ଯାତ୍ରା ଜଗତ ପାଇଁ ଦୁଃଖଦ ଖବର, ସଡକ ଦୁର୍ଘଟଣାରେ ଅଭିନେତା ଗୁରୁ ପୃଷ୍ଟିଙ୍କ ମୃତ୍ୟୁ

Spread the love

ଭଦ୍ରକ: ୮/୧୨/୨୫ (ସନ୍ଧାନ ନ୍ୟୁଜ ) ଯାତ୍ରା ଜଗତ ପାଇଁ ବଡ ଦୁଃଖଦ ଖବର । ରବିବାର ବିଳମ୍ବିତ ସନ୍ଧ୍ୟାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଯୁବ ଯାତ୍ରା ଅଭିନେତା ଗୁରୁ ପୃଷ୍ଟି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୩ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି ରବିବାର ରାତି ପାଖାପାଖି ଆଠଟା ବେଳେ ନାଟକରେ ଅଭିନୟ କରିବା ପାଇଁ ଏକ ବାଇକ ଯୋଗେ ଭଦ୍ରକରୁ  ଧାମନଗର ସେଣ୍ଡପୁରକୁ ଆସୁଥିବା ବେଳେ ଜାତୀୟ ରାଜପଥର ଚିଙ୍ଗିଡ଼ିପୁର କେନାଲ ଛକ ନିକଟରେ ପଛରୁ ଆସୁଥିବା ଏକ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଥିଲା।  ଖବରପାଇ ଧାମନଗର ପୁଲିସ ଘଟଣା ସ୍ଥାନରେ ପହଞ୍ଚିବା ସହ ଗୁରୁଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଗୁରୁ ପୃଷ୍ଟି ସମ୍ପ୍ରତି ଇନ୍ଦ୍ର ଭୁବବ ଅପେରାରେ ହାସ୍ୟ ଅଭିନେତା ଭାବେ କାର‌୍ୟ୍ୟ କରୁଥିଲେ।ଏହି ଖବର ଜଣାପଡିବା ପରେ ଯାତ୍ରା ପାର୍ଟି କର୍ତ୍ତୃପକ୍ଷ ଏବଂ ସାଥୀ କଳାକାର ମାନେ ଭଦ୍ରକ ମେଡ଼ିକାଲରେ ପହଁଚିଛନ୍ତି।ଦୁଃଖଦ ଘଟଣା ପରେ ଧାମନଗର ସେଣ୍ଡପୁର ଠାରେ ଆଜି ନାଟକ ପରିବେଷଣ ବନ୍ଦ ରହିଥିବା ଜଣାପଡ଼ିଛି।

Related Posts

About The Author

Add Comment