ଯାଜପୁର ସଦର, ୦୧ା୦୩: ଯାଜପୁର ଜିଲ୍ଲାରେ ୭ଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ, ୨୦୧୯ ମସିହାରେ ବିଜୁ ଜନତା ଦଳର ପ୍ରାର୍ଥିମାନେ ଏହି ୭ଟି ନିର୍ବାଚନ ମଣ୍ଡଳୀକୁ ଦଖଲ କରିଥିବା ବେଲେ, ବିଜୁ ଜନତା ଦଳ ସପକ୍ଷରେ ଯାଇଥିଲା । ଯାହାକି ଏହି ଲୋକ ସଭା ଆସନରୁ ଶ୍ରୀମତୀ ସର୍ମିଷ୍ଠା ସେଠୀ ବିଜୟ ଟିକା ପିନ୍ଧିଥିଲେ । ସେହିପରି ଗୋଟିଏ ହେଲେ ବିରୋଧି ଦଳ କଂଗ୍ରେସ ଏବଂ ବଜେପି ନୈରାସ ଜନକ ଭାବେ ପରାଜୟ ବରଣ କରିଥିଲେ । ୨୦୨୪ ନିର୍ବାଚନ ଲାଗି ଶାସକ ଦଳ ପକ୍ଷରୁ ପ୍ରାର୍ଥି ତାଲିକା ଲମ୍ବିବାରେ ଲାଗିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ଆସନ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜୟ ଟିକା ପିନ୍ଧିଥିବା ବେଳେ, ବଡ଼ଚଣାର ବିଧାୟକ ଅମର ପ୍ରଶାଦ ଶତପଥି ବିଜୟ ହୋଇଥିଲେ । ଏବଂ ଧର୍ମଶାଳା ଆସନ ପ୍ରଣବ ବଳବନ୍ତରାୟ ଦଖଲ କରିଥିବା ବେଳେ, ବରୀ ଆସନ ଶ୍ରୀମତୀ ସୁନନ୍ଦା ଦାସ ଦଖଲ କରିଥରଲେ । କୋରେଇରୁ ଅଶୋକ ବଳ ବିକୟ ହୋଇଥିବା ବେଳେ, ବିଞ୍ଝାରପୁର ଆସନକୁ ଶ୍ରୀମତୀ ପ୍ରମିଳା ମଲିକ ବାଚସ୍ପତି ଦଖଲ କରିଥିଲେ । ସୁକିନ୍ଦା ଆସନ ପ୍ରିତ୍ତିରଂଜନ ଘଡ଼େଇଙ୍କ ସପକ୍ଷରେ ଯାଇଥିବା ବେଳେ, ୨୦୨୪ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ କାହାକୁ ପ୍ରାର୍ଥି କରୁଚି । ପ୍ରତି ନିର୍ବାଚନ ମଣ୍ଡଳୀର ଭୋଟର ମାନେ ଅଙ୍କ କଷୁଥିବା ଦେଖିବାକୁ ମିଳିଚି ।
ଯାଜପୁର ଜିଲ୍ଲାରେ ୭ଟି ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାଥିୀଙ୍କ ଜୋର ଧରିଚି
|
March 2, 2024 |