ଯାଜପୁର ସାଂସଦଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଟିତ

Spread the love

ଯାଜପୁର ସଦର, ୨୩ା୦୭(ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ନିକଟରେ ଭୁସୁଡ଼ି ପଡ଼ି ପୋଲ ୧୬ ନଂ ଜାତୀୟ ରାଜପଥରେ ଭୁସୁଡ଼ି ପଡ଼ିଥିବା ପୋଲକୁ ନେଇ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଶରରେ ବ୍ରିଜ ଧସିବା ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଗଣଧାରଣା ଦିଆଯାଇଥିବା ବେଳେ, ଏବଂ ଚାଲୁରହିଥିବା ପ୍ରକଳ୍ପ ଏବଂ ଦାବି ରହିଥିବା ପ୍ରକଳ୍ପ ଗୁଡ଼ିକର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଟିତ ହୋଇଯାଇଥିଲା । ଏହି ବୈଠକଟି ଯାଜପୁର ସାଂସଦଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିବା ବେଳେ, ଜନ ସାଧାରଣ ତରଫରୁ ଦାବି ମୁତାବକ ଏକ ସମିକ୍ଷା ବୈଠକ ଡକାଯାଇଥିଲା । ଏହି ପ୍ରରିପ୍ରେକ୍ଷିରେ ଜାତୀୟ ରାଜପଥ ଦାୟୀତ୍ୱରେ ରହିଥିବା ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ତାଗି କରାଯାଇଥିବା ବେଳେ, ଆଗାମୀ ଦିନରେ ଯୋପରି କୌଣସି ଦୃଘଟଣା ନଘଟେ ସେଥିପ୍ରତି ଦୃଷ୍ଟି ଦେବାଲାଗି ନିର୍ଦ୍ଦେଷ ଦିଆଯାଇଥିଲା । ଲୋକମାନଙ୍କର ଧନ ଜୀବନ ସୁରକ୍ଷା ରଖାଯିବା ସହିତ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଷ ଦିଆଯାଇଚି । ଯାଜପୁର ସାଂସଦ ବିଜେବି ରାଷ୍ଟ୍ରୀୟ ପ୍ରବକ୍ତା ଏବଂ ରାଜ୍ୟ ବିଜୁ ମହିଳା ଜନତା ଦଳର ଉପଦେଷ୍ଠା ଶ୍ରୀମତୀ ଶ୍ରମିଷ୍ଠା ସେଠୀ ଯୋଗଦେଇଥିଲେ । ଏହି ସମୀକ୍ଷା ବୈଠକରେ ଯାଜପୁର ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ବୈଠକରେ ଯୋଗଦାନ କରିଥିଲେ ।

Related Posts

About The Author

Add Comment