ଯୁବ ବ୍ୟାବସାୟୀଙ୍କ ଅକାଳ ବିୟୋଗ

Spread the love

ଜେନାପୁର,୧୯/୦୨ (ସନ୍ଧାନ ନ୍ୟୁଜ୍): ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ବୃନ୍ଦାଦେଈପୁର ପଞ୍ଚାୟତ ଅଧିନ ଦଇପୁର ଗ୍ରାମର ସ୍ୱର୍ଗତ ବଟକୃଷ୍ଣ ସାହୁଙ୍କ ପୁଅ ଯୁବ ବ୍ୟାବସାୟୀ ସ୍ୱର୍ଗତ ପ୍ରେମାନନ୍ଦ ସାହୁ(୩୫)ଙ୍କର ଗତକାଲି ରାତିରେ ଅକାଳ ବିୟୋଗ ଘଟିଛି । ସେ ଦୀର୍ଘ ୨ ବର୍ଷ ଧରି କୀଡିନି ରୋଗରେ ପୀଡିତ ହୋଇ ଟାଟା ମେଡିକା ହସ୍ପିଟାଲ୍ ରେ ଚିକିତ୍ସିତ ହୋଇ ଆସୁଥିବା ବେଳେ ଘରେ ଚିକିତ୍ସାରେ ରହୁଥିଲେ । ଗତକାଲି ରାତି ୧୧ଟା ସମୟରେ ଖାଇସାରିବା ପରେ ଦେହ ତାଙ୍କର ଅତ୍ୟଧିକ ଧଇଁସଇଁ ହେବାକୁ ଲାଗିଥିଲା । ସଙ୍ଗେସଙ୍ଗେ ତାଙ୍କ ପରିବାର ଲୋକ ଟାଟା ମେଡିକା ହସ୍ପିଟାଲ୍ କଳିଙ୍ଗନଗର ଡୁବୁରୀକୁ ନେଇଯାଇଥିଲେ । ମେଡିକାଲ୍ ର ଇମୋର୍ଜିନିସ୍ ଭର୍ତ୍ତି କରିବାର କିଛି ସମୟ ପରେ ଡାକ୍ତର ପରୀକ୍ଷାରୁ ଜଣାପଡିଲା ଯେ ତାଙ୍କର ମୃତ୍ୟୁ ହୋଇଛି । ସେ ଜେନାପୁର ଅଞ୍ଚଳରେ ଜଣେ ଯୁବ ବ୍ୟବସାୟୀ ଭାବେ ବେଶ୍ ପରିଚିତ ଲାଭ କରିଥିଲେ । ସେ ଜଣେ ପରୋପକାରୀ ମେଳାପି ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶେଷ ଦର୍ଶନ ପାଇଁ ଗ୍ରାମର ଅନେକ ଲୋକ ଓ ସାଙ୍ଗମାନେ ଗୃହରେ ଭିଡ ଜମାଇଥିଲେ । ପରେ ତାଙ୍କ ମୃତ ଶରୀର କୁ ଗ୍ରାମରେ ପରିଭ୍ରମଣ କରାଯାଇ ବ୍ରାହ୍ମଣୀ ନଦୀକୁ ନିଆଯାଇ ବାଲିରେ ସମାଧି ଦିଆଯାଇଥିଲା । ଏଥିରେ ପରିବାରର ଭାଇ,ଭାଉଜ,ଭଉଣୀ,ଭିଣେଇ,ଝିଆରୀ,ପୁତୁରା ,ଭଣଜା,ଭାଣିଜି ଓ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିଲେ ।

Related Posts

About The Author

Add Comment