ଯାଜପୁର, ୧୨/୦୬/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ଏସ୍.ଆଇ ସ୍ତରରେ ଅଦଳ ବଦଳ ବିଭିନ୍ନ ଥାନାରୁ ଏସ୍.ଆଇ ମାନଙ୍କୁ ଯାଜପୁର ଜିଲ୍ଲା ଏସ୍.ପି ରାସହୁଲ ପିଆରଙ୍କ ନିଦେ୍ର୍ଦଷରେ କରାଯାଇଥିବା ଜଣାଯାଇଚି । କାର୍ଯ୍ୟରତ ଥିବା ଯାଜପୁର ଜିଲ୍ଲାରୁ ୧୮ ଜଣ ଏସ୍.ଆଇଙ୍କୁ ବଦଳ କରାଯାଇଥିବା ଗଣମାଧ୍ୟମକୁ ଜିଲ୍ଲା ଏସ୍.ପି ରାହୁଲ ପିଆର ସୂଚନା ଦେଇଥିବା ଜଣାଯାଇଚି । ସେମାନେ ହେଲେ, ଏସ୍.ଆଇ ହରିଶ୍ଚନ୍ଦ୍ର ସିଂହଙ୍କୁ ମଙ୍ଗଳପୁର ଥାନାକୁ ବଦଳି କରାଯାଇଥିବା ବେଳେ, କୋରେଇ ଥାନା ଏସ୍.ଆଇ ଘନଶ୍ୟାମ ସେଙ୍କୁ ଯାଜପୁୁର କୋର୍ଟରି ଜଖପୁରା ଥାନାକୁ ସେହିପରି ସୁବ୍ରତ ସାହୁଙ୍କୁ କୋରେଇ ଥାନାରୁ ବୈରୀ ଥାନାକୁ, ରାକେଶ ସେଠିଙ୍କୁ ଯାଜପୁରରୋଡ଼ ଥାନାରୁ କଳିଙ୍ଗ ନଗର ଥାନାକୁ ଏବଂ ସୁବାଷ ମୁଦୁଲିଙ୍କୁ ବଡ଼ଚଣା ଥାନକୁ, ଗୋବର୍ଦ୍ଧନ ନାୟକଙ୍କୁ ଦାନଗଦି ବିଟି ହାଉସରୁ ଛତିଆ ବିଟ୍ ହାଉସକୁ, ସୁଦାମ ନନ୍ଦିଙ୍କୁ ଧର୍ମଶାଳା ଥାନାରୁ କାଳିଆପାଣି ଥାନାକୁ, ଜ୍ୟୋତିରଂଜନ ମହାପାତ୍ରଙ୍କୁ ବଡ଼ଚଣା ଥାନାରୁ ଯାଜପୁରରୋଡ଼ ଥାନାକୁ, ବିଶ୍ୱଜିତ ବିଶ୍ୱାଳଙ୍କୁ ବୈରୀ ଥାନାରୁ ସୁକିନ୍ଦା ଥାନାକୁ, ଅଜୟ ସାହୁଙ୍କୁ କଳିଙ୍ଗନଗର ଥଅନାରୁ ଦାନଦଗି ବିଟ୍ ହାଉସକୁ, ଅନ୍ତଜ୍ୟାମି ଶ୍ରୀଚନ୍ଦନଙ୍କୁ ସୁକିନ୍ଦାରୁ ମଙ୍ଗଳପୁରକୁ, ବିଭୁତି ଭୁଷଣଙ୍କୁ କାଳିଆପାଣିରୁ ଧର୍ମଶାଳାକୁ, ସରୋଜଙ୍କୁ ଜେନାପୁର ଥାନାରୁ ବରୀ ଥାନାକୁ, ବାସୁଦେବ ପରିଡ଼ାଙ୍କୁ ଜଖପୁରାରୁ ଜେନାପୁରକୁ, ନାରାୟଣ ପ୍ରସାଦ ବେହେରାଙ୍କୁ ଯାଜପୁରରୋଡ଼ କୋର୍ଟକୁ ପ୍ରମୋଦ ସାହୁଙ୍କୁ ଧର୍ମଶାଳାରୁ ଡିଆଇଭି ଯାଜପୁର, ରାଜକିଶୋର ଦାସଙ୍କୁ କୁଆଖିଆ ଥାନାରୁ ଝମ୍ପୁରୀବିଟ୍ ହାଉସକୁ ପ୍ରତାପ ନାୟକଙ୍କୁ ବରୀରୁ ବାଲିଚନ୍ଦ୍ରପୁର ଥାନାକୁ ବଦଳି କରାଯାଇଥିବା ଜଣାଯାଇଚି ।
ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ଏସ୍.ଆଇ ସ୍ତରରେ ଅଦଳ ବଦଳ
|
June 12, 2021 |