ଯାଜପୁର ଜିଲ୍ଳ୍‌ାରେ ୧୫ ବର୍ଷ କିଶୋରଙ୍କ ଟୀକାକରଣର ଶୁଭାରମ୍ଭ

Spread the love

ଯାଜପୁର, ୦୫/୦୧/୨୦୧୨ (ସନ୍ଧାନ ନିଉଜ) : ସୋମବାର ପୂର୍ବାହ୍ନ ୯ ଘଟିକା ସମୟରେ ଯାଜପୁର ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଳୟରେ ୧୫ ବର୍ଷରୁ ଉର୍ଦ୍ଧ୍ୱ କିଶୋରଙ୍କ କୋଭିଡ ଟୀକାକରଣର ଶୁଭାରମ୍ଭ କରାଯାଇଚ୍ଥି । ଜିଲ୍ଳ୍‌ା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଞ୍ଚି ନାରାୟଣ ବାରିକ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି କହିଲେ ଯେ, ଆଜି ସମଗ୍ର ଜିଲ୍ଳ୍‌ାରେ ଏହି କାର୍ଯ୍ୟକ୍ରମ ୧୦ଟି ସି.ଏଚ୍‌.ସି. ଏବଂ ୨ ଗୋଟି ପୈାରାଞ୍ଚଳରେ ଚାଲୁ ରହିଚ୍ଥି । ଯେଉଁମାନେ ପୂର୍ବରୁ ଅନ୍‌ଲାଇନ୍‌ରେ ସ୍ଳ୍‌ଟ୍ ବୁକିଂ କରିଚ୍ଥନ୍ତି ସେମାନଙ୍କୁ ପ୍ରାଧାନ୍ୟ ଦିଆଯିବା ସହ ବୁକିଂ କରି ନ ଥିବା କିଶୋର ମାନଙ୍କୁ ମଧ୍ୟ ଅପଂ୍ ଲାଇନ୍ ବା ସ୍ଳ୍‌ଟ୍‌ରେ ଟୀକାକରଣ କରାଇ ପାରିବେ । ବିଦ୍ୟାଳୟ ମାନଙ୍କରେ ଏହି ଟୀକାକରଣ ଚାଲୁ ରଖିବା ପାଇଁ ଜିଲ୍ଳ୍‌ା ଶିକ୍ଷାଧିକାରୀ ମାନଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଚ୍ଥି । ୧୫ ରୁ ୧୮ ବର୍ଷର କିଶୋର ମାନଙ୍କ ପାଇଁ ପେଂବୃୟାରୀ ମାସ ପାଇଁ ଟୀକାକରଣର ଧାର୍ଯ୍ୟଲକ୍ଷ୍ୟ ୧୪୦୪୦୦ ରହିଚ୍ଥି ଏବଂ ଏହା କିପରି ସୁଚାରୁ ରୂପେ ପ୍ରତିପାଦନ ହେବ ତାହା ଜିଲ୍ଳ୍‌ା ସ୍ୱାସ୍ଥ୍ୟ ବିଭାଗ ପ୍ରତ୍ୟେକ ଦିନ ଅନୁଶୀଳନ କରିବ । ଟୀକା ନେଇଥିବା କିଶୋର ମାନେ ସେମାନଙ୍କର ୨ୟ ଡୋଜ ୨୮ ରୁ ୪୨ ଦିନ ଭିତରେ ନେଇ ପାରିବେ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡା. ଶ୍ରୀ ବାରିକ ପ୍ରକାଶ କରିଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ, ସହକାରୀ ଜିଲ୍ଳ୍‌ା ଜନ ସ୍ୱାସ୍ଥ୍ୟ ଅଧିକାରୀ (ପାଂମିଲି ୱେଲପେଂୟାର) ଡା. ସିବାଶିଷ ମହାରଣା, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଆର.ସି.ଏସ୍‌. ଶୁଭ୍ରଜିତ୍ ପୃଷ୍ଟି , ମୁଖ୍ୟ ସେବିକା ଜ୍ୟୋତ୍ସାରାଣୀ ଦାସ, ସ୍ୱାସ୍ଥ୍ୟ କର୍ମଚାରୀ ଶୁଭ ସଙ୍ଗୀତା ଦାସ ଓ ମୁଖ୍ୟ ଚିକିତ୍ସାଳୟର ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Related Posts

About The Author

Add Comment