ଯାଜପୁର ପୌରପାଳିକାରେ ରକ୍ଷଣ ବେକ୍ଷଣରେ ନାହିଁ ଶିଶୁ ଉଦ୍ୟାନ

Spread the love

ଯାଜପୁର,(ସନ୍ଧାନ ନ୍ୟୁଜ):ଓଡ଼ିଶାର ପୂର୍ବତନ ସରକାର ସମୟରେ ଶିଶୁମାନଙ୍କର ଆମୋଦ ପ୍ରମୋଦ ନିମନ୍ତେ ଓ ଅୟସ୍କ ବ୍ୟକ୍ତମାନଙ୍କର ବ୍ୟାୟାମ ପାଇଁ ବିଭିନ୍ନ ସ୍ଥାନ ମାନଙ୍କରେ ଶିଶୁ ଉଦ୍ୟାନ ସହିତ ବୟସ୍କ ବ୍ୟକ୍ତିମାନଙ୍କ ବ୍ୟାୟାମ କରିବାର ସୁବିଧା କରାଯାଇଥିଲା । କିନ୍ତୁ ଉକ୍ତ ଉଦ୍ୟାନ ଗୁଡ଼ିକ ବର୍ତ୍ତମାନ ଠିକ୍ ଭାବରେ ରକ୍ଷଣା ବେକ୍ଷରଣରେ ନାହିଁ । ସୂଚନା ଥାଉକି ଯାଜପୁର ପୌରପାଳିକା ଅନ୍ତର୍ଗତ ବିରଜା ମନ୍ଦିର ସନ୍ନିକଟ ପ୍ରହରାଜପୁର ଓ ଅଲିବାଗ ପଡ଼ିଆ ନାୟକ ସାହି ନିକଟରେ ଦୁଇଟି ଶିଶୁ ଉଦ୍ୟାନ ପ୍ରତିଷ୍ଠା କରାଯାଇଥିଲା । ତାହା ଏବେ କୌଣସି ରକ୍ଷଣ ବ୍ୟକ୍ଷରେ ନଥିବାରୁ ବା ସବୁ ବେଳେ ଗେଟ୍ ଖୋଲା ରହୁଥିବାରୁ ବୁଲା କୁକୁର, ବୁଲା ପଶୁ ପସି ଶିଶୁ ଉଦ୍ୟାନର ପରିବେଶକୁ ନଷ୍ଟ କରୁଛନ୍ତି । ଆହୁରି ମଧ୍ୟ ଅଲିବାଗ ପଡ଼ିଆ ନିକଟରେ ଥିବା ଶିଶୁ ଉଦ୍ୟାନରେ ବିଦ୍ୟୁତ୍ ଡିପି ସୁଇଚ୍ ହାତ ପାହାନ୍ତାରେ ରହିଅଛି । ଯଦି କେହି ଶିଶୁ ଅସାବଧାନତାରେ ତାହାକୁ ସ୍ପର୍ଶ କରେ ବିପଦ ଶିକାରରୁ କେହି ଉଦ୍ଧାର କରିପାରିବେ ନାହିଁ । ପୌରପାଳିକାର ଉକ୍ତ ଉଦ୍ୟାନ ଗୁଡ଼ିକୁ ରକ୍ଷଣ ବେକ୍ଷଣ ଓ ପରିସ୍କାର ପରିଚ୍ଛନ୍ନ ରଖୁନଥିବାରୁ ସାଧାଣରେ ଅସନ୍ତୋଷ ଦେଖା ଦେଇଛି । ଏଥି ପ୍ରତି ପୌର ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Related Posts

About The Author

Add Comment