ଯାଜପୁର ସଦର,୦୬।୧୨ (ସନ୍ଧାନ ନିଉଜ): ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ବିରଜା ପ୍ରକଳ୍ପ ବିରଜା ହାଟକୁ ନେଇ ବିବାଦ ରହିଥିବା ବେଳେ, ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁକୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ରହିଥିବା ପୂର୍ବତନ ବିଧାୟକ ବିଜେଡି ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରଶାଦ ଦାଲଙ୍କୁ ଗତକାଲି ଜିଲ୍ଲା ଦୌରଜଜ ଅଦାଲତରୁ ଜାମିନୀ ମିଳିଥିବା ଜଣାଯାଇଚି। ଜିଲ୍ଲା ଦୌରଜଜଙ୍କ ଅଦାଲତରେ ଅନୁସୂଚିତ ଜାତି ଜାମିନି ଆବେଦନ ୯ତାରିଖ ଠାରୁ ବିଚାର ଧିନ ରହିଥିବାରୁ ବିଚାର ବିଭାଗିୟ ହାଜତରେ ଭବଙ୍କୁ ରହିବାକୁ ପଡ଼ିବ। ନଭେମ୍ବର ୨୦ ତାରିଖ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ବୁଢ଼ା ଘାଟ ନିକଟରେ ହୋଇଥିବା ଆକ୍ରମଣ ଯାଜପୁର ସହରରେ ହୋଇଥିବା ଗଣ୍ଡଗୋଳ ଏନେଇ ଯାଜପୁର ଥାନାକୁ ଘେରାଉ କରାଯାଇଥିଲା। ଥାନା ଘେରାଉ ଘଟଣାରେ ବହୁ ବିଜେଡ଼ି ସମର୍ଥକ ମାନଙ୍କ ନାମରେ ରହିଥିବା ଯାଜପୁର ପୂର୍ବତନ ପୌରଦକ୍ଷ ଭବପ୍ରଶାଦ ଦାସ ୫ଟି ମାମଲାରେ ଛନ୍ଦିହୋଇ ପଡ଼ିଥିବା ଶ୍ରୀ ଦାସ ଦେଖିବାକୁ ମିଳିଥିଲା। ପୂର୍ବତନ ପୌରଦକ୍ଷ ଭବପ୍ରଶାଦ ଦାସ ୪ଟି ମାମଲାରେ ଜାମିନୀ ମିଳିଥିବା ବେଳେ, ଅଦ୍ୟାବଧି ଅନୁସୁଚିଚ ଜାତି ମାମଲରେ ଜାମିନୀ ମିଳିନାହିଁ। ଡିସେମ୍ବର ୯ତାରିଖରେ ଜାମିନୀ ଆବେଦନ ଉପରେ ଶୁଣାଣୀ ହେବାକୁ ଥିବା ବେଳେ, ଶ୍ରୀ ଦାସ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡ଼ିବ ବୋଲି ଜଣାଯାଇଚି।
ଯାଜପୁର ଟାଉନ ଥାନା ଘେରାଉ ମାମଲାରେ ଭବକୁ ଜାମିନ ମିଳିଲା
|
December 7, 2024 |