କଟକ ସଦର,୧୦।୩,(ନ.ନ୍ୟୁ.ସ.) : ସମାଜ ସେବାକୁ ଭଲ ପାଉଥିବା ଯୁବ ସମାଜସେବୀ ଇଂ.ଶୁଭମ୍ ଜେନା ଜରୁରୀ କାଳୀନ ପରିସ୍ଥିତିରେ ସମ୍ ହସପିଟାଲକୁ ଯାଇ ଜୈନେକ ରୋଗୀକୁ ରକ୍ତଦାନ ଭଳି ମହତ ଦାନ କରି ନିଜର ମାନବୀୟ ଗୁଣର ପରିଚୟ ଦେଇଛନ୍ତି । ଏହି ସେବାକାର୍ଯ୍ୟ ନେଇ ତାଙ୍କୁ କିଶନନଗର ଶିଶୁ ମଙ୍ଗଳ କ୍ଲବ,ସରସ୍ଵତୀ କଳା ପରିଷଦ କନ୍ଦରପୁର,ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ ଓଡ଼ିଶା ପକ୍ଷରୁ ଉତ୍କଳ ହସ୍ପିଟାଲ୍ ଭୁବନେଶ୍ଵର ପ୍ରୋଜେକ୍ଟ ଡିଭିଜନ ସଂଯୋଜକ ଇଂ.ହରେକୃଷ୍ଣ ବହିଦାର,ଯୁବ ସଂଗଠକ ହେମନ୍ତ ଦାସ,ସମାଜସେବୀ ଅଶୋକ ସେଠୀ,ଇଂ. ସେବକ ଶ୍ରୀକାନ୍ତ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଭୁବନେଶ୍ଵର କଳ୍ପନା ନିବାସୀ ଶୁଭମ୍ ଏନ୍ଆଇଟି ଅଗରତାଲା ଠାରେ ମେକାନିକାଲ ଡିଭିଜନରେ ବୈଷୟିକ ଶିକ୍ଷା ଲାଭ କରି ଅଧୁନା କାନାଡା ଠାରେ ପ୍ରତିଷ୍ଠିତ କମ୍ପାନୀରେ କାର୍ଯ୍ୟ କରିବା ସହ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ଯୁବ ସମାଜସେବୀ ଇଂ.ଶୁଭମ୍ ଜେନାଙ୍କ ମାନବୀୟ କାର୍ଯ୍ୟ
|
March 11, 2023 |



