ଯାଜପୁର ଜିଲ୍ଳା କଂଗ୍ରେସ ପକ୍ଷରୁ ଗାନ୍ଧୀ ଜୟନ୍ତୀଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

Spread the love

ଯାଜପୁର:୦୨ା୧୦ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି । ସକାଳେ ଗାନ୍ଧୀଛକ ଠାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ରାମଧୁନ କରାଯାଇଥିଲା । ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲବାହାଦୂରଶାସ୍ତ୍ରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଗାନ୍ଧୀଜୀବଙ୍କ ଅହିଂସା ପରମା ଧର୍ମ ଥିଲା ତାଙ୍କର ସିଦ୍ଧାନ୍ତ, ଏହି ସିଦ୍ଧାନ୍ତର ସ୍ଥାପନା କରି ବିଭିନ୍ନ ଧର୍ମଗ୍ରନ୍ଥ ଜରିଆରେ ଗାନ୍ଧୀ ଦେଶକୁ ଗାନ୍ଧଜୀ ଗୁଲାମିର ବନ୍ଧନରୁ ମୁକ୍ତ କରିଥିଲେ । ବିଶ୍ୱସ୍ତରରେ ଅହିଂସକ, ଅତ୍ୟଧିକ ବୌଦ୍ଧିକ ଓ ସୁଧାରବାଦୀ ବୁଚାରଧାରା ବ୍ୟକ୍ତିତ୍ୱ ଭାବରେ ମହାତ୍ମାଗାନ୍ଧୀଙ୍କ ପରିଚୟ ରହିଛି; ସେଥି ଲାଗି ରାଷ୍ଟ୍ରର ପିତାଭାବରେ ପରିଚିତ । ବ୍ରିଟିଶ ଶାସନର ଅତ୍ୟାଚାର ଓ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଭାରତବାସୀ ମୁକ୍ତିର ପଥ ଖୋଜୁଥିବା ବେଳେ ଜାତିର ପିତା ମହାତ୍ମାଗାନ୍ଧୀ ଦେବଦୂତ ସାଜି ଇଂରେଜ ମାନଙ୍କ ବିରୁଦ୍ଧରେ ଅହିଂସା ଲଢ଼େଇ ଜାରି ରଖି ଅଗଷ୍ଟ ୧୫, ୧୯୪୭ ମସିହାରେ ଆମ୍ଭ ମାନଙ୍କୁ ସ୍ୱାଧୀନତା ଦେଇଥିଲେ । ଇଂରେଜ ସରକାରଙ୍କର ଗୁଳି, ଗୋଳା, କମାଣକୁ ଭୟ ନକରି ସେ ମୁକ୍ତି ସଂଗ୍ରାମର ଯେଉଁ ମନ୍ତ୍ର ଭାରତୀୟ ମାନଙ୍କ ହୃଦୟରେ ସଞ୍ଚାର କରିଥିଲେ ତାହା କୋଟି କୋଟି ଭାରତୀୟ ମାନଙ୍କୁ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ପାଇଁ ଶକ୍ତି ଓ ସାହସ ଯୋଗାଇ ଦେଇଥିଲା ବୋଲି ଉପସ୍ଥିତ କଂଗ୍ରେସ ନେତୃବର୍ଗ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଜାତି, ଧର୍ମ, ବର୍ଣ୍ଣ ନିବିଶେଷରେ ଆମେ ସମସ୍ତେ ଭାରତବାସୀ ଦେଶ ମାତୃକାର ରକ୍ଷା ପାଇଁ ଆଜିର ଦିବସରେ ଶପଥ ନେବାର ସମୟ ଆସିଛି । ସେହିପରୀ ଶାସ୍ତ୍ରୀ ଗାନ୍ଧୀଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶର ପ୍ରମୁଖ ଆନ୍ଦୋଳନ ଗୁଡ଼ିକରେ ମୁଖ୍ୟ ଭୂମିକା ଲିଭାଇଥିଲେ । ରାଜନୈତିକ କ୍ଷେତ୍ରରେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଦ୍ୱାରା ଅନେକ ପ୍ରଭାବିତ ହୋଇଥିଲେ ଶାସ୍ତ୍ରୀ । କଂଗ୍ରେସ ଦଳରେ କାମ କରି ସେ ସଫଳତାର ସିଡ଼ି ଚଢ଼ି ଚାଲିଥିଲେ ବୋଲି ଉପସ୍ଥିତ ବ୍ୟକ୍ତିମାନେ ବ୍ୟକ୍ତ କରିଥିଲେ । ଉକ୍ତ ଜୟନ୍ତୀ ସଭାରେ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ରାଉତ, ସନ୍ତୋଷ କୁମାର ନନ୍ଦ, ନାରାୟଣ ଚନ୍ଦ୍ର ସାମନ୍ତ, ଦୁର୍ଯ୍ୟୋଧନ ବେହେରା, ଭାଷ୍କର ମହାନ୍ତି, ବିଭୂତି ମହାପାତ୍ର, ନକୁଳଦେବ ସାହୁ, ରଘୁନାଥ ସାହୁ, ମାନସ ପଣ୍ଡା, ଅନିଲ କୁମାର ମହାନ୍ତି, ଅବଦୁଲ୍ ରୋପ୍‌, ନିକୁଞ୍ଜ ସାମଲ, ପ୍ରଦୀପ ବେହୁରିଆ, ନୃସିଂହ ସାହୁ, ବିଦ୍ୟାଧର ବେହେରା, ମାନସ ରଂଜନ ପଣ୍ଡା, ଅକ୍ଷୟ ଶତପଥୀ, ବିଜୟ ମହାପାତ୍ର , ବିଧ୍ୟାଧର ବାରିକ ପ୍ରମୁଖ ଯୋଗଦେଇଥିଲେ ।

Related Posts

About The Author

Add Comment