ଯାଜପୁର ଜିଲ୍ଲା ଗସ୍ତ କଲେ ଜଳ ସମ୍ପଦ ମନ୍ତ୍ରୀ

Spread the love

ଯାଜପୁର , ୧୨/୧୧/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାକୁ ସୂଚନା ଲୋକ ସମ୍ପର୍କ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯାଜପୁର ଜିଲ୍ଲାକୁ ଗସ୍ତ କରିଥିବା ବେଳେ, ମହା ପ୍ରଳୟଙ୍କରୀ ବନ୍ୟାରେ ଯାଜପୁର ଜିଲ୍ଲାରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଘାଇ ପରିଦର୍ଶନ କରିଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ସୁନନ୍ଦା ଦାସ ମନ୍ତ୍ରୀଙ୍କ ସହିତ ଗସ୍ତ କରି କ୍ଷତିଗ୍ରସ୍ତ ହୋଇଥିବା ଘାଇ ଗୁଡ଼ିକ କିପରି କାର୍ଯ୍ୟକାରୀ ହୋଇପାରିବ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସହିତ ବିଧାୟୀକା ଆଲୋଚନା କରିଥିଲେ । ରସୁଲପୁର ବ୍ଲକ୍ ଅନ୍ତର୍ଗତ ଓ ବରୀ ବ୍ଲକ୍ର ଗମୁ ସଂଯୋଗ କରିଥିବା ଗମୁ ବନ୍ଧଡିହ ପଂଚାୟତର ଆଖୁଆ ନାଳକୁ ମନ୍ତ୍ରୀ ଶ୍ରୀ ଦାସଙ୍କ ଦୃଷ୍ଟି ଗୋଚର କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ର ବନ୍ଧଡିହ ପଂଚାୟତର ଆଖୁଆ ନାଳଟି ଦିର୍ଘ ଦିନରୁ ଅବହେଳିତ ହୋଇ ପଡ଼ିଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକାଙ୍କ ଦୃଷ୍ଟି ଗୋଚର କରାଯାଇଥିଲା । ଏନେଇ ଗତକାଲି ମନ୍ତ୍ରୀ ଶ୍ରୀ ଦାସ ଗସ୍ତ କରିଥିବା ବେଳେ, ଯାଜପୁର ଜିଲ୍ଲା ବରୁଅାଁ ଠାରୁ ବ୍ରହ୍ମବରଦା ବନ୍ଧଡିହ ପର୍ଯ୍ୟନ୍ତ ବିଜେଡ଼ି କର୍ମୀମାନେ ଫୁଲତୋଡ଼ା ଦେଇ ମନ୍ତ୍ରୀ ଶ୍ରୀ ଦାସଙ୍କୁ ସ୍ୱାଗତ କରିଥିଲେ । ମନ୍ତ୍ରୀ ଶ୍ରୀ ଦାସ ଆଖୁଆ ନାଳ ପରିଦର୍ଶନ କରିଥିବା ସହିତ ବରୀ ବ୍ଲକ୍ ଗମୁଠାରେ ଏହି ନାଳ ଶେଷ ହୋଇଥିବା ବେଳେ, ନାଳର ତଳ ମୁଣ୍ଡରେ ଦୁଇଟି ସୁଇଚ୍ ଗେଟ୍ ରହିଛି । ଉଭୟ ଗେଟ୍ରେ ବାଇଶିଟି ଲେଖାଏ ଭେନ୍ ରହିଛି ବର୍ଷା ଏବଂ ବନ୍ୟା ସମୟରେ ଏହି ଭେନ୍ ଗୁଡ଼ିକୁ ବିଦ୍ୱୁତ ମଟର ପରିଚାଳନା କରିବାପାଇଁ ଦୃଷ୍ଟି ଗୋଚର କରାଯାଇଥିଲା । ୧୦ଗୋଟି ପଂଚାୟତର ଗ୍ରାମବାସୀମାନେ ଉପକୃତ ହେବା ସହିତ ଏହାର ସମାଧାନ ହୋଇପାରିବ ବୋଲି ଶ୍ରୀମତୀ ଦାସ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବ୍ରହ୍ମଣୀ, ବିରୁପା ନଦୀରେ ଘେରୀ ବନ୍ଦ ହୋଇଥିବା ବେଳେ, ବ୍ରହ୍ମବରଦା ଠାରୁ ଏହି ନାଳ ବାହରିଥିବା ଆଖୁଆ ନାଳ ଦେଇ ରସୁଲପୁର ବ୍ଲକ୍ର ବ୍ରହ୍ମବରଦା, ମେହଶ୍ୱରପୁର, ବନ୍ଧଡିହ ବରୀ ବ୍ଲକ୍ର ସାହୁପଡ଼ା, ଗୋଳକୁଣ୍ଡ, ବାଲିଆ, ଧାରପୁର, ରତ୍ନଗିରୀ, ମହାକାଳପଡ଼ା, ଚନ୍ଦନପୁର, ଗମୁ ଏହି ପଂଚାୟତ ଗୁଡ଼ିକରେ ବର୍ଷା ଏବଂ ବନ୍ୟାଜଳ ନିଷ୍କାସନ ହେବାପାଇଁ ଏହି ନାଳ ଏକ ମାତ୍ର ମାଧ୍ୟମ ଅଟେ ଏହି ନାଳ ତଳ ମୁଣ୍ଡରେ ଥିବା ସୁଇଚ୍ ସଠିକ ସଦୁପଯୋଗ ହୋଇପାରୁନଥିବା ବେଳେ ୫ ହଜାରରୁ ଉଦ୍ଧ୍ୱର୍ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଥାଏ । ୫୦ ହଜାର ଅଧିକ ଜଳ ସାଧାରଣ ଜଳମଗ୍ନ ହେଉଛନ୍ତି । ଏହି ଆଖୁଆ ନାଳ ସମ୍ପର୍କରେ ସରକାରଙ୍କ ନିକଟରେ ବରୀ ବିଧାୟୀକା ଦାବି କରିଥିଲେ । ମନ୍ତ୍ରୀ ଶ୍ରୀ ଦାସ ବ୍ରହ୍ମବରଦାରେ ପହଁଞ୍ଚô ଏହି ନାଳକୁ ପୁନ୍ନଉଦ୍ଧାର କରିବାପାଇଁ ଡ୍ରେନେଜ୍ ବିଭାଗକୁ ନିଦେ୍ର୍ଦଷ ଦେଇଥିଲା । ଏହି ନାଳକୁ ଶ୍ରୀ ଦାସ ସମିକ୍ଷା କରିବା ସହିତ ବରୀ ବିଧାୟୀକା ସୁନନ୍ଦା ଦାସ, ବିଜେଡ଼ି ଯୁବନେତା ଦେବେନ୍ଦ୍ର ଦାସ, ବିକ୍ରମ ସ୍ୱାଇଁ, ସର୍ବୋଚ ଯନ୍ତ୍ରୀ ଚଣ୍ଡିଖୋଲର ଅଧିକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା, ନିର୍ବାହ ଯନ୍ତ୍ରୀ ଚଣ୍ଡିପ୍ରସାଦ ମହାପାତ୍ର, କାମଦେବ ଦାସ, ସୁବାଷ ତ୍ରୀପାଠୀ ଯାଜପୁର ବିଜେଡ଼ି ସାଧାରଣ ସଂପାଦକ ପ୍ରଦିପ ଦାସ, କେଦାର ସାମଲ, ସରପଂଚ ସନ୍ତୋଷ ସାମଲ, ବ୍ରହ୍ମବରଦା ସରପଂଚ ବିଜୟ ଦାସ, ରଂଜନ ପଣ୍ଡା, ରମାକାନ୍ତ ମଲିକ, ହେମନ୍ତ ନାୟକ, ନୃସିଂହ ସ୍ୱାଇଁ, ହରିହର ପଣ୍ଡା, ଅନିଲ ସାହାଣୀ, ସୁବୋଧ ଜେନା, ଦୁଷ୍ମନ୍ତ ସେଠୀ, ଅବଦୁଲ ଦୟାଲ ଖାଁ, ଜୁଲଫିତର ଅଲ୍ଲୀ, ରାକେସ ଦେଓ, ବିରଜା ପାଣ୍ଡେ, ଚିତ୍ତରଂଜନ ମହାନ୍ତି, ହିମାଂଶୁ ନାୟକ, ଅହଲ୍ୟା ମଣ୍ଡଳ, ଆରତୀ ଦେଓ, ସନମ୍ ବିବି ଗ୍ରାମବାସୀମାନେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ, ମନ୍ତ୍ରୀ ଶ୍ରୀ ଦାସ ବାଲିଆ ଅଜାଣ ଛକ, ସେରପୁର, ଗମୁ, ମହାକାଳପଡ଼ା ମନ୍ତ୍ରୀ ଶ୍ରୀ ଦାସ ବନ୍ୟାଞ୍ଚଳ ବୁଲିଦେଖିଥିଲେ । ମହାକାଳପଡ଼ା ସୁଇଚ୍ ଗେଟ୍ରେ ବନ୍ୟାପାଣି ନିଷ୍କାସନ ହୋଇପାରୁନଥିବାରୁ ଚାଷି ମାନେ ଅଭିଯୋଗ କରିଥିଲେ । ମନ୍ତ୍ରୀ ଶ୍ରୀ ଦାସ ଚାଷୀମାନଙ୍କୁ ତୁରନ୍ତ କାର୍ଯ୍ୟକରାଯିବ ବୋଲି ଯନ୍ତ୍ରୀ ମାନଙ୍କୁ ନିଦେ୍ର୍ଦଷ ଦେଇଥିଲେ ।

Related Posts

About The Author

Add Comment