ଯାଜପୁର ଜିଲ୍ଲାର ମଣ୍ଡିରେ ଧାନ ଦେଇଥିବା ଚାଷୀଙ୍କ ଅଖା ଟଙ୍କା ଦେବା ପାଇଁ ଦାବି

Spread the love

ଯାଜପୁର, ୫/୩,ସନ୍ଧାନ ନ୍ୟୁଜ: ଯାଜପୁର ଜିଲ୍ଲାରେ ୯ଟି ରାଇସ ମିଲ ମାନେ ମଣ୍ଡିମାନଙ୍କରୁ ଚାଷୀମାନଙ୍କର ଧାନ ନେଇ ଖାଲି ଅଖା ଫେରାଉନାହାଁନ୍ତି କିମ୍ବା ଅଖା ଟଙ୍କା ଦେଉନାହାଁନ୍ତି । ବର୍ତମାନ ସୁଦ୍ଧା ଜିଲ୍ଲାରେ ୩୭୫୨୬ ଜଣ ଚାଷୀ ୧୫୬୬୨୪୩କ୍ୱିଣ୍ଟାଲ୍ ଧାନ ବିଭିନ୍ନ ମଣ୍ଡିମାନଙ୍କରେ ଦେଇଛନ୍ତି । ସରକାରଙ୍କ ନୀତି ଅନୁଯାୟୀ ଚାଷୀମାନଙ୍କର ଧାନ ମିଲର ମାନେ ସେମାନଙ୍କର ଅଖାରେ ଭର୍ତି କରି ନେବା କଥା କିନ୍ତୁ କୌଣସି ମଣ୍ଡିରେ ମିଲର ସେମାନଙ୍କର ଅଖା ନବଦଳାଇ ଚାଷୀ ଆଣିଥିବା ଧାନ ଭର୍ତି ଅଖା ନେଉଛନ୍ତି । କିନ୍ତୁ ସରକାରଙ୍କର ଧାର୍ଯ୍ୟ ଦର ଅନୁଯାୟୀ ଚାଷୀମାନଙ୍କର ଅଖା ଦାମ ଦେବା କଥା । କିନ୍ତୁ ଏହା କୌଣସି ମିଲର ଦେଉନାହାଁନ୍ତି । ଏ ବିଷୟରେ ଯାଜପୁର ଜିଲ୍ଳା ଉପଭୋକ୍ତ ସମିତିର ସଭାପତି ଦିଗମ୍ବର କର ତଥା ବରିଷ୍ଠ କଂଗ୍ରେସ ନେତା ଯାଜପୁର ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ଏବଂ ତୁରନ୍ତ ଚାଷମାନଙ୍କର ଅଖା ଟଙ୍କା ଦେବା ପାଇଁ ଶ୍ରୀ କର ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।

Related Posts

About The Author

Add Comment