ଯାଜପୁର, : ୧୮/୮/୨୬ (ସନ୍ଧାନ ନ୍ୟୁଜ) ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦିନିକିଆ ଯାଜପୁର ଜିଲ୍ଲା ଗ୍ରସ୍ତରେ ଆସି ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ଠାରେ ପହଞ୍ଚି ବିଜେପି ପକ୍ଷରୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନେତୃତ୍ଵରେ ବିପୁଳ ସମ୍ବର୍ଦ୍ଧନା ଦିଆଯିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାଂସଦ ମନମୋହନ ସାମଲ ବଡଚଣା ବିଧାୟକ ଅମର ନାୟକ,କୋରେଇ ବିଧାୟକ ଆକାଶ ଦାସ ନାୟକ,ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇ ଥିବା ଯାଜପୁର ଜିଲ୍ଲାରେ ସମୀକ୍ଷା କରିବା ସହିତ ବୋଟ୍ ରେ ଶ୍ରୀଯୁକ୍ତ ମାଝି ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବିଶେଷ କରି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜିଲ୍ଲା ପାଳଙ୍କ ସହିତ ଆଲୋଚନା କରିଥିଲେ । ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀ ମାଝିଙ୍କୁ ସ୍ଵାଗତ କରିବା ସହିତ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ବୁଲି ଦେଖିଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ଵମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଉପସ୍ଥିତ ଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସହିତ ଆଲୋଚନା କରି ଜିଲ୍ଲାପାଳ ଅମ୍ବର କୁମାର କରଙ୍କୁ ରିପୋର୍ଟ କରିବା ପାଇଁ କହିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯାଜପୁର ଜିଲ୍ଲା ଗ୍ରସ୍ତକୁ ଆସିଥିବା ବେଳେ ଯାଜପୁର ବିଧାୟିକା ସୁଜାତା ସାହୁ ଏବଂ ବିଝାଂରପୁର ବିଧାୟିକା ପ୍ରମିଳା ମଲିକ କ୍ଷୋଭ ପ୍ରକାଶ କରିବା ସହିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶ୍ରୀମତୀ ମଲିକ ଏହା ହେଉଛି ବିଜେପି କର୍ମୀ ସମୀଳନୀ ବୋଲି ଶ୍ରୀମତୀ ମଲିକ ଅଭିଯୋଗ କରିଥିଲେ । ଯାଜପୁର ଗ୍ରସ୍ତସାରି ଶ୍ରୀଯୁକ୍ତ ମାଝି ଭଦ୍ରକରେ ବନ୍ୟାଞ୍ଚଳ ସମୀକ୍ଷା କରିବା ପାଇଁ ଶ୍ରୀଯୁକ୍ତ ମାଝି ଭଦ୍ରକ ଯାଇଥିଲେ ।
ଯାଜପୁର ଜିଲ୍ଲା ଗ୍ରସ୍ତର ମୁଖ୍ୟମନ୍ତ୍ରୀ ମୋହନ ମାଝି
|
August 18, 2026 |



