ଯାଜପୁର ସଦର, ୧୨/୦୧ /୨୦୧୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ୫ଗୋଟି ପର୍ଯ୍ୟାୟରେ ମତଦାନ କରାଯିବ ବୋଲି ସୂଚନା ମିଳିଥିବା ବେଳେ, ନିର୍ବାଚନ କମିଶନଙ୍କ ଘୋଷଣା ଅନୁଯାଇ ତ୍ରୀସ୍ଥରୀୟ ପଂଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ମହାମାରୀ ଓମିକ୍ରନ ମାଡ଼ି ଆସୁଥିବା ବେଳେ, ନିର୍ବାଚନ କମିଶନ କିପଦକ୍ଷେପ ନେବେବୋଲି ତାହା ସନ୍ଧେହ ପରିଶରରେ ରହିଥିବା ବେଳେ, ତାହା ସନ୍ଦେହ ଦୁର ହୋଇଚି । ଓମିକ୍ରନ କରୋନା କଟକଣା ମଧ୍ୟରେ ନିର୍ବାଚନ କରିବାପାଇଁ ଘୋଷଣା କରିବା ପାଇଁ ଘୋଷଣା କରିଥିବା ବେଳେ, ଏହାକୁ ବିଭିନ୍ନ ପର୍ଯ୍ୟାୟରେ କରିବା ପାଇଁ କମିଶନ ନିର୍ଦ୍ଦେଷ ଦେଇଛନ୍ତି । କରୋନା ପାଇଁ ମତଦାନକୁ ଅଧିକ ଏକ ଘଣ୍ଟା ବଢ଼େଇ ଦିଆଯାଇଚି । ଘୋଷଣା ଅନୁଯାୟୀ ଯାଜପୁର ଜିଲ୍ଲାର ୧୦ଗୋଟି ବ୍ଲକ ପାଇଁ ୫ଗୋଟି ପର୍ଯ୍ୟାୟରେ ମତଦାନ କରାଯିବାକୁ କିମିଶନ ନିଷ୍ପତି ନେଇଛନ୍ତି । ସେହିପରି ଫେବୃୟାରୀ ୧୬ତାରିଖରେ ଧର୍ମଶାଳା ଓ ଯାଜପୁର, ୧୮ତାରିଖରେ ଦଶରଥପୁର ଓ ବଡ଼ଚଣା ୨୦ତାରିଖରେ କୋରେଇ ଓ ବିଞ୍ଝାରପୁର, ୨୨ ତାରିଖରେ ସୁକିନ୍ଦା ଓ ଦାନଗଦି ଏବଂ ୨୪ ତାରିଖରେ ବରୀ ଓ ରସୁଲପୁର ବ୍ଲକରେ ପଂଚାୟତ ନିର୍ବାଚନ କରାଯିବ ବୋଲି ସୂଚନା ମିଳିଚି । ନିର୍ବାଚନ କରାଯିବା ପାଇଁ ଆସନ୍ତା ୧୩ ତାରିଖରେ ନିର୍ବଚାନ ଅଧିକାରୀଙ୍କ ଦ୍ୱାରା ନୋଟିସ ଜାରି ହେବ, ୧୭ରୁ ୨୧ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ, ୨୨ରୁ ୨୫ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହିତ ପ୍ରାର୍ଥିପତ୍ୟାହାର କରାଯିବା ପାଇଁ ୨୫ତାରିଖ ଦିନ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥିଙ୍କ ତାଲିକା ଚୁଡ଼ାନ୍ତ କରାଯିବ । ଫେବୃୟାରୀ ୧୬ ରୁ ୨୪ ତାରିଖ ମଧ୍ୟରେ ମତଦାନ କରାଯିବ । ୨୬ରୁ ୨୮ ତାରିଖରେ ଗଣତି ହେବା ସହିତ ପ୍ରାର୍ଥିମାନଙ୍କ ଫଳାଫଳ ଘୋଷଣା କରାଯିବ । ଜିଲ୍ଲାରେ ୫ଟି ପର୍ଯ୍ୟାୟରେ ୩୧୧ ଗ୍ରାମ ପଂଚାୟତରେ ସରପଂଚ, ସମିତି ସଭ୍ୟ, ପଦପାଇଁ ନିର୍ବାଚନ ହେବାକୁ ଥିବା ବେଳେ, ୪୪୫୪ ଗୋଟି ୱାର୍ଡ଼ସଭ୍ୟ ପାଇଁ ନିର୍ବାଚନ, ଜିଲ୍ଲା ପରିଷଦ ୩୯ଟି ଜିଲ୍ଲା ପରିଷଦ ପଦପାଇଁ ନିର୍ବାଚନ ହେଉଥିବା ବେଳେ ଆଜିଠାରୁ ଆଚରଣ ବିଦ୍ଧି ଲାଗୁ କରାଯାଇଚି ।
ଯାଜପୁର ଜିଲ୍ଲାରେ ୫ଗୋଟି ପର୍ଯ୍ୟାୟରେ ମତଦାନ କରାଯିବ
|
January 12, 2022 |