ଯାଜପୁର ତା ୧୪/୧୧/: ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଜବାହାରଲାଲ ନେହେରୁଙ୍କ ଜନ୍ମଜୟନ୍ତୀ ତଥା ଶିଶୁ ଦିବସ ଜିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତ ଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଜବାହାରଲାଲ୍ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାପର୍ଣ କରିବା ସହ ଭାରତ ବର୍ଷର ସ୍ୱାଧୀନତା ଆନ୍ଦୋଲାନରେ ଜାତିର ପିତା- ମହାତ୍ମାଗାନ୍ଧୀଙ୍କ ପ୍ରମୁଖ ସହଯୋଗୀ ଥିଲେ । ସେ ଶିଶୁମାନଙ୍କୁ ବହୁ ଶ୍ରଦ୍ଧା କରୁଥିଲେ ସେଥିପାଇଁ ତାଙ୍କୁ ଚାଚା ନେହୁରୁ ବୋଲି ସମସ୍ତେ ଶ୍ରଦ୍ଧା ଓ ସମ୍ମାନର ସହ ଡ଼ାକୁଥିଲେ । ଶିଶୁମାନଙ୍କୁୁ ସେ ଆଗାମୀ ବର୍ଷର ଭବିଷ୍ୟତ ବୋଲି ଅନ୍ୟ ଦେଶ ସହିତ ସେମାନଙ୍କର ଦକ୍ଷତାର ବିକାଶ ପାଇଁ ମୌଳିକ ଶିକ୍ଷା ଅପରିହାର୍ଯ୍ୟ ସେଥିପାଇଁ ସେ ଜାତୀୟ ଓ ପ୍ରାଦେଶିକ ସ୍ତରରେ ଶିକ୍ଷାନୀତିକୁ ଅଧିକ ଗୁରୁତ୍ୱ ଦେଇଥିଲେ ଜାତି ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଶିଶୁ ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, ସୁଷମ ଖାଦ୍ୟ ଓ ଉତମ ବସବାସର ସୁବିଧା ପାଇବା ପାଇଁ ଯୋଗ୍ୟ ବୋଲି ସେ ବିବେଚନା କରିଥିଲେ ଏବଂ ସେ ରାଷ୍ଟ୍ର ନିର୍ମାଣରେ ଶିଶୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ବହୁ ଯୋଜନା କରିଥିଲେ ବୋଲି ଉପସ୍ଥିତ ସଭ୍ୟମାନେ ମତବ୍ୟକ୍ତ କରିଥିଲେ ଏହି ଉତ୍ସବରେ ସନ୍ତୋଷ ନନ୍ଦ ଦିଗମ୍ବର କର, ବିଷ୍ଣୁ ରାଉତ, ବଳଭଦ୍ର ଦାସ, ନାରାୟଣ ସାମନ୍ତ, ସୁଦୀପ କର, ବିଭୂତି ମହାପାତ୍ର, ହୃଷୀକେଶ ପତି, ଭାସ୍କର ମହାନ୍ତି, ଦୁର୍ଯ୍ୟୋଧନ ବେହେରା, ଗଦାଧର ଦାସ, ମାନସ କର, ମନସ ପଣ୍ଡା, ସଂଗ୍ରାମ ସାହାଣି, ଆଲୋକ ବେହେରା, ଅର୍ଜିତ ନାୟକ, ନକୁଳଦେବ ସାହୁ, ବିଦ୍ୟାଧର ବାରିକ, ରବିନ୍ଦ୍ର ରଣା, ରଘୁନାଥ ସାହୁ, କନକଲତା ସାହୁ, ଅନିଲ ମହାନ୍ତି, ବିଜୟ ମହାପାତ୍ର, ସୁବାସ ବୋଇତେଇ, ଉତ୍କଳ ପାଣିଗ୍ରାହୀ, କପିଳେଶ୍ୱର ଦଳାଇ, ସନ୍ତୋଷ ରାଉତ ପ୍ରଭାସ ପତି ପ୍ରମୁଖ ଯୋଗ ଦେଇଥିଲେ ।
ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଶିଶୁ ଦିବସ ପାଳିତ
|
November 15, 2023 |