ଯାଜପୁର ବିଜେଡ଼ି ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ

Spread the love

ଯାଜପୁର ସଦର, ୦୧ା୦୨: ଯାଜପୁର ଜିଲ୍ଲାରେ ୭ଗୋଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ, ଏହି ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରାର୍ଥ ମାନେ ବିଜୟ ଟିକା ପିନ୍ଧିଥିବା ବେଳେ, ୨୦୨୪ ନିର୍ବାଚନରେ ବିଜୁ ଜନତା ଦଳର ନେତା ମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଚି, ଯାହାକି ବଡ଼ଚଣା ନିର୍ବାଚନ ମଣ୍ଡଳୀର ବିଧାୟକ ଅମର ପ୍ରସାଦ ଶାତପଥି ବିଧାୟକ ହୋଇଥିବା ବେଳେ, ୨୦୨୪ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଆଶାୟୀଙ୍କ ଭିଡ଼ ଦେଖିବାକୁ ମିଳୁଚି । ସେହପରି ଧର୍ମଶାଳା ନିର୍ବାଚନ ମଣ୍ଡଳୀର ଟାଣୁଆ ଯୁବନେତା ୨୦୨୦ ନିର୍ବଚାନରେ ଧର୍ମଶାଳାରୁ ପ୍ରାର୍ଥି ହୋଇ ବିଜୟ ହୋଇଥିଲେ । ଶାସକ ଦଳକୁ ଟକର ଦେବାପାଇଁ ବହୁ ଆଶାୟୀଙ୍କ ଭିଡ଼ ଲମ୍ବିବାରେ ଲାଗିଚି । ଧର୍ମଶାଳା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ଦଖଲ କରିଥିବା ବେଳେ, ୨୦୨୪ ପାଇଁ ବିଜୁ ଜନତା ଦଳର ନେତାଙ୍କ ମଧ୍ୟରେ ଲମ୍ବା ଧାଡ଼ି ଆଶାୟୀ ମାନଙ୍କ ପ୍ରାର୍ଥିପାଇଁ ଜୋର ଧରିଚି । ବରୀ ନିର୍ବାଚନ ମଣ୍ଡଳୀର ୨୦୨୦ରେ ବିରୋଧି ଦଳର ପ୍ରାର୍ଥି ବିଶ୍ୱରଂଜନ ମଲିକଙ୍କୁ ଅଳ୍ପ ଭୋଟ ବ୍ୟବଧାନରେ ହରାଇ ବିଧାୟୀକା ସୁନନ୍ଦା ଦାସ ବରୀକୁ ଦଖଲ କରିଥିଲେ । ଏବି ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବହୁ ଆଶାୟୀ ପ୍ରାର୍ଥି ଧାଡ଼ୁ ଲାଗି ରହିଚ । ସେମାନଙ୍କ ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ସଂଜୟ ଜେନା, ଅଶୋକ ବେହେରା, ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱରଂଜନ ମଲିକ ଏବଂ ବରୀ ନିର୍ବାଚନ ମଣ୍ଡଳୀର ବିଧଅୟୀକା ସୁନନ୍ଦା ଦାସ ଆଗରେ ରହିଥିବା ବେଲେ, ଅସନ୍ତୁଷ୍ଟ ବିଜେଡିରେ ବହୁ ପ୍ରାର୍ଥିଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳିଚି । ବିରୋଧି ଦଳରୁ କଂଗ୍ରେସ ଆସନରେ ପ୍ରାଥି ଦେବାଲାଗି ଅଣ୍ଟା ଭିଡ଼ୁଥିବା ବେଳେ, ବିଜେପି ଦଳ ଯୁବ ସାଙ୍ଗଠାନିକ ସମ୍ପାଦକ ବିଜୁ ଜନତା ଦଳର ମାର୍ଗ ଦର୍ଶକ ପ୍ରଣବ ପ୍ରକାଶ ଦାସ ବିଧାୟକ ଥିବା ବେଳେ, ଏହି ଆସନକୁ ବିରୋଧି ଦଳ ପକ୍ଷରୁ ଛଡ଼ାଇ ନେବାଲାଗି ଲବି ଜୋର ଧରିଚି । ଏହି ଆସନ ବିଜୁ ଜନତା ଦଳ ଦଖଲ କରିଥିବା ବେଳେ, ୨୦୨୪ ନିର୍ବାଚନ ପଇଁ ବିରୋଧି ଦଳ ହାତେଇ ନେବାକୁ ଚେଷ୍ଟ କରୁଥିବା ବେଳେ, କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଅଶୋକ ବଳ ଏହି ଆସନକୁ ଦଖଲ କରିଥିବା ବେଳେ, ବିଜେପି ଏବଂ କଂଗ୍ରେସ ଏହି ଆସନକୁ ବିଜୁ ଜନତା ଦଳ ପକ୍ଷୁ ବହୁ ପ୍ରାର୍ଥି ଆଶାୟୀ ଥିବା ଦେଖିବାକୁ ମିଳିଚି । ୨୦୨୦ରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇଙ୍କ ପୁଅ ପ୍ରିତ୍ତିରଂଜନ ଘଡ଼ାଇ ଦଖଲ କରିଥିବା ବେଳେ, ଏହି ଆସନ ପାଇଁ ବହୁ ଲମ୍ବା ଧାଡ଼ି ଆଗରେ ରହିଚ । ସେହିପରି ବିଞ୍ଝାରପୁର ନିର୍ବାଚନ ମଣ୍ଡଲୀର ବିଧାନ ସଭାର ବାଚସ୍ପତି ପ୍ରମିଳା ମଲିକ ବିଜୁ ଜନତା ଦଳ ଦଖଲ କରିଥିବା ବେଳେ, ବିରୋଧି ଦଳ ପକ୍ଷରୁ ବହୁ ଆଶାୟୀ ପ୍ରାର୍ଥି ହେବାଲାଗି କସରତ ଚାଲିଚ । ଏଠାରେ ସୂଚନା ଯୋଗ୍ୟ ଯେ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଯାଜପୁର ଜିଲ୍ଲାର ୭ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ କାହକୁ ଟିକେଟ ଦେବେ ତାହା ଦେଖିବାକୁ ବାକି ରହିଲା । ନୂତନ ପ୍ରାର୍ଥି ଦେବାଲାଗି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଜନସାଧାରଣଙ୍କ ପକ୍ଷୁ ଦାବି କରାଯାଉଚି ।

Related Posts

About The Author

Add Comment