ଯୁବତୀଙ୍କ ସହିତ ବ୍ଲାକମେଲ କରି ଅଶ୍ଳିଳ ଫଟୋ ଭଇରାଲ ଆସାମୀ ଗିରଫ

Spread the love

ଯାଜପୁର ସଦର, ୧୮ା୦୪: ଜଣେ ଯୁବତୀକୁ ଏକତରଫା ଭଲ ପାଇ ଯୁବତୀଙ୍କୁ ବ୍ଲାକମେଲ ଅଶ୍ଳୀଳ ଫଟୋକୁ ଭାଇରାଲ କରିବାରୁ ଏହି ଯୁବକ ଜଣକ ବ୍ରହ୍ମବରଦା ଥାନା ପୋଲିସ ହାତରେ ଗିରଫ ହୋଇ ଜେଲ ଯିବା ଘଟଣା ଚହଳ ପକାଇଚି । ଘଟଣାରୁ ପ୍ରକାଶ ଯେ, ଯାଜପୁର ଥାନା ନିକଟସ୍ଥ ବୈଦ୍ୟରାଜପୁର ଅଞ୍ଚଳର ଲକ୍ଷ୍ମୀଧର ସାହୁ(୨୮) ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ନିକଟସ୍ଥ ଏହି ଯୁବତୀ ଜଣଙ୍କ ଲକ୍ଷ୍ମୀଧରଙ୍କ ସହିତ ମୋବଇଲ ଫୋନରେ ସମ୍ପର୍କ ରଖି ଲକ୍ଷ୍ମୀଧର ସହିତ ଫୋନରେ କଥା ହେଉଥିଲେ । ଏନେଇ ଲକ୍ଷ୍ମୀଧର ଏବଂ ଯୁବତୀ ମହାବିନାୟକ ଚଣ୍ଡିଖୋଲର ଏକ ବିବାହ ଉତ୍ସବରେ ଯୋଗଦେଇଥିଲେ । ସମ୍ପର୍କ ୪ମାସ ତଳୁ ହୋଇଥିବା ବେଳେ, ଲକ୍ଷ୍ମୀଧର ଥଣ୍ଡାପାନୀୟରେ ନିଶା ଦ୍ରବ୍ୟ ଦେଇ ଏହି ଯୁବତୀକୁ ପିଇବାକୁ ଦେଇଥିଲେ । ଯାହା ଫଳରେ ଏହି ଯୁବତୀ ଜଣଙ୍କ ଅଚେତ ହୋଇଯିବାରୁ କାମୁକ ଲକ୍ଷ୍ମୀଧର ସାହୁ ଯୁବତୀଙ୍କ ସହିତ ଶାରୀରିକ ସମ୍ପର୍କ ରଖି ସେଗୁଡ଼ିକ ନିଜ ମୋବାଇଲରେ ରେକର୍ଡ କରି ରଖିବା ସହିତ ଭିଡିଓ ରେକର୍ଡିଂ କରିଥିଲେ । ସମ୍ପର୍କ କଟି ଯିବାରୁ ଯୁବତୀଙ୍କ ପରିବାର ଯୁବତୀଙ୍କ ବିଭାଘର ପାଇଁ ସ୍ଥିର କରାଯାଇଥିଲା । ପ୍ରେମିକ ଲକ୍ଷ୍ମୀଧର ଏକଥା ଜାଣିବାପରେ ନିଜ ପାଖରେ ରଖିଥିବା ମୋବଇଲ ଫୋନରେ ଯୁବତୀର ଅଶ୍ଳୀଳ ଫଟୋ ଗୁଡ଼ିକ ବିଭାଘର ଲାଗିଥିବା ପୁଅ ଘର ନିକଟକୁ ପଠାଇଦେବା ସହିତ ବିଭାଘର ଭାଙ୍ଗିଦେଇଥିଲେ । ଯାହାଫଳରେ ପ୍ରେମକା ଯୁବତୀ ଏକଥା ଜାଣିପାରିବା ପରେ ବ୍ରହ୍ମବରଦା ଥାନାରେ ଲକ୍ଷ୍ମୀଧର ସାହୁଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ । ବ୍ରହ୍ମବରଦା ପୋଲିସ ଏତଲାକୁ ଭିତ୍ତିକରି ୭୫/୨୦୨୪ରେ ଏକ ମାମଲା ରୁଜୁ କରିବା ସହିତ ଯାଜପୁର ଟାଉନ ଅଞ୍ଚଳରୁ ବ୍ରହ୍ମବରଦା ଥାନା ଆଇଆଇସି ଦେବାଶିଷ ଶତପଥି ଆସାମୀକୁ ଗିରଫ କରି ଉଭୟଙ୍କ ବୟାନ ରେକର୍ଡ କରିବାପରେ ଅଭିଯୁକ୍ତ ହତାସିଆ ପ୍ରେମିକ ଲକ୍ଷ୍ମୀଧର ସାହୁକୁ ବ୍ରହ୍ମବରଦା ପୋଲିସ କୋର୍ଟ ଚାଲାଣ କରିଛନ୍ତି । ଏନେଇ ଆମ ଜିଲ୍ଲା ପ୍ରତିନିଧିଙ୍କୁ ବ୍ରହ୍ମବରଦା ଥାନା ଆଇଆଇସି ସୂଚନା ଦେଇଛନ୍ତି ।

Related Posts

About The Author

Add Comment