ଗୋରୁମହିଷାଣୀ, ୨୦/୧୦ (ସନ୍ଧାନ ନ୍ୟୁଜ୍) :- ଚାକିରି ପ୍ରଲୋଭନ ଚାSଦେଖାଇ ଦୁଇଜଣ ଯୁବତୀଙ୍କୁ ରାଜ୍ୟରେ ବିକ୍ରି କରିଦିଆଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ତେବେ ତଦନ୍ତ ଚାଲିଥିବା ବେଳେ ଉକ୍ତ ଘଟଣାରେ ସଂପୃକ୍ତ ୩ ଜଣ ଦଲାଲ ଧରାପଡ଼ିଛନ୍ତି। ମୟୂରଇଂଜ ଜିଲ୍ଲା ଗୋରୁମହିଷାଣୀ ନିକଟସ୍ଥ ଏକ ଗ୍ରାମର ଯୁବତୀ ଅନୁ (ଛଦ୍ମନାମ) ଏବଂ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅନ୍ତର୍ଗତ ଏକ ଗ୍ରାମର ଯୁବତୀ ଲିଜା (ଛଦ୍ମନାମ) ଗୋରୁମହିଷାଣୀ ଆଇଟିଆରେ ସିଲେଇ ତାଲିମ ନେଉଥିଲେ। ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ବାରିପଦା ଅଂଚଳର ଦୀପକ ନାମକ ଜଣେ ଯୁବକ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରାଇଦେବେ କହି ଅନୁ ଓ ଲିଜାଙ୍କୁ ବାରିପଦା ଡାକିଥିଲେ। ପରେ ସେ ସେମାନଙ୍କୁ ରାଉରକେଲା ବଦଳରେ ମଧ୍ୟପ୍ରଦେଶର ସ୍ବାଲିୟରକୁ ନେଇଯାଇ ସେଓପୁର ସହରର ଜଣେ ଦଲାଲଙ୍କୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଦେଇଥିଲେ। ଉଲ୍ଲେଖ ଥାଉ କି ଜଣେ ଯୁବତୀଙ୍କ ମାଆ ତାଙ୍କ ଝିଅକୁ ଦିଲ୍ଲୀ ପ୍ରର୍ଯ୍ୟନ୍ତ ଛାଡ଼ିବା ପାଇଁ ଯାଇଥିଲେ। ତେବେ କିଛିଦିନ ପରେ ଅନୁ ଓ ଲିଜା ସହ ପରିବାର ଲୋକଙ୍କ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ତେଣୁ ବାଧ୍ୟହୋଇ ଝିଅକୁ ଅପହରଣ କରାଯାଇଥିବା ନେଇ ଅନୁଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ। ସେହିପରି ଝିଅକୁ ଅପହରଣ କରାଯାଇଥିବା ନେଇ ଲିଜାଙ୍କ ମାଆ ଥାନାରେ ଲିଖିତ ଏତଲା ଦେଇଥିଲେ। ଆରମ୍ଭ ହୋଇଥିଲା। ଗୋରୁମହିଷାଣୀ ପୁଲିସ ଯୁବତୀଙ୍କ ମୋବାଇଲ୍ ଟ୍ରାକ୍ କରି ସେମାନେ ସେପୁର ସହରରେ ଥିବା ଜାଣିବାକୁ ପାଇଥିଲା। ଫଳରେ ଗୋରୁମହିଷାଣୀ ଥାନାଧିକାରୀ ପିକେ ସ୍ବାଇଁ, ମହିଳା କଷ୍ଟେବଲ ସୁଜାତା ମହାନ୍ତ ଓ ଦାସ ହାଁସଦା ସେପୁର ଯାଇ ସ୍ଥାନୀୟ ପୁଲିସ ସହାୟତାରେ ଅନୁ ଓ ଲିଜାଙ୍କୁ ଉଦ୍ଧାର କରିଥିଲେ। ଅନ୍ୟପଟେ ଦଲାଲମାନଙ୍କୁ ଧରିବାପାଇଁ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଜୋରଦାର ତଦନ୍ତ ଚଳାଇଥିଲେ। ଶେଷରେ ମୋବାଇଲ୍ ଟ୍ରାକ୍ ଯୋଗେ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟ ଝାଡ଼ଗ୍ରାମ ଜିଲ୍ଲା ଗୋପୀବଲ୍ଲଭ ଥାନା ଅଂଚଳର ରାକେଶ ରଣା (୩୯), ସୁରଜ କୁଲିଆ (୩୦) ଓ ଦୀପକ ରଣା ଧରାପଡ଼ିଛନ୍ତି। ଅଭିଯୁକ୍ତଙ୍କୁ ଥାନା ଆଣି ପଚରାଉଚୁରା କରିବାରୁ ଅନୁ ଓ ଲିଜାଙ୍କୁ ୨୦ ହଜାର ଟଙ୍କାରେ ଝାଡ଼ଖଣ୍ଡର ଜଣେ ମହିଳା ଦଲାଲଙ୍କୁ ବିକ୍ରି କରିଥିବା ମାନିଥିଲେ। ଏହା ସହିତ ସେମାନେ ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ଅଂଚଳର ପ୍ରାୟ ୨୦ ଜଣ ଯୁବତୀଙ୍କୁ ଏହିପରି ମଧ୍ୟପ୍ରଦେଶରେ ବିକ୍ରି କରିଥିବା ଏବଂ ଗିରଫ ହୋଇ ଛତିଶଗଡ଼ରେ ୨ ବର୍ଷ ଜେଲ୍ଦଣ୍ଡ ଭୋଗିଥିବା ମଧ୍ୟ କହିଥିଲେ। ଫଳରେ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ୬୫|୨୦ରେ ଏକ ମାମଲା ରୁଜୁ କରି ସଂପୃକ୍ତ ୩ ଜଣ ଦଲାଲଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ଯୁବତୀ ବିକ୍ରି ଘଟଣା ରେ ୩ ଦଲାଲ ଗିରଫ
|
October 21, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)