ଯାଜପୁର ୧୬/୧୧ (ସନ୍ଧାନ ନିୟୁଜ/ମାନସ ରାଉତ) ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପନଗରୀ ଭାବେ ପରିଚିତ । ଏହି ଶିଳ୍ପଗୁଡିକ ପ୍ରତ୍ୟକ ଏବଂ ପରୋକ୍ଷ ଭାବେ ଜିଲ୍ଲାର ଖଣିଖାଦାନ, ଭୂତଳଜଳ ବ୍ୟବହାର କରି ନିଜର ଫାଇଦା ହାସଲ କରୁଥିବା ବେଳେ ଏଥିରେ ଜିଲ୍ଲାର ବେକାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାକୁ ଦେଇଥିବା ପ୍ରତିଶୃତି ପାଳନ କରୁନାହାନ୍ତି । ଏପକରି ତଫସିଲଭୁକ୍ତ ଜାତି ଓ ଜନ-ଜାତିଙ୍କୁ ମଧ୍ୟ ଏହି ନିଯୁକ୍ତି ଦେବାରେ ଟାଳୁଟୁଳ ନୀତି ଅମ୍ବଲମ୍ବନ କରୁଛି । ମାତ୍ର ଦୁଃଖର ବିଷୟ ଏହି ବୃହତ ଶିଳ୍ପାନୁଷ୍ଠାନ ନିଜର ଶିଳ୍ପ ପ୍ରତଷ୍ଠା ସମୟରେ ସ୍ଥାନୀୟ ଲୋକମାନଙ୍କ ଜମିଜମା ନେଇ ସାରିବା ପରେ ଜିଲ୍ଲାର ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ବଦଳରେ ବାହାର ରାଜ୍ୟର ଅଧିକାଂଶ ଯୁବକ ମାନଙ୍କୁ ନିଯୁକ୍ତି ଦେବାରେ ଲାଗିଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ଅଂଚଳର ଯୁବକ ମାନେ ନିଯୁକ୍ତି ପାଇଁ ଦାବୀ କଲେ,ବିଭିନ୍ନ ପ୍ରକାର ମାମଲାରେ ଯୋଡ଼ି ଦିଆଯାଉଛି ।
ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ସୂଚନାରୁ ଜଣାଯାଏ କଳିଙ୍ଗ ନଗରରେ ଥିବା ପ୍ରମୁଖ ମିସ୍ ଟାଟା ଷ୍ଟିଲ୍ ଲିଃ,ମିସ୍ ବ୍ରହ୍ମଣୀ ରିଭର ପେଲେଟ୍ସ୍ି ଲିଃ,ମିସ୍ ଜିନ୍ଦଲ ଷ୍ଟେନଲ୍ସେ ଲିଃ,ମିସ୍ ଭିସାଷ୍ଟିଲ ଲିଃ,ମିସ୍ ୟାଜଦାନୀ ଷ୍ଟିଲ ଆଣ୍ଡ ପାୱାର ଲିଃ,ରୋହିତ ଫେରୋଟେକ୍ ଲିଃ,ମେସ୍କୋ ଷ୍ଟିଲ ଲିଃ, ନୀଳାଂଚଳ ଇସ୍ପାତ ନିଗମ ଲିଃ, ମଇଥାନ ଇସ୍ପାତ ଲିଃ ଓ ମିସ୍ କେଜେ ଇସ୍ପାତ ଲିମିଟେଡ଼୍ ୧୦ଗୋଟି ଶିଳ୍ପ କାରଖାନାମାନଙ୍କରେ ଗତ ମାର୍ଚ୍ଚ ମାସ ସୁଧା ମୋଟ ୯୩୮୬୭ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏହି ନିଯୁକ୍ତି ଭିତରେ ଜିଲାର ବହୁ ଶିକ୍ଷିତ କୁଶଳୀ ଓ ଅଣ କୁଶଳୀଙ୍କୁ ସରକାର ଦେଇ ଥିବା ପ୍ରତିଶ୍ରୁତିକୁ ପାଳନ କରିନାହାନ୍ତି । ଏହି ନିଯୁକ୍ତି ମଧ୍ୟରୁ ମୋଟ ନିୟମିତଙ୍କ ସଂଖ୍ୟା୨୪୨୩୫ରହିଥିବା ବେଳେ ଠିକା ଲେବରଙ୍କ ସଂଖ୍ୟା ମୋଟ ୭୦୬୪୦ ଜଣ ରହିଛନ୍ତ୍ି । ଏହି ନିୟମିତ ମଧ୍ୟରୁ ୧୮୫୭୭ ଜଣ ଓଡ଼ିଶାରୁ ପାଇଥିବା ବେଳେ ୭୦୭୦ ଜଣ ବାହାର ରାଜ୍ୟରୁ ନିଯୁକ୍ତି ପାଇଛନ୍ତି । ଏଥି ମଧ୍ୟରୁ ପୁରୁଷ ୧୫୮୨୭ ଜଣ ଓ ମହିଳା ୮୪୦୮ ଅଛନ୍ତି । ଠିକା ନିଯୁକ୍ତି ମଧ୍ୟରୁ ଓଡ଼ିଶାର ୫୬୪୧୬ ଜଣ ଥିବା ବେଳେ ବାହାର ରାଜ୍ୟରୁ ୧୪୨୨୪ ଜଣ ନିଯୁକ୍ତି ପାଇଛନ୍ତି । ଏହି ନିଯୁକ୍ତିକୁ ଅନଷେଶ୍ୱଣ କଲେ ଜଣାଯାଏ,ଅଣ-କୁଶଳୀରେ ନିଯୁକ୍ତି ବଢାଇ ଥିବାବେଳେ କୁଶଳୀ ଓ ଅର୍ଦ୍ଦ-କୁଶଳୀ, ସୁପରଭାଇଜର, ମ୍ୟାନେଜର ନିଯୁକ୍ତିରେ ଜିଲ୍ଲାର ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ଅଣଦେଖା କରାଯାଇଛି । ଏହି ନିଯୁକ୍ତିରେ ଅଣ କୁଶଳୀ ୧୧୧୮୪ ଜଣ ନିଯୁକ୍ତି ପାଇଥିବା ବେଳେ,ଅର୍ଦ୍ଧକୁଶାଳୀ ୮୦୨୭,କୁଶଳୀ ୧୨୪୬୮, ଉଚ୍ଚତର କୁଶଳୀ ୬୨୬୦,ଏଜ୍କୁଟିଭ୍ ୧୭୦୦,ନନ୍ ଏଜୁକୁଟିଭ୍ରେ ୧୫୦୭,ସୁପରଭାଇଜର ୫୯୬୦ ଟ୍ରେନିଂ ୪୯ ଜଣ ନିଯୁକ୍ତି ପାଇଛନ୍ତି । କମ୍ପାନୀ ପ୍ରତିଷ୍ଠା ପାଇଁ ୪୮୨ ପରିବାରକୁ ବିସ୍ତାପିତ କରାଯାଇ ଥିବା ବେଳେ ସେହି ପରିବାର ମଧ୍ୟରୁ ୨୮୦ ଜଣଙ୍କୁ ନିଯୁକ୍ତି ମିଳିଛି ।
ସୁଚନାରେ କେଉଁ ମସିହାରେ କେତେ ନିଯୁକ୍ତି ଓ କେତେ ଜଣ ତଫସିଲ ଭୂକ୍ତ ଜାତି, ଶିକ୍ଷିତ ବକୋରରୀ ଓ ଜନ ଜାତିର ନିଯୁକ୍ତି ପାଇଛନ୍ତି ତାର ସଠିକ ତଥ୍ୟ ଦେବାରେ କମ୍ପନୀ ଗୁଡିକ ଅସମର୍ଥ ହୋଇଛନ୍ତି । ତେଣୁ ଜିଲାର ଜନପ୍ରତିନିଧିମାନେ କେବଳ ନିଜର ଭୋଟ ପାଇଁ ଜିଲ୍ଲାର ବେକାରୀ ଯୁବକ ମାନଙ୍କୁ କଂପାନୀ ନିଯୁକ୍ତି କରିବାର ମିଥ୍ୟା ପ୍ରୋଲଭନ ଦେଖାଇଥାନ୍ତି । ମାତ୍ର ବାସ୍ତବରେ ଏହି ଜିଲ୍ଲାର ବେକାରୀ ଯୁବକ ଯୁବତୀ ମାନଙ୍କ ପାଇଁ କାର୍ଯ୍ୟକରିବାରେ ହେଳା କରିବାରେ ଲାଗିଛନ୍ତି । । ତେଣୁ ଜମି ହରାଇଥିବା ପରିବାର ଓ ଜିଲାରେ ଆଶା କରି ବସିଥିବା ଶିକ୍ଷିତ ଯୁବକଟି ବେରୋଜଗାରୀ ହୋଇ ବାହାର ରାଜ୍ୟ ନଚେତ ଦେଶାନ୍ତର ହୋଇ ଦାଦନ ଖଟିବାକୁ ପଳାଇଯାଉଛନ୍ତି । ସରକାରଙ୍କ ସମସ୍ତ ବିଭାଗ ଗୁଡିକକୁ ଠିକା ସଂସ୍ଥାମାନଙ୍କୁ ଟେକି ଦେବାରେ ଲାଗିଛନ୍ତି । ଫଳରେ ଜିଲ୍ଲାରେ ବକେରୀ ଯୁବକଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି । ଏଥିପ୍ରତି ଗୁରୁ୍ତ୍ୱ ଦେବାକୁ ପୂର୍ବତନ ସାଂସଦ ମୋହନ ଜେନା, ଧର୍ମଶାଳା ବିକାଶ ପରିଷଦ, ସ୍ୱଚ୍ଛାସେବୀ ଅନୁଷ୍ଠାନ ସିଡ୍, ପ୍ରାୟସ, , ସାଗର ସେଚ୍ଛାସେବୀ ଅନୁଷ୍ଠାନ ଗୁଡିକ ଦାବୀ କରିବା ସହିତ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ।