ଯାଜପୁର ପାଲଟିଛି କରୋନା ଗଡ; ପୁଣି ବାହାରିଲା ୧୪ ପଜେଟିଭି

Spread the love

୨ ଜଣ ଶିଶୁ, ଜଣେ କିଶୋରଙ୍କ ବ୍ୟତୀତ ୬ ଜଣ ପୁରୁଷ ଏବଂ ୫ ଜଣ ମହିଳା

ଯାଜପୁର, ୩୦/୦୪ (ସନ୍ଧାନ ନିଉଜ) : ଯାଜପୁରରେ ଆଉ ୧୪ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସମସ୍ତ ପଜିଟିଭ୍ ଯାଜପୁର ଜିଲ୍ଲାର। ଏହାକୁ ମିଶାଇ ଯାଜପୁର ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ଆଜି ଗୋଟିଏ ଦିନରେ ଯାଜପୁରରୁ ୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସକାଳେ ଯାଜପୁର ଜିଲ୍ଲାରୁ ୩ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ପୁଣି ୧୪ ଜଣଙ୍କୁ ମିଶାଇ ଜିଲ୍ଲାରେ ୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୂର୍ବର ଚିହ୍ନଟ ୩ ଜଣ ଜିଲ୍ଲାର ଦଶରଥପୁର ବ୍ଲକର ହୋଇଥିବା ବେଳେ ବର୍ତ୍ତମାନ ଯେଉଁ ୧୪ ଜଣ ଚିହ୍ନଟ ହୋଇଛନ୍ତି ସେମାନେ ମଧ୍ୟ ସେହି ଦଶରଥପୁର ବ୍ଲକର କଟିକଟା ପଞ୍ଚାୟତର ବାସିନ୍ଦା ବୋଲି ସୂଚନା ମିଳିଛି।

ଚିହ୍ନଟ ହୋଇଥିବା ୧୪ ଜଣଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ କିଶୋରଙ୍କ ବ୍ୟତୀତ ୬ ଜଣ ପୁରୁଷ ଏବଂ ୫ ଜଣ ମହିଳା ଅଛନ୍ତି। ଶିଶୁ ମାନଙ୍କ ବୟସ ତିନି ବର୍ଷ ହୋଇଥିବା ବେଳେ ଜଣେ ୧୨ ବର୍ଷର କିଶୋର ଅଛନ୍ତି। ପୁରୁଷ ମାନଙ୍କ ମଧ୍ୟରେ ୨୯ ବର୍ଷର ଦୁଇ ଜଣ ଥିବା ବେଳେ ଅନ୍ୟ ମାନଙ୍କ ବୟସ ୬୨, ୩୮, ୩୫ ଏବଂ ୩୪ ବର୍ଷ ବୋଲି ଜଣାପଡିଛି। ସେହିପରି ଚିହ୍ନଟ ମହିଳା ମାନଙ୍କ ବୟସ ୬୨, ୫୨, ୪୦, ୩୬ ଏବଂ ୨୦ ବର୍ଷ ବୋଲି ଜଣାପଡ଼ିଛି। ଚିହ୍ନଟ ସମସ୍ତ ୧୪ ପଜେଟିଭ୍ କୋଲକାତା ଲିଙ୍କ୍ ଥିବା ପ୍ରାଥମିକ ପର୍ଯ୍ୟାୟରେ ଜଣାପଡିଛି। ଏହି ୧୪ ଜଣଙ୍କୁ ମିଶାଇ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୧୪୨ ଛୁଇଁଥିବା ରାଜ୍ୟ ସ୍ୱାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି।

Related Posts

About The Author

Add Comment