ତା ସହିତ ବର୍ଷ ବର୍ଷ ଧରି ସାପ୍ତାହିକ ହାଟକୁ ନେଇ କୋର୍ଟ ରେ କେଶ ଲାଗି ରହିଥିବା ବେଳେ ହାଟ ସ୍ଥାନାନ୍ତରଣ ଦୂରର କଥା ସାପ୍ତାହିକ ହାଟ ର ଉନ୍ନତିକରଣ ଠପ୍ ହୋଇ ପଡ଼ିଛି ।ମୁଖ୍ୟ ରାଜରାସ୍ତା କୁ ଲାଗି ସାପ୍ତାହିକ ହାଟ ଥିବା ବେଳେ ହାଟ ସମୟରେ ସାଧାରଣ ଜନତାଙ୍କ ଜୀବନ ଯିବାର ଆଶଙ୍କାକୁ ବଢ଼ାଇବାରେ ଲାଗିଛି । ସାପ୍ତାହିକ ହାଟ ପରିପାର୍ଶ୍ଵରେ ଥିବା ବିଦେଶୀ ମଦ ଦୋକାନ ଓ ରାଜ୍ୟ ରାଜପଥ ସାଧାରଣ ଜନତାଙ୍କ ମୃତ୍ୟୁର କେନ୍ଦ୍ରବିନ୍ଦୁ ପାଲଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସବଡେଗା ପଞ୍ଚାୟତ ସହିତ ଏକ ବ୍ଲକ ର ମାନ୍ୟତା ଥିବା ବେଳେ ସାଧାରଣ ଜନତାଙ୍କ ପାଇଁ ବସଷ୍ଟାଣ୍ଡ ରେ ଶୌଚାଳୟ ର ବ୍ୟବସ୍ଥା ନାହିଁ । ପାନୀୟ ଜଳର ବ୍ୟବସ୍ଥାରେ ଲୋକେ ରୀତିମତ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି ।ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଅଞ୍ଚଳବାସୀ ଅସୁବିଧା ଭୋଗୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ବର୍ଷ ବର୍ଷ ଧରି ପଞ୍ଚାୟତ କାର୍ଯ୍ୟରେ ଅବହେଳା କାରଣରୁ ପଞ୍ଚାୟତ ର ରାଜସ୍ବ ହାନି ହେବା ସହିତ ପଞ୍ଚାୟତର ଉନ୍ନତି ଠପ ହୋଇ ପଡିଥିବା ଦେଖିବାକୁ ମିଳୁଛି ।ବ୍ଲକ ପ୍ରଶାସନର ଉଦାସୀନ ମନୋଭାବ ପଞ୍ଚାୟତର ପ୍ରଗତି ପଥରେ ବାଧକ ସାଜିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ପଞ୍ଚାୟତ ର ଉନ୍ନତି କୁ ଆଖି ଆଗରେ ରଖି କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
ଯୋଜନା ପରେ ଯୋଜନା ଗଡି ଚାଲିଛି ହେଲେ ରାଜସ୍ବ ହାନି ପଞ୍ଚାୟତ ଉନ୍ନତି ପଥରେ ସାଜିଛି ବାଧକ
|
January 14, 2026 |



