ଯାତ୍ରୀ ବାହି ବସ ଓ ଟ୍ରକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା, ୫ଯାତ୍ରୀଙ୍କ ସମେତ ବସ ଚାଳକ ଆହତ ହୋଇଥିବା

Spread the love

ରାଇରଙ୍ଗପୁର -୩/୪/୨୦୨୧(ସନ୍ଧାନ ନ୍ୟୁଜ୍ /ପରେଶ୍ଚନ୍ଦ୍ର ଷଡଙ୍ଗୀ) ବିଶୋଇଥାନା ଅନ୍ତର୍ଗତ ରାଜାବସା ନିକଟ ୪୯ନ°ଜାତୀୟ ରାଜ ପଥରେ ଘଟିଛି ଦୁର୍ଘଟଣା।ସୂଚନାରୁ ପ୍ରକାଶ ଦୁହ୍ଲନ ନାମକ ଯାତ୍ରୀବାହି ବସ ବାରିପଦା ରୁ ସୁଲେଇପାଟ ଅଭିମୁଖେ ଯାଉଥିଲା।ଏହି ସମୟରେ ରାଜାବସା ଗ୍ରାମ ନିକଟ ୪୯ନ°ଜାତୀୟ ରାଜପଥରେ ବିପରିତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା, ଫଳରେ ବସର ୫ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ବସ୍ ଡ୍ରାଇଭର ଦିର୍ଘ ସମୟ ଧରି ଚାପିହୋଇ ବସ୍ ଭିତରେ ରହିଯାଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ କର୍ମଚାରୀ ଏବ°ପୋଲିସ ପହଞ୍ଚି ଡ୍ରାଇଭର ସମେତ ଅନ୍ୟ ସମସ୍ତ ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Related Posts

About The Author

Add Comment