ଯାଜପୁର ରୋଡ଼ – ଧାମରା ରେଳ ପ୍ରକଳ୍ପ ଦାବିକରି ମାର୍ଚ୍ଚ ମାସରେ ପ୍ରଚାର ଅଭିଯାନ ଓ ‘ବନ୍ଦ’ ଆନ୍ଦୋଳନ ପାଇଁ ସଂଗ୍ରାମ ସମିତିର ନିଷ୍ପତ୍ତି

Spread the love

ଯାଜପୁର ରୋଡ଼ – ୧୬/୨/୨୬  (ସନ୍ଧାନ ନ୍ୟୁଜ)  ଧାମରା ରେଳ ପ୍ରକଳ୍ପକୁ ୨୦୨୫ ନଭେମ୍ବର ୧୯ ରେ ରେଳବାଇ ବୋର୍ଡ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲେ ହେଁ ୨୦୨୬-୨୭  ଦକେନ୍ଦ୍ର ବଜେଟରେ ଏଥିପାଇଁ ବ୍ୟୟବରାଦ କରାଯାଇନଥିବାରୁ ସଂଗ୍ରାମ ସମିତି ଉଦବେଗ ପ୍ରକାଶ କରିଛି। ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଏହି ପ୍ରତାରଣା ବିରୋଧରେ ବ୍ୟାପକ ପ୍ରଚାର ଅଭିଯାନ ସଙ୍ଗଠିତ କରାଯିବା ସହ ମାର୍ଚ୍ଚ ମାସର ମଧ୍ୟ ଭାଗରେ ବନ୍ଦ ଆନ୍ଦୋଳନ ସଙ୍ଗଠିତ କରିବା ପାଇଁ ଯାଜପୁର ରୋଡ଼ – ଧାମରା ରେଳପଥ ସଂଗ୍ରାମ ସମିତି ପକ୍ଷରୁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି  ଆଜି ଯାଜପୁର ଟାଉନର ଶାନ୍ତି ମଣ୍ଡପରେ ଆବାହକ ଶ୍ରୀ ସନ୍ତୋଷ ଦାସଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂଗ୍ରାମ ସମିତିର ବୈଠକରେ ଏହି ନିଷ୍ପତ୍ତି ନିଆଯିବା ସହ କେନ୍ଦ୍ର ସରକାରଙ୍କ ବଜେଟ୍ ନୀତିର ତୀବ୍ର ସମାଲୋଚନା କରାଯାଇଛି। ପ୍ରଥମେ ରେଳ ବଜେଟର ସ୍ଵତନ୍ତ୍ରତାକୁ ବିପନ୍ନ କରାଯିବା ପରେ ଏବେ ବଜେଟରେ କେଉଁ ପ୍ରକଳ୍ପ ପାଇଁ କେତେ  ବ୍ୟୟବରାଦ କରାଗଲା, ତାହା ଏକ ଗୋପନ କର୍ମସୂଚୀ ପାଲଟି ଯାଇଛି। ୨୦୨୬- ୨୭ ବଜେଟରେ  ଓଡ଼ିଶାର ରେଳ ପ୍ରକଳ୍ପଗୁଡ଼ିକ ପାଇଁ ୧୦,୯୨୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  ବୋଲି ବଜେଟ ଉପସ୍ଥାପନର ପରଦିନ ରେଳମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ଘୋଷଣା  କରିଛନ୍ତି। ଏହାଦ୍ଵାରା ରେଳ ବଜେଟକୁ ରେଳମନ୍ତ୍ରୀଙ୍କ “ଲ୍ୟାଡ – ଫଣ୍ଡ” ବା ତାଙ୍କ  ହସ୍ତ ମୁଦି ମାହାଲରେ ଥିବା ଉନ୍ନୟନ ପାଣ୍ଠିରେ ରୂପାନ୍ତରିତ କରାଯାଇଛି। ସାମଗ୍ରି  ଭାବେ ଦେଶର ବିତ୍ତୀୟ ପରିଚାଳନା ଓ ସଂସଦୀୟ ଗଣତନ୍ତ୍ର ପ୍ରତି ଏହା ଉପହାସ ବୋଲି  ସଂଗ୍ରାମ ସମିତି ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି।  ୨୦୨୬ ଫେବୃଆରୀ ୨୮ ମଧ୍ୟରେ ଯାଜପୁର ରୋଡ଼ – ଧାମରା ରେଳପଥ ପାଇଁ ବ୍ୟୟବରାଦ  ପରିମାଣ ସ୍ପଷ୍ଟ କରିବା ସହ ଏହି ପ୍ରକଳ୍ପର ନିର୍ମାଣ ଦିଗରେ ପ୍ରାଥମିକ ପଦକ୍ଷେପ  ଗ୍ରହଣ କରିବାକୁ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି। ସଂଗ୍ରାମ ସମିତିର ଏହି  ଦାବି ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ରେଳମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପରିବହନ ସଚିବଙ୍କ ସମେତ ଯାଜପୁର, ଭଦ୍ରକ ଓ  କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କୁ ସାକ୍ଷାତ କର  ସ୍ମାରକପତ୍ର ପ୍ରଦାନ କରାଯିବାକୁ ସ୍ଥିର ହୋଇଛି। ହୋଲି ପର୍ବ ପରେ ପ୍ରସ୍ତାବିତ  ଷ୍ଟେସନ ଗୁଡିକ ଅଞ୍ଚଳରେ ସାଧାରଣ ସଭା କରିବା ଓ ମାର୍ଚ୍ଚ ମଧ୍ୟଭାଗରେ ବନ୍ଦ ଆନ୍ଦୋଳନ  କରାଯିବାର ପ୍ରସ୍ତାବ ରଖାଯାଇଛି। ଏହି ପ୍ରସ୍ତାବର କାର୍ଯ୍ୟକାରୀତା ପାଇଁ ତିନୋଟି ଜିଲ୍ଲାର ଲୋକପ୍ରତିନିଧି ଓ ରାଜନୈତିକ ନେତୃବୃନ୍ଦଙ୍କ ସହ ସଂଗ୍ରାମ ସମିତି ଆଲୋଚନା  କରିବାକୁ ସ୍ଥିର କରାଯାଇଛ    ବୈଠକରେ ସଂଗ୍ରାମ ସମିତିର ମୁଖ୍ୟ ଉପଦେଷ୍ଟା ତଥା ପୂର୍ବତନ ଅର୍ଥମନ୍ତ୍ରୀ  ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ଯାଜପୁର  ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମମିତ  ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ପ୍ରଫୁଲ୍ଲ ନାୟକଙ୍କ ସମେତ ସର୍ବଶ୍ର  ଦେବେନ୍ଦ୍ର ପଣ୍ଡା, ମଳୟ ପଣ୍ଡା, ଦିବ୍ୟସିଂହ ନାୟକ, ପ୍ରଫୁଲ୍ଲ କୁମାର ନାୟକ  ଦିଲ୍ଲୀପ ଦଳେଇ, ସୁରେନ୍ଦ୍ର ରାୟ, ହରିଶ୍ଚନ୍ଦ୍ର ପଣ୍ଡା, ସୁବାସ ଧଳ, ପ୍ରଫୁଲ୍   ପାଢ଼ୀ, ବିକାଶ ନାଥ, ଅସୀମ କର, ରବିନ୍ଦ୍ର ପହି, ମନୋଜ ଦାସ ଓ ଗଣେଶ ପ୍ରସାଦ ସାହ   ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Related Posts

About The Author

Add Comment