ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

Spread the love

ଉଦଳା, ୧୭/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ଉଦଳା ଥାନା ତଥା କୁଣ୍ଡାବାଇ ଫାଣ୍ଡି ଅଧୀନ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତ ବାଲିଛତ୍ରା ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ସନ୍ଦେହ ଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକ ହେଲେ ବସନ୍ତ କୁମାର ସିଂ(୩୫)। ଜଣେ ଶିକ୍ଷିତ ଯୁବକ ତଥା ଭଲ ଚିତ୍ରକର ହିସାବରେ ବେଶ୍ ପରିଚିତ ଥିଲେ ବସନ୍ତା । ତେବେ ଗତକାଲି ରାତିରେ ଖାଇପିଇ ଶୋଇଥିଲେ। ହେଲେ ରାତିଅଧରେ ପତ୍ନୀଙ୍କ ନିଦ ଭାଙ୍ଗିବା ବେଳକୁ ବିଛଣାରେ ନଥିଲେ ବସନ୍ତା। ଭୋର୍ ସମୟରେ ଘରଠାରୁ ୨ଶହ ମିଟର ଦୂର ଏକ ଗଛରେ ହତ୍ୟା ସନ୍ଦେହବସନ୍ତଙ୍କ ମୃତଦେହ ଝୁଲୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁପଠାଇଛି । ବସନ୍ତ ହଠାତ୍ କଣ ପାଇଁ ଏହି ଚରମ ନିଷ୍ପତ୍ତି ନେଲେ ଜଣାପଡ଼ିନି। ପୁଣି ତାଙ୍କ ଶବ ଆଣ୍ଠୁମାଡ଼ିବା ସ୍ଥିତିରେ ଥିବାରୁ ଏହା ହତ୍ଯା କି ଆତ୍ମହତ୍ୟା ସେ ନେଇ ସନ୍ଦେହ ସୃଷ୍ଟି ହେଉଛି। ସେ ଗଛ ଚଢ଼ିପାରନ୍ତିନି ବୋଲି ମଧ୍ୟ କିଛି ଗ୍ରାମବାସୀ କହିଛନ୍ତି । ତେଣୁ କେଉଁ ପରିସ୍ଥିତିରେ ବସନ୍ତଙ୍କ ମୃତ୍ୟୁ ଘଟିଲା ସେ ନେଇ ଉଠିଛି ପ୍ରଶ୍ନବାଚୀ ପୁଲିସ କେସ୍ ନଂ ୬୦/୨୦ରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ୍ କରୁଛି। ତେବେ ତାଙ୍କ ଦେହ ଭଲ ନଥିଲା ଓ ମାନସିକ ସ୍ଥିତି ମଧ୍ୟ ଠିକ୍ ନଥିଲା ବୋଲି ପରିବାର ଲୋକେ କହିଛନ୍ତି।

Related Posts

About The Author

Add Comment