ଯାଜପୁର ଜିଲ୍ଲାର ଗର୍ବ ଏବଂ ଗୌରବ ଅଜୟ ତରାଇ (ଅଜୁ) ପୁଣି ଥରେ ଓଡ଼ିଶା Senior Natioanal ପାଇଁ ଚୟନ ହେଲେ।

Spread the love

ଯାଜପୁର ୦୧/୦୨/ସନ୍ଧାନ ନିଉଜ୍:(ଆଲୋକ ବେହେରା)ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ କଣ୍ଟାପାଟଣା ଗ୍ରାମର ଅଜୟ ତରାଇ (ଅଜୁ) ଯିଏକି ଜଣେ ଓଡ଼ିଶା ଭଲି ବଲ ପାଇଁ ଗର୍ବ ଏବଂ ଗୌରବ କହିଲେ ଅତ୍ୟୁତ ହେବନାହିଁ ସେ ପ୍ରଥମେ ନିଜ ଗ୍ରାମରୁ ଖେଳ ଆରମ୍ଭ କରିଥିଲେ ୨୦୦୯ ମସିହାରୁ ତାଙ୍କର ପ୍ରେରଣ ଥିଲେ ତାଙ୍କ ବାପା ସେବେଠାରୁ ଆଜି ପର୍ଯ୍ୟନ୍ତ କେବେ ପଛକୁ ଫେରିନାହାନ୍ତି । ସେ ନିଜ ଗାଁ ପାଇଁ ଅନେକ ଟ୍ରଫି ଦେବା ସହ ନିଜ ଜିଲ୍ଲା ଯାଜପୁର ପାଇଁ ମଧ୍ୟ ଅନେକ ଗୌରବ ଆଣି ଦେଇଛନ୍ତି ୨୦୧୩ ମସିହାରେ ସେ ପ୍ରଥମେ ନିଜ ଜିଲ୍ଲା ଯାଜପୁର ତରଫରୁ ଖେଳିବା ପାଇଁ ଚୟନ ହୋଇ ପାରାଦୀପ ରେ ହେଉଥିବା ଅନ୍ତଃଜିଲ୍ଲା ଭଲି ବଲ ଖେଳରେ ଅଂଶଗ୍ରହଣ କରିଥିଲେ ସେହି ବର୍ଷ ପ୍ରଥମେ ଜିଲ୍ଲାର ନାମକୁ Super8 କୁ ଆଣିଥିଲେ ତାପରେ ଲଗାତାର ୪ ବର୍ଷ ନିଜ ଜିଲ୍ଲା ପାଇଁ ଖେଳିଥିଲେ ଏବଂ ସଫଳତା ମଧ୍ୟ ଆଣିଥିଲେ ପରେ ସେ ମୁକୁନ୍ଦ ପତ୍ର ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ଅନ୍ତ କଲେଜ ଖେକିବା ପାଇଁ ଚୟନ ହୋଇଥିଲେ ପରେ ପରେ ସେ ସେଠାରୁ Select ହୋଇ Inter university ଖେଳିଥିଲେ ଉତ୍କଳ ବିଶ୍ଵବିଦ୍ୟାଳୟ ତରଫରୁ ଖେଳିଥିଲେ ସେଥିରେ ମଧ୍ୟ ସଫଳତା ପାଇଥିଲେ ଏମିତି ସେ Junior Natioanal ୨ଥର , Youth National ଥରେ ଏବଂ ୨୦୨୦ ମସିହାରେ Senior Natioanal ଖେଳିବ ପାଇଁ ଚୟନ ହେଲେ । ପୁଣି ଥରେ ଏହି ବର୍ଷ ୨୦୨୩ ମସିହାରେ ସେ Senior Natioanal ଖେଳିବ ପାଇଁ ଚୟନ ହୋଇ ଆସନ୍ତା ୨/୦୨/୨୦୨୩ ରେ ଆସାମ Gohwati ରେ ହେବାକୁ ଥିବା ଖେଳରେ ସେ ଅଂଶଗ୍ରହଣ କରୁଛନ୍ତି ।ଏମିତି ଜଣେ ପ୍ରତିଭା ଆମ ଯାଜପୁର ଜିଲ୍ଲା ଏବଂ ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ବିଗତ ଦିନରେ ଅନେକ ଭଲ ଖେଳାଳି କୌଣସି ସରକାରୀ ସାହାଯ୍ୟ ସହଯୋଗ ନପାଇଁ ଅଧାରୁ ଖେଳ ଛାଡ଼ି ଦେଇ କୌଣସି ଏକ ଘରୋଇ କମ୍ପାନୀ ମାନଙ୍କରେ ଚାକିରୀ କରି ପେଟ ପୋଷୁଛନ୍ତୁ କିନ୍ତି ଜଣେ ଗରିବ ଘରର ପିଲା ନିଜର ପରିଶ୍ରମ ସାଙ୍ଗ ସାଥୀ ,ବାପା ମା ଏବଂ ଗାଁ ଲୋକଙ୍କ ପ୍ରେରଣା ରେ ଆଜି ଏପର୍ଯ୍ୟନ୍ତ ଯାଇପାରିଛି ଏହାହିଁ ପ୍ରକୃତରେ କଷ୍ଟର ଫଳ କହିବା ।
ଆଗାମୀ ଦିନରେ ଯଦି ସ୍ଥାନୀୟ ବିଧାୟକ ଏବଂ କ୍ରୀଡା ମନ୍ତ୍ରୀ ,ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବେ ଆହୁରି ମଧ୍ୟ ଆଗକୁ ଯାଇପାରିବେ ।

Related Posts

About The Author

Add Comment