ଯାଜପୁର: ଦ୍ୱିତୀୟ ଶ୍ରୀକ୍ଷେତ୍ର ଛତିଆରେ ଘୋଷଯାତ୍ରା

Spread the love

ଯାଜପୁର,୧୪ ।୭(ସନ୍ଧାନ ନିୟୁଜ): ଦ୍ୱିତୀୟ ଶ୍ରୀକ୍ଷେତ୍ର ଛତିଆରେ ଘୋଷଯାତ୍ରା ବେଶ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱର ସର୍ବବୃହତ୍ତ ଛତିଆ-ବଡଘୁମୁରୀ ୧୧ କିଲୋମିଟର ବଡଦାଣ୍ଡ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଭକ୍ତମାନଙ୍କ ଗହଣରେ ମାଉସୀ ମା’ ମନ୍ଦିରରେ ପହଞ୍ଚିଥିଲେ । ଆଜି ପ୍ରାତରୁ କୁଞ୍ଜିଆଛକସ୍ଥିତ ଜଗନ୍ନାଥ ମନ୍ଦିରେ ପୂଜକମାନେ ମଙ୍ଗଳ ଆଳତୀ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରାପାଳ ପୂଜା, ସକାଳ ଧୂପ ଆଦି ରିତିନିତୀ କରିବା ପରେ ରଥ ଉପରେ ସାରଥୀ ଲଗାଯାଇ ରଥ ପ୍ରତିଷ୍ଠା କରାଯାଇଥିଲା । ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ କରାଯାଇଥିଲା । ପ୍ରଥମେ ମନ୍ଦିର ପୂଜକମାନଙ୍କ ଦ୍ୱାରା ସୂଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇ ତଥାରୂଢ଼ କରିବା ପରେ ତିନି ଠାକୁରଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ଼ କରାଯାଇଥିଲା । ରଥର ମୁଖ୍ୟ ପୂରୋଧା ଉପେନ୍ଦ୍ର କୁମାର ଓଝାଙ୍କ ଦ୍ୱାରା ରଥାରେ ଛେରାପହଁରା କରାଯାଇ ଚାରମାଳ ଖୋଲାଯିବା ପରେ ଠିକ ୧୧.୩୦ରେ ରଥ ଟଣା ଆରମ୍ଭ କରାଯାଇଥିଲା । ଆକପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ରଥକୁ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଟାଣିଟାଣି ବଡଘୁମୁରୀ ମାଉସୀ ମା’ ମନ୍ଦିରେ ପହଞ୍ଚାଇଥିଲେ । ଜାତୀୟ ରାଜପଥ ଉପରେ ରଥ ଟଣାହେଉଥିବା ବେଳେ ବନ୍ଦାଳ, କଡାଇଛକ ଆଦି ସ୍ଥାନରେ ବିଭିନ୍ନ ଗ୍ରାମର ଜନସାଧାରଣ ଉସôାହ ଉଦ୍ଦିପନ୍ନାରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ । ଚଳିତ ବର୍ଷ ଛତିଆ ବିଜୁ ବାହିନୀ ପକ୍ଷରୁ ରଥ ଯାତ୍ରାରେ ସହଯୋଗ କରାଯାଇଥିଲା, ବିଜୁ ବାହିନୀର ନେତୃତ୍ୱ ନେଇଥିଲେ ଦିପକ କୁମାର ସାହୁ ଓ ସଞ୍ଜୟ କୁମାର ବେହେରା । ଜିଲା ପ୍ରଶାସନ ପକ୍ଷରୁ ଦର୍ପଣ ତହସିଲଦାର ଡ. ଅଶୋକ କୁମାର ଦାସ ମାଜିଷ୍ଟ୍ରେଟ ଭାବେ ନିୟୋଜିତ ହୋଇଥିବା ବେଳେ ଆଇନଶୃଙ୍ଖଳା ଦୃଷ୍ଟିରୁ ଯାଜପୁର ରୋଡ ଏସଡିପିଓ କେଦାରନାଥ ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୈରୀ ଆଇଆଇସି ନିରଞ୍ଜନ ଶବର, ବଡଚଣା ଆଇଆଇସି ଶରତଚନ୍ଦ୍ର ପାତ୍ର, ଚଣ୍ଡିଖୋଲ ଟ୍ରାଫିକ ଆଇଆଇସି ମାରାଣ୍ଡିଙ୍କ ସମେତ ବ୍ୟାପକ ପୁଲିସ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାରେ ରଥଯାତ୍ରା କାର୍ଯ୍ୟ ସମାପନ ହୋଇଥି । ରଥଯାତ୍ରା କମିଟିର ସଭାପତି ନିର୍ମଳଚନ୍ଦ୍ର ସାମଲଙ୍କ ସହିତ ବ୍ଲକ ଅଧ୍ୟକ୍ଷ ଭାଗ୍ୟଧର ମଲିକ, ସଚ୍ଚିଦାନନ୍ଦ ସାମନ୍ତରାୟ, ମିହିର ପ୍ରତାପ ଦାସ, ପ୍ରଫୁଳ କୁମାର ବିଶ୍ୱାଳ, ଆଇନଜୀବୀ ଶରତଚନ୍ଦ୍ର ବଳ, ନିଳମଣୀୀ ରାଉତ, ରମେଶଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ରହି ସହଯୋଗ କରିଥିଲେ । ବିଦ୍ୟୁତ ବିଭାଗ, ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ସେହିପରିଭାବେ ବଡଚଣାର ବିଭିନ୍ନ ସ୍ଥାନରେ ପବିତ୍ର ଘୋଷଯାତ୍ରା ପାଳିତ ହୋଇଯାଇଛି । ବହୁ ଦିନ ଧରି ବୈରୀ ରଥଯାତ୍ରା ବନ୍ଦ ହୋଇଯାଇଥିବା ବେଳେ ଚଳିତ ବର୍ଷ ଗ୍ରାମବାସୀଙ୍କ ସହଯୋଗରେ ବୈରୀ ରଥଯାତ୍ରା ଆରମ୍ଭ ହୋଇଛି । ବରୀଠେଙ୍ଗଡ, ଖଏରା, ଧାନମଣ୍ଡଳ, ଉପୁଳାସ୍ଥିତ ଦୟାଶୁଣୀ ପୀଠ ଆଦି ବିଭିନ୍ନ ସ୍ଥାନରେ ରଥଯାତ୍ରା ହୋଇଯାଇଛି ।

Related Posts

About The Author

Add Comment