ତା ୦୧.୧୨.୨୦୨୨
ଯାଜପୁର, ତା ୦୧.୧୨.୨୦୨୨ (ସନ୍ଧାନ ନିଉଜ) :ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଯାଜପୁର ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମିଳିତ ସହଯୋଗରେ ଜିଲ୍ଲା ଡ଼ାକ୍ତରଖାନା ପରିସରରେ, ବିଶ୍ୱ ଏଡ଼ସ୍ ଦିବସ ପାଳିତ ହୋଇ ଯାଇଛି । ଏଥିରେ ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ଅଧ୍ୟକ୍ଷତା କରିଥିଲେ । କୋର୍ଟର ବିଚାରପତି ଗଣ ତଥା,ଜେ.ଏମ.ଏଫ.ସି, ଶ୍ରୀମତୀ ଲକ୍ଷ୍ମିପିୟା ସ୍ୱାଇଁ, ଜେ.ଏମ.ଏଫ.ସି, ମିସ୍ ମଧୁସ୍ମିତା ନାୟକ, ଡ଼ଃ. ଶିବାଶିଷ୍. ମହାରଣା, ସ୍.ଡ଼ି.ଏ.ମ.ଓ, ଯାଜପୁର, ଓ ଡ଼ାକ୍ତରଖାନାର ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଡ଼ଃ. ଋୁଦ୍ରନାରଣ ପୃଷ୍ଟି, ସଦସ୍ୟ ଶିଶୁ ମଗଂଳ କମିଟି ଯାଜପୁର,ଶ୍ରୀକୁଳମଣୀ ନାୟକ ପ୍ୟାନେଲ ଆଡ଼ଭକେଟ୍, ଶ୍ରୀ ହୃଷିକେଶ ପଣ୍ଡା, ସମାଜ ସେବି ଯୋଗଦାନ କରିଥିଲେ । ଏହି ପରିପ୍ରେକ୍ଷିରେ ବିରଜା ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସହଯୋଗରେ ଏକ ସଚେତନତା ର୍ୟାଲିର ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ମାନବ ସୃଙ୍ଖଳ ଗଠନ କରାଯାଇଥିଲା ସାମ୍ରତିକ ପରିସ୍ଥିତରେ ଏଡ଼ସ୍ ପରି ଏକ ଭୟାଭୟ ରୋଗର ନିରାକରଣ ନିମନ୍ତେ ସମସ୍ତ ବ୍ୟକ୍ତି ଏକଜୁଟ ହୋଇ ସଚେତନ ହେବା ନିତ୍ୟାନ୍ତ ଜରୁରୀ ଉକ୍ତ ସଭାରେ ପ୍ରାଧିକରଣର କର୍ମଚାରୀ ବୃନ୍ଦ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ କର୍ମଚାରୀ
ଗଣ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।



