ଯାଜପୁର ସଦର, ୨୧ା୦୧: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ପଂଚାୟତରେ ପ୍ରସିଦ୍ଧ ବାବା ବରୁଣେଶ୍ୱରଙ୍କ ମେଳା ମକର ସଂକ୍ରାନ୍ତି ଅବସରରେ ୯ଦିନ ଧରି ଅନୁଷ୍ଟିତ କରାଯାଉଥିବା ବେଳେ, ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ଥ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଚି । ପ୍ରଶାସନ ପକ୍ôଷୁ ଆଲୋକ, ପାନୀୟ ଜଳ, ସ୍ୱାସ୍ଥ୍ୟପରିମଳ ଉପରେ ତିକ୍ଷ୍ଣ ନଜର ରଖିଥିବା ବେଳେ, ବିଞ୍ଝାରପୁର ଥାନା ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ପାଇଁ ଥାନା ପକ୍ଷରୁ ବ୍ୟବସ୍ଥା କରାଯାଇଚି । ମକର ସଂକ୍ରାନ୍ତି ଅବସରରେ ବାବାଙ୍କ ମେଳା ଅନୁଷ୍ଟିତ ହେଉଥିବା ବେଳେ, ବିଞ୍ଜାରପୁର ବିଧାୟୀକା ଏବଂ ବିଧାନ ସଭାର ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲିକ ଯୋଗଦେଇ ଏହି ମେଳାକୁ ଉଦ୍ଘାଟନ କରିଥିଲେ । ବାବାଙ୍କ ଦର୍ଶନ ଲାଗି ଲକ୍ଷ୍ୟାଧରକ ଭକ୍ତ ସମାଗମ ଏହ ପିଠରେ ହେଉଥିବା ବେଳେ, ଯାଜପୁର ଜିଲ୍ଲାରେ ପ୍ରସିଦ୍ଧ ଶୈବକ୍ଷେତ୍ର ଭାବେ ପରିଚିତ ବାବା ବରୁଣେଶ୍ୱର ମହାପ୍ରଭୂଙ୍କୁ ସୁଶୋଜିତ ବେଶ କରାଯାଇ ବଡ଼ସିଂହାର ବେଶ ଦେଖିବା ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ବେଳେ, ବାବା ବରୁଣେଶ୍ୱରଙ୍କୁ ଭକ୍ତମାନେ ଦର୍ଶନ କରିଥିଲେ । ରିତିନିତି ଅନୁଯାଇ ମଙ୍ଗଳା ଆଳତୀ କରାଯିବା ସହିତ ବାବାଙ୍କୁ ବଡ଼ିସିଂହାର ବେଶ କରାଯାଇଥିଲା । ଏହି ଅବସରରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲିକ ବାବାଙ୍କୁ ଦର୍ଶନ କରିବା ସହିତ ବାବାଙ୍କ ଆଶ୍ରୀବାଦ ଭିକ୍ଷା କରିଥିଲେ । ପଂଚାୟତ ସମିତି ଅଧ୍ୟକ୍ଷା ରୀତା ଦାସ, ଅରେଇ ପଂଚାୟତ ସରପଂଚ ସ୍ମୃତି ସମିକ୍ଷା ମଲିକ, କୈଳାସ ସେଠୀ, ବଟକୃଷ୍ଣ ନାୟକ, ରାଧାକାନ୍ତ ନାୟକ, ଶ୍ରଦ୍ଧାଳୁ ଭକ୍ତମାନେ ବାବାଙ୍କୁ ଦର୍ଶନ ଲାଗଭ କରିଥିଲେ । ଭକ୍ତମାନଙ୍କ ଭିଡ଼ିକୁ ଆଖିଆଗାରେ ରଖି ବିଞ୍ଝାରପୁର ଥାନା ଆଇଆଇସି ଅଶ୍ରୁଂମାଳା ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନ ମାନଙ୍କରେ ପୋଲିସ ମୃତୟନ କରାଯାଇଚି । ସାଂସ୍କୃତିକ କାର୍ଯ୍ୟକ୍ରମ ଅପେରା ପାର୍ଟି ପରିବେଶଣ କରୁଥିବା ବେଳେ, ଏହି ପିଠକୁ ହଜାର ହଜାର ଭକ୍ତମାନଙ୍କର ସୁଅ ଛୁଟୁଥିବା ଦେଖିବାକୁ ମିଳିଚି । ଏହି ମେଳା ୯ଦିନ ଧରି କରାଯାଉଥିବା ମନ୍ଦିର ପୂଜା କମିଟି ପକ୍ଷରୁ ସମସ୍ଥ ବ୍ୟବସ୍ଥା କରାଯାଇଚି । ବିଞ୍ଝାରପୁର ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ, ଚତୁର୍ଥ ସ୍ତମ୍ବର ସାମ୍ବାଦିକ ମାନେ ଜାଗ୍ରତ ରିହବା ସହିତ ଗୁରୁଦାୟିତ୍ୱ ରହିଥିବା ବାଚସ୍ପତି ଶ୍ରୀମତୀ ମଲିକ ସୂଚନା ଦେଇଥିଲେ । ଅନ୍ୟ ଅତିôତ ମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷା ରୀତା ଦାସ, ଉପାଦକ୍ଷ ସେକ ରେସାଦ, ପୂର୍ବତନ ଅଧ୍ୟକ୍ଷ ନନ୍ଦକିଶୋର ସାମଲ ଯୋଗଦେଇଥିବା ବେଳେ, ଜିଲ୍ଲା ପରିଷଦ ସଭ୍ୟା ଅହଲ୍ୟା ସ୍ୱାଇଁ, ଚିକ୍କଣା ସରପଂଚ ପାର୍ବତୀ ମଲିକ, ସାମାଜିକ କର୍ମୀ କୈଳାସ ସେଠୀ, ସତ୍ୟଶେଖର ନାୟକ, ଅକ୍ଷୟ ନାୟକ, ବରୁଣେଶ୍ୱର ମହାବିଦ୍ୟାଳୟ ପୂର୍ବତନ ପ୍ରାଧ୍ୟାପକ ଗୁରୁ ପ୍ରଶାଦ ମିଶ୍ର, ରମାକାନ୍ତ ସାମଲ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଅତିଥି ବିଞ୍ଝାରପୁର ସାମ୍ବାଦିକ ସଂଘର ସଭାପତି ଦେବ ପ୍ରଶାଦ ସାହୁ, ସାଧାରଣ ସଂମ୍ପାଦକ ସେକ ସନୁଆର, ଉପସଭାପତି ଗୁଲସନ ନୟାଜ, ଅଲ୍ଲୀ ଖାଁ, ବିଶ୍ୱଜିତ ନାୟକ, କୋଷାଦକ୍ଷ ସୀତାକାନ୍ତ ସାମଲ, ଅନଙ୍ଗ ଉଦୟ ବେଉରିଆ, ସତ୍ୟ ରଂଜନ ମଲିକ, ରାମକୃଷ୍ଣ ଦାସ, ଏମଡି ମମତାଜ ସାମଲ, ଶଙ୍କର୍ଷଣ ସାମଲ, ନିମାଇଁ ଘଡ଼ାଇ, ମଇବୁଲ ଇସଲାମ ଯୋଗଦାନ କରିଥିଲେ ।
ଯାଜପୁର ବରୁଣେଶ୍ୱର ମେଳା ଅନୁଷ୍ଟିତ କରାଯାଉଚି
|
January 26, 2024 |



