ଯାଜପୁର ସଦର, ୫/୧/୨୬ (ସନ୍ଧାନ ନ୍ୟୁଜ) : ଯାଜପୁର ଜିଲ୍ଲା ମହୋତ୍ସବ ଯଯାତିର ୨୦୨୬ ସସିହା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଟିତ କରାଯାଇଚି । ଏହି ଅବସରରେ ମୁଦେଶୀ ମେଳାର ଆୟୋଜନକୁ ନେଇ ଯାଜପୁର ଡିଆରଡି ଅନ ଫ୍ରେସିଙ୍ଗ ହଲରେ ବୈଠକ ଯଯାତିର ଅନୁଷ୍ଟିତ କରାଯାଇଥିବା ବେଳେ, ଯାଜପୁର ଜିଲ୍ଲାର ସମବାୟ ମନ୍ତ୍ରୀ ପ୍ରଦିପ୍ତ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଯାଜପୁର ଲୋକସଭା ସାଂସଦ ରବିନାରାୟଣ ବେହେରା ଯୋଗଦାନ କରିଥିଲେ । ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀର ବିଧାୟକ ଆକାଶ ଦାସନାୟକ ଯୋଗଦେଇଥିଲେ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦାନ କରିଥିଲେ । ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସଭାପତିତ୍ୱରେ ଜିଲ୍ଲାର ସମସ୍ତ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗଦାନ କରିଥିବା ବେଳେ, ଜିଲ୍ଲା ସାଂସ୍କୃତି ପରିଷଦର ସଦସ୍ୟମାନେ ଯୋଗଦେଇ ଏହା କିପରି ସରଶ ସୁନ୍ଦର ହୋଇପାରିବ ଯଯାତି ଉତ୍ସବ ସଂମ୍ପର୍କରେ ଆଲୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜ୍ଞାନ ରଂଜନ ପତି ସୂର୍ଯ୍ୟମଣି ଖୁଣ୍ଟିଆ, ସାହିତ୍ୟ ସଂସଦର ସମ୍ପାଦକ ବିରଷ୍ଠ ସାମ୍ବାଦିକ ରମାକାନ୍ତ ଜେନା, ବରିଷ୍ଠ ଲେଖକ ରୁଦ୍ରନାରାୟଣ ପୃଷ୍ଟି, ବିରଜା ବଳ, ବଟକୃଷ୍ଣ, ସନ୍ତୋଷ ନନ୍ଦ ଯୋଗଦେଇ ଏହି ଆଲୋଚନରେ ଅଂଶ ଗ୍ରହଣ କରିଥିଲେ । ଯଯାତି ମହୋତ୍ସବ ୨୦୨୬ ଯଯାତି ସ୍ମରଣୀକା ପତ୍ରିକା ସଂଗ୍ରହ ପଇଁ ଶ୍ର୍ରୀ ବେହେରା ମତ ପ୍ରକାଶ କରି ଫ୍ରେବୃଆରୀ ଦ୍ୱିତୀୟ ସପ୍ତହରେ ଆୟୋଜନ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଯଯାତି ଉଦ୍ଘାଟନ ପାଇଁ ଅନୁରୋଧ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଚି. ଏହି ମହୋତ୍ସବ ଓଲମାନ ପଲ୍ଲୀମେଳା ସୁଭଦ୍ରା ଶକ୍ତି ମେଳା ଆୟୋଜନ କରାଯିବ ଏହି ଯଯାତି ମହୋତ୍ସବରେ ଯାଜପୁର ଜିଲ୍ଲାର ମାନ୍ୟତା ଗୋପାଳପୁର ହସ୍ତତନ୍ତ୍ର ପଥର କାରୁକାର୍ଯ୍ୟ ମୃର୍ତ୍ତି ଇତ୍ୟାଦି ଏହି ମେଳାରେ ସ୍ଥାନ ପାଇବ । କଳାକାର ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଭା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବøାଲି ଯାଜପୁର ଜିଲ୍ଲାପାଳ ପୂର୍ଣ୍ଣତ୍ୱୟା ବୈତରଣୀ ନଦୀକୂଳରେ ଆଳତି ପାଇଁ ପ୍ରସ୍ତାବ ଦେଇଥିବା ବେଳେ, ଏହା ସହିତ ମହୋତ୍ୱସ ଉପଲକ୍ଷେ କବି ସମ୍ମୀଳନୀ ସୁରଣିକା ଧର୍ମଶାଳା ବିଧାୟକ ହିମାଁଶୁ ଶେଖର ସାହୁ ମହୋତ୍ସବ ପାଇଁ ପ୍ରସ୍ତୁତି ହେବା ସହିତ ପରାମର୍ଶ ଦେଇଥିଲେ । ଜିଲ୍ଲା ବହୁ ମାନ୍ୟଗଣ୍ୟବ୍ୟକ୍ତି ବୁଦ୍ଧିଜିବୀ ସାହିତିକ ଯଯାତି ଯାଜପୁର ଐତିହ ସଂସ୍କୃତିକକୁ ବଜାଇ ରଖିବାପାଇଁ ଏହି କାର୍ଯ୍ୟକ୍ରମରେ ଯୁଧିଷ୍ଟିର ନାୟକ(ରାଜସ୍ୱ)ଶିବାନନ୍ଦ ସ୍ୱାଇଁ, ଉପଜିଲ୍ଲାପାଳ ତାପସ ବେହୁରା, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଟିର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଯାଜପୁର ଜିଲ୍ଲା ଯଯାତିର ପ୍ରସ୍ତୁତି ବୈଠକ ଅନୁଷ୍ଟିତ
|
January 5, 2026 |



