ଯାଜପୁର, ୦୯/୦୩/୨୧ (ସନ୍ଧାନ ନିଉଜ୍/ପ୍ରଶାନ୍ତ ସାମଲ) : ଯାଜପୁର ଜିଲ୍ଲା କହ୍ନେଇ ପୁର ଅଗ୍ନିଶମ ଅଫିସ ଠାରେ ଗତ ଫେବୁଆରୀ ମାସ ୧୬ ତାରିଖରେ ନୂତନ ଅବକାରୀ ଥାନା ଉଦଘାଟନ ହେଇଥିବା ବେଳେ ଏହି ଅବକାରୀ ଥାନାଟି ଜାତୀୟ ରାଜପଥ ଠାରୁ ପାଖାପାଖି ୭ ସହ ମିଟର ହେବ ଏ ପର୍ଯ୍ୟନ୍ତ ଥାନା ପାଖକୁ ଭଲ ରାସ୍ତାତ ଦୂରର କଥା ଗୋଟେ ମଟର ସାଇକେଲରେ ଯିବାକୁ ମଧ୍ୟ ରାସ୍ତା ଖଣ୍ଡିଏ ନାହିଁ ।
ଏହି ଅବକାରୀ ଥାନା ଅଧୀନରେ ପାଖାପାଖି ସାତଟି ପୋଲିସି ଥାନା ନିର୍ଭର କରୁଥିବା ବେଳେ ୪ ଟି ଥାନା ସୁକିନ୍ଦା ଅଧୀନରେ ଯାଉଥିବା ବେଳେ ଆଉ ୩ ଟି ଥାନା ଡୋଲିପୁର ଅଧୀନରେ ଯାଉଛି ସବୁଠୁ ବଡ଼ କଥା ହେଲା ଯେଉଁ ଅଫିସର ଡୋଲିପୁର ଚାର୍ଜରେ ଅଛନ୍ତି ସିଏ ହିଁ ସୁକିନ୍ଦା ଅବକାରୀ ଥାନା ଚାର୍ଜରେ ଅଛନ୍ତି ମୋଟା ମୋଟୀ କହିବାକୁ ଗଲେ ସବୁ ଅବକାରୀ କେସ ଡୋଲିପୁର କୁ ଅଣାଯାଏ । ଏହି ଥାନା ଅନ୍ତର୍ଗତ ଯେତେବି ସବୁ ଗ୍ରାମ ବା ସହର ରହିଛି ପ୍ରତିଦିନ କିଛିନା କିଛି ଆସାମୀକୁ ଧରି ଆଣିବାକୁ ପଡୁଛି ।ଯେପରି ଧଳା ଜହର ,ଅପମିଶ୍ରିତ ମଦ,ଦେଶୀ ମହୁଲି, ଗଞ୍ଜେଇ, ଚୋରା ବିଦେଶୀ ମଦ ସାଙ୍ଗକୁ ଏମିତି ଅନେକ କିଛି ।ପୂର୍ବରୁ ଅବକାରୀ ଥାନାଟି ଯାଜପୁର ରୋଡ଼ ନିୟୁ ଗଣେଷମାର୍କେଟ ମଝିରେ ୧୯ ୭୬ ରି ମସିହାରୁ ରହିଥିବା ବେଳେ ସେଠୀବି ସେଇ ପରି ଜନଗହଳି ଭିତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ।ଯେବେ ଏଠାକୁ ସ୍ଥାନାନ୍ତରିତ କରାଗଲା ଲୋକ ମାନଙ୍କ ମନରେ ଗୋଟେ ଅସ୍ୱସ୍ତି ଆସିଥିବା ବେଳେ ଏଠିବୀ ପୂର୍ବଠାରୁ ବଳି ଦେଖିବାକୁ ମିଳିଛି ।ଏଣୁ ଜିଲ୍ଲା ମୁଖ୍ୟ ଅବକାରୀ ,ଜିଲ୍ଲା ପ୍ରଶାସନ,୫ଟି ସଚିବ ଏହି ଅବକାରୀ ଥାନା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣ ରେ ଦାବି ହେଉଛି ।।
ଯାଜପୁର ଜିଲ୍ଲା ଡୋଲିପୁର ନୂତନ ଅବକାରୀ ଥାନା ପାଖକୁ ଗାଡ଼ି ଯିବାକୁ ରାସ୍ତା ନାହିଁ :ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି ?
|
March 9, 2021 |


