ଯାଜପୁର ସଦର, ୨୯ା୦୧: ଯାଜପୁର ଜିଲ୍ଲାରେ ସରକାରୀ ବେସରକାରୀ କାର୍ଯ୍ୟାଳୟର ମାନଙ୍କରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିଶରରେ ୭୫ତମ ଜିଲ୍ଲା ସ୍ଥରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା । ମୁଖ୍ୟ ଅତିଥି ଭାରପ୍ରାପ୍ତ ଜିଲ୍ଲାପାଳ ଅଶୋକ ବେଉରିଆ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଶ୍ରୀ ବେଉରିଆ ଅଭିବାଦନ ଗ୍ରହଣ କରିଥିଲେ । ମହାତ୍ମାଗାନ୍ଧି, ବି.ଆର. ଆମ୍ବେଦକରଙ୍କ ସ୍ୱାଧିନତା ସଂଗ୍ରାମୀ ସହିହ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗଣତନ୍ତ୍ରର ସୁରକ୍ଷା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ ବଞ୍ଚାଇ ରଖିବା ସହିତ ରାଷ୍ଟ୍ରର ଏକତା ଅକ୍ଷୁର୍ଣ୍ଣ ରଖିଭା ପାଇଁ ଶ୍ରୀ ବେଉରିଆ ଆହ୍ୱାନ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିଥିଲେ । ଶ୍ରେଷ୍ଠ ସେବିକା ଝରଣା ପ୍ରଧାନଙ୍କୁ ଜିଲ୍ଲା ପ୍ରଶାସନ ଟ୍ରଫି, ଶ୍ରେଷ୍ଠ ଉଦ୍ୟାନ କୃଷି ଭାଗ୍ୟଧର ଦାସଙ୍କୁ ପ୍ରାଣକୃଷ୍ଣ ଟ୍ରଫି ପ୍ରଦାନ କରିବା ସହିତ ୧ହଜାର ଟଙ୍କା ପୁରସ୍କୃତ କରିଥିଲେ । ଶ୍ରେଷ୍ଠ ପ୍ରଶାସାନିକ ଅଧିକାରୀ ଯାଜପୁର ବିଡ଼ିଓ ସୌରଭ ଚକ୍ରବର୍ତ୍ତିଙ୍କୁ ପ୍ରିୟମ୍ବଦା ଟ୍ରଫି ପ୍ରଦାନ କରିଥିଲେ । ଏହି ପ୍ୟାରେଡରେ ୪୫ଟି ଦଳ ଅଂଶଗ୍ରହଣ କରିଥିଲେ ।
ଯାଜପୁର ଜିଲ୍ଲାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ
|
January 30, 2024 |
