ଯାଜପୁର, ତା ୨୧ା୬ : ଯୋଗ ହେଉଚ୍ଥି ଆମ ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ, ଯାହା ପ୍ରାଚୀନ କାଳରୁ ମନୁଷ୍ୟକୁ ସୁସ୍ଥ, ସବଳ ଓ ନିରାମୟ ଜୀବନ ଯାପନ କରିବାରେ ସହାୟକ ହେବା ସହିତ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଆଦୃତ ହୋଇପାରିଚ୍ଥି । ଆଜିର ଦିବସକୁ ମନେ ପକାଇ ଯୋଗ ପ୍ରଚାର ସମିତି, ଯାଜପୁର ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଚ୍ଥି । ମଙ୍ଗଳବାର ପ୍ରତ୍ୟୁଷରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଆୟୋଜିତ ଯୋଗ ଦିବସକୁ ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ଅକ୍ଷୟ କୁମାର ମଲ୍ଳ୍ିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିବା ସହ ଯୋଗ କେବଳ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଊଦ୍ଦିଷ୍ଟ ନୁହେଁ । ଏହା ମଧ୍ୟ ସାରା ବିଶ୍ୱରେ ସଦ୍ଭାବ ଓ ଶାନ୍ତିର ବାର୍ତ୍ତା ବହନ କରେ । ଏଣୁ ଆଜିର ଦିବସ ସମସ୍ତଙ୍କୁ ନିରୋଗ ରଖିବା ସହିତ ସଭିଙ୍କ ମନରେ ଶାନ୍ତି, ମୈତ୍ରୀ ଓ ପ୍ରୀତି ଭରିଦେଉ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ସମ୍ମାନିତ ଅତିଥି ଭାବେ ଯାଜପୁର ପୈାରପାଳିକାର ଅଧ୍ୟକ୍ଷା ରଂଜୁଲତା ହୋତା ଏବଂ ପୂର୍ବତନ ନଗରପାଳ ଭବ ପ୍ରସାଦ ଦାସ ଆଜିର ଦିବସର ମହନୀୟତା ଉପରେ ଆଲୋକପାତ କରିବା ସହ ଯୋଗ ପରି ଏକ ପୁରାତନ ପଦ୍ଧତିକୁ ସମସ୍ତେ ଆପଣାନ୍ତୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ପ୍ରଚାର ସମିତିର ସମ୍ପାଦକ ସୁବାଷ ଚନ୍ଦ୍ର ତ୍ରିପାଠୀ ପ୍ରାରମ୍ଭିକ ସୂଚନା ଦେବା ସହ ଯୋଗ ପ୍ରଚାର ସମିତିର ସଭାପତି ପ୍ରବୋଧ କୁମାର ନାୟକ ଏବଂ ପତଞ୍ଜଳି ଯୋଗ ସମିତିର ସଭାପତି ମନ୍୍ମଥ କୁମାର ସାମଲ ଏହି କାର୍ଯ୍ୟକ୍ରମର ସୁ ପରିଚାଳନା କରିଥିଲେ । ପରିଶେଷରେ ବରିଷ୍ଠ ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଯୋଗ ପ୍ରଚାର ସମିତି, ପତଞ୍ଜଳି ଯୋଗ ସମିତି ଓ ଯାଜପୁରର ଅନ୍ୟାନ୍ୟ ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ସଂଗଠନର କର୍ମକର୍ତ୍ତା ମାନଙ୍କୁ ନେଇ ଯୋଗାଭ୍ୟାସ ଶିବିର ଅନୁଷ୍ଠିତ ହୋଇଥିଲା । ଯୋଗ ଗୁରୁ ମନ୍ମଥ କୁମାର ସାମଲ ଏବଂ ଯୋଗ ସାଧିକା ଋତୁପର୍ଣ୍ଣା ସାହୁ, ସାଇ ଆଦ୍ୟାଜ୍ୟୋତି ଦାସ ଓ ଅନନ୍ତ କୁମାର ମହାରଣା ଯୋଗୀ ମାନଙ୍କୁ ଯୋଗାଭ୍ୟାସ କରାଇଥିଲେ । ଶେଷରେ ବରିଷ୍ଠ ନାଗରିକ ତଥା ଅନ୍ୱେଷଣ ଥିଏଟରର ସଭାପତି ବୃନ୍ଦାବନ ମିଶ୍ର ଜଟିଳ ଯୋଗାସନ (ଶିର୍ଷାସନ) କରି ସମସ୍ତଙ୍କୁ ଚମତ୍କୃତ କରିଥିଲେ ।
ଯୋଗ ପ୍ରଚାର ସମିତି, ଯାଜପୁର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
|
June 21, 2022 |