ଯାଜପୁର:୩୧ା୧୦ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଭାରତର ପୂର୍ବତନ ପ୍ରଧନମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କର ୩୯ତମ ବଳିଦାନ ଦିବସ ପାଳିତ ହୋଇଯାଇଛି । ପୂର୍ବତନ ପି.ସି.ସି. ସଂପାଦକ ତଥା ଯାଜପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ, ଶ୍ରୀମତୀ ଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ।ରତବର୍ଷର ଅଖଣ୍ଡତା ସାର୍ବଭୌମତ୍ୱ, ଧର୍ମନିରପେକ୍ଷତା ଓ ବୈଦେଶିକ ସଂପର୍କ କ୍ଷେତ୍ରରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ । ବ୍ୟାଙ୍କ ଜାତୀୟକରଣ, ରାଜାମହାରାଜାଙ୍କ ହାତପାଣ୍ଠି ଉଚ୍ଛେଦ, ଗରିବ ହଟାଅ, ଇନ୍ଦିରା ଗାନ୍ଧୀ ଆବସ ଯୋଜନା, ଜାତୀୟ ଅର୍ଥନୀତି, ପଞ୍ଚବାର୍ଷିକ ଯୋଜନା, କୃଷକ ଓ କୃଷିକ୍ଷେତ୍ରରେ ଉନ୍ନତି, ଜାତୀୟ ସଂହତି, ବୈଦେଶିକ ରାଷ୍ଟ୍ର ସମୂହ ମାନଙ୍କ ସହିତ କୂଟନୈତିକ ସଂପର୍କ ବୃଦ୍ଧି, ଗମନାଗମନ, ଯୋଗାଯୋଗ ଓ ଦୂରସଂଚାର କ୍ଷେତ୍ରରେ ଉନ୍ନତି, ମହିଳା ସଶକ୍ତିକରଣ, ବି.ପି.ଏଲ୍ ଯୋଜନା, କୃଷିକ୍ଷେତ୍ରକୁ ଜଳସେଚନର ସୁବିଧା କ୍ଷେତ୍ରରେ ବହୁ କାର୍ଯ୍ୟ କରିଯାଇଥିଲେ । ନିଜର ଅଙ୍ଗରକ୍ଷକ ମାନଙ୍କ ଦ୍ୱାରା ଗୁଳିବଦ୍ଧ ହୋଇ ସେ ଯେଉଁ ଆତ୍ମବଳିଦାନ ଦେଇଛନ୍ତି ତାହା ସମସ୍ତ ଭାରତୀୟ ମାନଙ୍କ ହୃଦୟରେ ଲିପିବଦ୍ଧ ହୋଇ ରହିଛି ବୋଲି ବକ୍ତାମାନେ ପ୍ରକାଶ କରିଥିଲେ । ଏହି ଦିବସରେ ବିଷ୍ଣୁ ରାଉତ, ଦିଗମ୍ବର କର, ଅଞ୍ଚଳ ଦାସ, ଦୁର୍ଯ୍ୟୋଧନ ବେହେରା, ବଳଭଦ୍ର ଦାସ, ଗଦାଧର ଦାସ, ଆଲୋକ ବେହେରା, ସନ୍ତୋଷ ବେହେରା, ବିଭୂତି ମହାପାତ୍ର, ହୃଷିକେଶ ପତି, କନକ ରାଉତ, ସଂଗ୍ରାମ ସାହାଣି, ରାଞ୍ଜିତା ରାଉତ, ପ୍ରଶାନ୍ତ ସାହୁ, ଉତ୍କଳ ପାଣିଗ୍ରାହୀ, ଅକ୍ଷୟ ଶତପଥୀ, ନକୂଳଦେବ ସାହୁ, ଅର୍ଜିତ ନାୟକ, ଅନିଲ ମହାନ୍ତି, ଗଜେନ୍ଦ୍ର ଜେନା, ସୌକ୍ ରୌପ୍, ଅରଖିତ ଦାସ, ବିଜୟ ମହାପାତ୍ର, ବିଦ୍ୟାଧର ବାରିକ, ରଘୁନାଥ ସାହୁ ପ୍ରଭୃତି ଉପସ୍ଥିତ ହୋଇ ଶ୍ରୀମତୀ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପଅର୍ପଣ କରିଥିଲେ ।
ଯାଜପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ
|
October 31, 2023 |