ବୈପାରିଗୁଡା, ୨୧/୭ (ସନ୍ଧାନ ନିଉଜ) କୋରାପୁଟ ଜିଲ୍ଲାର ବୈପାରିଗୁଡା ସ୍ଥିତ ସହୀଦ ଲକ୍ଷଣ ନାୟକ ଡିଗ୍ରୀ ମହାବିଦ୍ୟାଳୟରେ ଗୋପବନ୍ଧୁ ସେବା ପରିଷଦ ସଂଗଠନ ପକ୍ଷରୁ ଯୁବ ନେତୃତ୍ୱ ଏବଂ ଲିଙ୍ଗଗତ ବୈଷମ୍ୟ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କର୍ମଶାଳା କୁ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ହୀରାମଣି ପୂଜାରୀ ଉଦଘାଟନ କରିଥିଲେ ।ମୁଖ୍ୟ ବକ୍ତା ଭାବେ ବୈପାରିଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ ଯୋଗ ଦେଇ ଦେଶ ଗଠନରେ ଯୁବକ ଙ୍କ ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ ।ଲିଙ୍ଗଗତ ସମସ୍ୟା ସମ୍ପର୍କରେ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପଟ୍ଟନାୟକ ଆଲୋଚନା କରିଥିଲେ ।ଯୁବ ଗୋଷ୍ଠିର ସମାଜ ପ୍ରତି ରହିଥିବା ଆବଶ୍ୟକତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।କାର୍ଯ୍ୟକ୍ରମ କୁ ଗୋପବନ୍ଧୁ ସେବା ପରିଷଦ କାର୍ଯ୍ୟ ପନ୍ଥା ସମ୍ପର୍କରେ ଅବଗତ କରାଇଥିଲେ ।ଶେଷରେ ପ୍ରକଳ୍ପ ସଂଯୋଜକ ଗୁପ୍ତ ଚାଲାଣ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।