ବାରିପଦା, ,15/10 (ସନ୍ଧାନ ନ୍ୟୁଜ୍/ ଲିଙ୍ଗରାଜ ପଣ୍ଡା) :- ସ୍ଥାନୀୟ ସର୍କିଟ ହାଉସ୍ରେ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡ଼ୁ ମଙ୍ଗଳବାର ଅଗ୍ରଣୀ ଆଞ୍ଚଳିକ ବ୍ୟାଙ୍କ ତଥା ବିଭିନ୍ନ ବ୍ୟାଙ୍କର ଅଧୁକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଜିଲ୍ଲାର ଯୁବ ଗୋଷ୍ଠୀ ଓ କୃଷକ ମାନଙ୍କୁ ସ୍ଵାବଲମ୍ବୀ କରିବା ଦିଗରେ ଆଲୋଚନା ହୋଇଥିଲା । ଏହି ଅବସରରେ ସାଂସଦ ଇଂ ଟୁଡ଼ୁ ଭାରତ ସରକାରଙ୍କ ବି ଭି ନ୍ନ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ କିଭଳି ଜିଲ୍ଲାର ଯୁବ ଗୋଷ୍ଠୀଙ୍କୁ ଆତ୍ମ ନିର୍ଭରଶୀଳ କରି ହେବ ଓ କୃଷକ ମାନଙ୍କ ଆୟ ବୃଦ୍ଧି ହୋଇ ପାରିବ ତା ଉପରେ ଗୁରୁତ୍ବ ଦେଇଥିଲେ । ମୟୂରଭଞ୍ଜ ଭଳି ଏକ ବୃହତ ଆଦିବାସୀ ଅଧୁଷିତ ଜିଲ୍ଲାରେ କଳକାରଖାନା ନଥିବାରୁ ନିଜେ ସ୍ଵାବଲମ୍ବୀ ହେଲେ ହିଁ ଲୋକଙ୍କ ଅଭିବୃଦ୍ଧି ହେ ବା ବୋଲି ଆଲୋଚନା ହୋଇଥିଲା । ଏସବୁ ପାଇଁ ବ୍ୟାଙ୍କ ମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଓ ସେଥିପାଇଁ ବ୍ୟାଙ୍କ ମାନଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ସାଂସଦ ଶ୍ରୀଯୁକ୍ତ ଟୁଡୁ ପ୍ରକାଶ କରିଥିଲେ । ଆଗାମୀ ଦିନରେ ସ୍ଵ ରୋଜଗାର ଓ କୃଷି କ୍ଷେତ୍ରକୁ ପ୍ରୋତ୍ସାହନ କରିବା ପାଇଁ ବ୍ୟାଙ୍କ ମାନଙ୍କୁ ନିଜର ପ୍ରକ୍ରିୟାକୁ ସରଳ ଓ ତ୍ବରାନ୍ବିତ କରି ଜନସାଧାରଣ କିଭଳି ସହଜ ହୋଇ ପାରିବ ବୋଲି ସାଂସଦ ଆଲୋଚନା କରିଥିଲେ । ଯେଭଳି ଜଣେ ବ୍ୟକ୍ତି ସହ ଜରେ ବ୍ୟାଙ୍କରୁ ଋଣ ନେଇ ଆତ୍ମ ନିର୍ଭରଶୀଳ ହୋଇପାରିବ ସେଥ ପ୍ରତି ଧାନ ଦେବା ଆବଶ୍ୟକ । ଭାରତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏମ୍ ଏସ ଏମ୍ ଇ, ପିଏମ୍ଇ ଜି ପି, କୃଷି, ମାଛ ଚାଷ, ଉଦ୍ୟାନ୍ କୃଷି ଇତ୍ୟାଦି ସହିତ ସ୍ୱଦେଶୀ ଜିନିଷ ନିର୍ମାଣ ପାଇଁ ସହ ଜରେ ବ୍ୟାଙ୍କ ଗୁଡିକ ଋଣ ପ୍ରଦାନ କଲେ ଜିଲ୍ଲା ବାସୀ ଉପକୃତ ହେବେ ବାଲି ସାଂସଦ ଶ୍ରୀ ଟୁଡ଼ୁ ଦୃଢୋକ୍ତି ପ୍ରକାଶ କରିଥିଲେ । ତେଣୁ ଆଗାମୀ ଦିନରେ ଜିଲ୍ଲାବାସୀ କିପରି ଉପକୃତ ହେବେ ବୋଲି ସାଂସଦ ସରକାରୀ ପ୍ରକ୍ରିୟାକୁ ଜନସାଧାରଣ ଙ୍କୁ ଜଣାଇବା ପାଇଁ ଅଧୁକାରୀଙ୍କୁ ପରାମର୍ଶ ଦେଇଥିଲେ । ଏବଂ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ କରିବା ସହ ବ୍ୟାଙ୍କ ମାନଙ୍କରେ ସ୍ବତନ୍ତ୍ର ହେଲ୍ପ ଡେସ୍କ କରିବାର ଆବଶ୍ୟକତା ରହିଛି ବାଲି ସାଂସଦ ପ୍ରକାଶ କରିଥିଲେ ଏହି ସମୀକ୍ଷା ବୈଠକରେ ସାଂସଦଙ୍କ ବ୍ୟାଙ୍କ । ପ୍ରତିନିଧ ହେମନ୍ତ ଶାହ ମଧ୍ୟ ଉପସ୍ଥିତ ଥିଲେ ।
ଯୁବ ଗୋଷ୍ଠୀ ଓ କୃଷକ ମାନଙ୍କୁ ସ୍ଵାବଲମ୍ବୀ କରିବା ପାଇଁ : ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକଙ୍କ ସହ ସାଂସଦଙ୍କ ଆଲୋଚନା
|
October 15, 2020 |
![](https://sandhannews.com/wp-content/uploads/2019/05/sandhan-728-into-90.jpg)