ଯାଜପୁର ପୂର୍ବତନ ସାଂସଦ ମୋହନ ଯେନାଙ୍କ ବିଜେଡିରୁ ଇସ୍ତଫା, ଖୁବ ଶିଘ୍ର ବିଜେପିରେ ଯୋଗ ଦେଇପାରନ୍ତି

Spread the love

ଯାଜପୁର ୨୮/୩ (ସନ୍ଧାନ ନିୟୁଜ/ମାନସ ରାଉତ)ଯାଜପୁର ଜିଲ୍ଲାର ପୂର୍ବତନ ସାଂସଦ ମୋହନ ଯେନା ଆଜି ବିଧିବଦ୍ଧ ଭାବେ ବିଜେଡିରୁ ଇସ୍ତପା ଦେଇଛନ୍ତି । ସେ ଦୁଇଥର ଯାଜପୁରର ବିଜେଡି ଦଳରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଚଳିତ ବର୍ଷ ତାଙ୍କୁ ଦଳ ଟିକେଟ ଦେଇନଥିଲା । ଏପରକି ବହୁ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କୁ ଦଳ ପକ୍ଷରୁ ଖୋଜା ଯାଉନଥିଲା ।

ନିକଟରେ ମୁଖ୍ୟମନ୍ତ୍ରୀଙ୍କ ବଡଚଣା ଗ୍ରସ୍ତ ସମୟରେ ତାଙ୍କୁ ସାମନ୍ୟ ଚେୟାର ମଧ୍ୟ ବସିବାକୁ ମିଳିନଥିଲା । ବାଧ୍ୟ ହୋଇ ସାମ୍ବାଦିକଙ୍କ ଗ୍ୟାଲେରୀ ଥିବା ସିଟରେ ସାମ୍ବାଦିକ ମାନେ ତାଙ୍କୁ ବସିବାକୁ ଦେଇଥିଲେ । ଏପରକି ମଂଚରେ ମୁଖ୍ୟମନ୍ତ୍ରୀ ତାଙ୍କର ନାମ ମଧ୍ୟ ଉଚ୍ଚାରଣ କରିନଥିଲେ । ଅନ୍ୟ କେହି ନେତା ମଧ୍ୟ ତାଙ୍କର ଦଳ ପ୍ରତି ସାମାନ୍ୟ ତମ କାର୍ଯ୍ୟ କରିଥିବା ପ୍ରକାଶ କରିନଥିଲେ । ତଥାପି ସେ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ ।

ଏହା ଭିତରେ ଟିକେଟ ବଂଟନ ପ୍ରକିୟା ଶେଷ ହୋଇଥିବା ବେଳେ ଚଳିତ ବର୍ଷ ଯାଜପୁରରେ ନୂତନ ମୁହଁ ଶ୍ରମିଷ୍ଠା ସେଠୀଙ୍କୁ ଟିକେଟ ବିଜେଡି ଦେଇଛି । ଆଜି ବଡଚଣାର ବିଜେପି ନେତା ଅମର ନାୟକଙ୍କ ସହିତ ମୋହନ ଜେନାଙ୍କ ଆଲୋଚନା ହେବା ପରେ ରାଜ୍ୟର ଅନ୍ୟ ନେତାଙ୍କ ସହ କଥା ହୋଇଥିବାର ବିଶେଷ ସୁତ୍ରରୁ ଜଣାପଡିଥିଲା । ପରେ ମୋହନ ବିଜେଡି ଦଳର ରାଜ୍ୟ ସଭାପତିଙ୍କ ନିକଟକୁ ଇସ୍ତପା ପତ୍ର ଦେଇଥିଲେ । ତେବେ ଗତକାଲି ସୁଧା ବିଜେପିରେ ମିଶିପାରନ୍ତି ବୋଲ ଯାଜପୁରରେ ଚର୍ଚ୍ଚା ଯୋର ଧରିଛି । ତେବେ ଅମୀୟ ମଲିକ ଏବଂ ମୋହନ ଯେନାଙ୍କ ଏବଂ ଦଳ ମଧ୍ୟରେ ଆଲୋଚନା ହେବା ପରେ ବିଜେପି ଯାଜପୁର ଲୋକସଭା ପାର୍ଥୀ ଘୋଷଣା କରିବ ବୋଲି ଜିଲ୍ଲା ରାଜନୌତିକ ମହଲରେ ଆଲୋଚନା ଚାଲିଛି । ତେବେ ବିଜେଡିରୁ ମୋହନଙ୍କ ଇସ୍ତପା ବିଜେଡି ପାଁଇ ମହଙ୍ଗା ହେବାର ସମ୍ଭାବନା ଥିବା ବେଳେ ଯଦି ବିଜେପିରେ ମିଶନ୍ତି ତେବେ ବିଜେପି ବଡଚଣା ସମତେ ଯାଜପୁର ଜିଲ୍ଲାରେ ଅଧିକ ସଦୃଢ଼ ହେବା ବୋଲି ଆଲୋଚନା ଯୋର ଧରିଛି ।

Related Posts

About The Author

Add Comment