ଯୁବକଙ୍କ ସାର୍ଟ ଖୋଲି ଉ଼ଠାବସା କଲାଇବା ମହଙ୍ଗା ପଡିଲା

Spread the love

ବାରିପଦା, 10.12.2020 (ସନ୍ଧାନ ନିଉଜ୍ /ଲିଙ୍ଗରାଜ ପଣ୍ଡା): ରାସ୍ତା ମଝିରେ ଯୁବକଙ୍କ ପ୍ୟାଣ୍ଟସାର୍ଟ ଖୋଲିଦେଲେ କାନ ଧରାଇ ଉଠାବସା କଲେ । ଏସବୁ ୨ ଜଣ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ଘଟୁଥିଲେ ବି ସେମାନେ ଦର୍ଶକ ସାଜିଥିଲେ ଯାହା ବାବୁମାନଙ୍କ ପାଇଁ ମହଙ୍ଗା ପଡ଼ିଛି କଥା ଏସ୍‌ପିଙ୍କ ପାଖରେ ପହଂଚିବା ପରେ ସଂପୂକ୍ତ ପୁଲିସ କର୍ମଚାରୀମାନେ ନିଲମ୍ବନହୋଇଛନ୍ତି । ଅନ୍ୟପଟେ ଯୁବକଙ୍କୁ  ନିର୍ଯ୍ୟାତନା ଦେବା ଅଭିଯୋଗରେ ଜଣଙ୍କୁଗିରଫ କରାଯାଇଛି । ଏପରି ଏକ ଘଟଣା ଘଟିଛି ମୟୁରଇଂଜ ଜିଲ୍ଲାରେ ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଜଣେ ଯୁବକ ବାଲେଶ୍ବରରେ ରହି କାମ କରୁଥିଲେ । ତେବେ ସେ କୁଆଡ଼େ ଉଦଳା ଅଞ୍ଚଳର ଉଦୟ କରଙ୍କ ମୋବାଇଲ୍‌କୁ ନିୟମିତ ଅଶ୍ଳୀଳ ମେସେଜ୍ ପଠାଉଥିଲେ । ଗତକାଲି ରାତିରେ ମେସେଜ୍ ପଠାଉଥିବା ଯୁବକ ଉଦଳା ଆସିଥିବା ବେଳେ ଉଦୟ ତାଙ୍କୁଚିହ୍ନି ପାରି ଟଣାଓଟଣା କରିଥିଲେ । ଏହା ସହିତ ସେ ସ୍ଥାନୀୟ କିଛି ଯୁବକଙ୍କ ସହଯୋଗରେ ଉଦଳା-ବାରିପଦା  ମୁଖ୍ୟ ରାସ୍ତାର ମଧୁମଗ୍ନ ଲଜ୍ ସମ୍ମୁଖରେ ତାଙ୍କର ପ୍ୟାଣ୍ଟସାର୍ଟ ଖୋଲି ଉଠାବସା କରାଇଥିଲେ । ଏହି ସମୟରେ ଉଦଳା ଥାନା ଏସ୍‌ଆଇ ବିଜୟ କୁମାର ମୁର୍ମୁ ଓ ଥାନା ଗାଡ଼ି ଚାଳକ ଚନ୍ଦ୍ରକାନ୍ତ ପଣ୍ଡାଉପସ୍ଥିତ ଥିଲେ ବି ଯୁବକଙ୍କୁ ଉଦ୍ଧାର   କରିବା ପରିବର୍ତ୍ତେ ଦର୍ଶକ ସାଜିଥିଲେ ।ତେବେ କେହି ଜଣେ ବ୍ୟକ୍ତି ଏହି ସମୟର ଭିଡିଓ ଉତ୍ତୋଳନ କରି ସୋସିଆଲ୍   ମିଡ଼ିଆରେ ଭାଇରାଲ୍ କରିଦେଇଥିଲେ ।ଫଳରେ ଏସ୍‌ପି ସ୍ମିତ ପି ପରମାର ଘଟଣାକୁ ଗୁରୁତର ସହ ନେଇଥିଲେ ।ସେ ଆଜି ଏଆଇ ଶ୍ରୀ ମୁର୍ମୁ ଓ ଗାଡ଼ି ଚାଳକ ଶ୍ରୀ ପଣ୍ଡାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଅନ୍ୟପଟେ ପୁଲିସ ନିଜ ଆଡ଼ ଏକ ମାମଲା  ରୁଜୁ କରିବା ସହ ଯୁବକଙ୍କୁ ନିର୍ଯାତନା ଦେଇଥିବା ଶ୍ରୀ କରଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

Related Posts

About The Author

Add Comment