ଯୁକ୍ତ ଦୁଇ  ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମଲେଖା  ପାଇଁ ଆବେଦନ ଅନଲାଇନରେ ଆରମ୍ଭ ଆରମ୍ଭ

Spread the love

ରାଉରକେଲା, ୨୨/୦୮/୨୦ (ସନ୍ଧାନ ନିଉଜ) : ଯୁକ୍ତ ଦୁଇ  ବିଜ୍ଞାନ, କଳା ଓ ବାଣିଜ୍ୟ ପାଠ୍ୟକ୍ରମର ପ୍ରଥମ ବର୍ଷରେ ନାମଲେଖା  ପାଇଁ ଆବେଦନ ଅନଲାଇନରେ ଆରମ୍ଭ ହୋଇଛି । ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ । କୋଭିଡ କଟକଣା ଯୋଗୁ ଆବେଦନ ପାଇଁ ଶିକ୍ଷାନୁଷ୍ଠାନକୁ ଯିବା ଲାଗି ଛାତ୍ରଛାତ୍ରୀ ମାନଙ୍କୁ ବାରଣ କରାଯିବାରୁ ଛାତ୍ରଛାତ୍ରୀ ମାନେ ବିଭିନ୍ନ ନେଟ ପାର୍ଲରରେ ଆବେଦନ କରୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ଆବେଦନ ଫି’ ୩ଶହରୁ ୨ଶହ ଟଙ୍କାକୁ କମାଇ ଦିଆଯାଇଥିବା ବେଳେ, ଅନୁସୁଚିତ ଜାତି ଓ ଜନଜାତିଙ୍କ ଶହେ ଟଙ୍କାକୁ ହ୍ରାସ କରାଯାଇଛି । ଅନଲାଇନରେ ନାମଲେଖାଇବା ପାଇଁ ଆଜି ସାରନଗରୀ ସ୍ଥିତ ସୁପର ମାର୍କେଟ, ଗଂଜୁ ମାର୍କେଟ, ମଡର୍ଣ୍ଣ ଇଣ୍ଡିଆ, ଓ ଅନ୍ୟ ଅଂଚଳରେ ଥିବା ନେଟ୍ ପାର୍ଲର ଗୁଡ଼ିକରେ ଛାତ୍ରଛାତ୍ରୀ ମାନଙ୍କୁ ଦେଖିବାକୁ ମିଳିଥିଲା । ସାମାଜିକ ଦୂରତା ବଜାୟ ରଖିବା ସହ ମୁହଁରେ ମାସ୍କ ପରିଧାନ କରି ବିଦ୍ୟାର୍ଥୀ ମାନେ ନାମଲେଖା ପାଇଁ ଆବେଦନ କରିଥିଲେ । ଆଗାମୀ ଶନିବାର ଓ ରବିବାର ସପ୍ତାହନ୍ତ ସଟଡାଉନ ଥିବା କାରଣରୁ ଅନଲାଇନ ନାମଲେଖା ସାମାନ୍ୟ ଭାବେ ପ୍ରଭାବିତ ହେବା ଆଶଙ୍କା  ପ୍ରକାଶ ପାଇଛି ।

Related Posts

About The Author

Add Comment