ଯାଜପୁର ଜିଲ୍ଲାରେ ୧୩ ମାମଲା ରୁଜୁ କରାଯାଇ ୯୮ ଜଣଙ୍କୁ ଗିରଫ ହେଲେ

Spread the love

ଯାଜପୁର ସଦର, 25/02: ଯାଜପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ୧୩ ମାମଲା ରୁଜୁ କରାଯାଇଥିବା ବେଳେ, ୯୮ଜଣ ମତଦାନରେ ହିଂସା ଘଟାଇଥିବାରୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ୯୮ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନରେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିବା ସହିତ ପୋଲିସ ପ୍ରଶାସନକୁ ଆକ୍ରମଣ କରିବାରେ ୯୮ ଜଣ ଆସାମୀଙ୍କୁ ଯାଜପୁର ପୋଲିସ ଗିରଫ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ, ବୁତ ର‌୍ୟାଗିଙ୍ଗ ଠାରୁ ଆରମ୍ଭ କରି ବୁଥ କେନ୍ଦ୍ରରେ ଜବର ଦଖଲ କରିବା ସହିତ ବୁଥ ବାକ୍ସ ଗୁଡ଼ିକୁ ପୋଖରୀରେ ପକାଇବା ବିଡିଓଙ୍କୁ ଆକ୍ରମଣ କରିବା ଘଟଣାକୁ ନେଇ ଯାଜପୁର ଜିଲ୍ଲା ପୋଲିସ ପକ୍ଷରୁ ଆସାମୀ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଚି । ଏହା ପଛରେ କେଉଁ ରାଜନୈତିକ ଦଳର ହାତ ରହିଚି ତାହା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଏହାର ପର୍ଦ୍ଦାଫାସ କରାଯିବା ପାଇଁ ଏହାର ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଗଲେ ସାମ୍ବାଦିକ ସଂଘଠାରୁ ଆରମ୍ଭ କରାଯାଇ ବୁଦ୍ଧିଜୀବି, ବରିଷ୍ଠ ନାଗରିକ ମାନେ ବିଭିନ୍ନ ମହଲରେ ଦାବି କରାଯାଉଚି । ଗତ ମଙ୍ଗଳବାର ଦିନ ୬୯ ଜଣଙ୍କୁ ଗିରଫ କରାଯାଇଥିବା ଯାଜପୁର ଏସପି ସୂଚନା ଦେଇଛନ୍ତି । ବାଛଳ ପଂଚାୟତରେ ନିର୍ବାଚନ ହିଂସା ଘଟଣାକୁ ନେଇ ମାମଲା ୧୨୬/୨୦୨୨ ରେ ୧୨ ଜଣଙ୍କୁ ଗିରଫ କରାଯାଇଚି । ସେହିପରି ଜରି ପଂଚାୟତରେ ପୋଲିସକୁ ଆକ୍ରମଣ କରାଯାଇ ୧୨୭/୨୦୨୨ ରେ ୪ଜଣଙ୍କୁ, ଦଶରଥପୁର ବ୍ଲକରେ ଘଟିଥିବା ନିର୍ବାଚନ ହିଂସାରେ ସମ୍ପୃକ୍ତ ଥିବା ମଙ୍ଗଳପୁର ଥାନାରେ ୮୪/୨୦୨୨ ରେ ୧୧ ଜଣ, ବଡ଼ଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନା ବାଲିଚନ୍ଦ୍ରପୁର ନଳିପୁର ପଂଚାୟତ ନିର୍ବାଚନ ହିଂସାକାଣ୍ଡ ଘଟଣାରେ ବାଲିଚନ୍ଦ୍ରପୁର ଥାନାରେ ୮୪/୨୦୨୨ ରେ ୭ ଜଣ, ଯାଜପୁର ସୁଜନପୁର ନିର୍ବାଚନ ହିଂସାରେ ଏରବାଙ୍କ ିନିର୍ବାଚନୀ ହିଂସାରେ ସଦର ପୋଲିସ ଏକ ମାମଲା ରୁଜୁ କରିଥିବା ମାମଲା ନଂ ୫୮, ୬୨ ଓ ୬୩/୨୦୨୨ରେ ୧୩ ଜଣ ଅକରାପଦା ପଂଚାୟତ ନିର୍ବାଚନ ସମୟରେ ଯାଜପୁର ପୋଲିସ ଏକ ମାମଲା ରୁଜୁ କରି ୬୨/୨୦୨୨ ରେ ୭ ଜଣ, ପାଣିକୋଇଲି ଥାନା ଅନ୍ତର୍ଗତ ଗୋଲେଇପୁର ପଂଚାୟତରେ ଘଟିଥିବା ନିର୍ବାଚନ ଗଣ୍ଡଗୋଳରେ ଏକ ମାମଲାର ରୁଜୁ କରାଯାଇ ୪୭ ଓ ୫୨/୨୦୨୨ ରେ ୮ଜଣ, ଧର୍ମଶାଳା ବ୍ଲକ ଦେଓଦା, ଅରାବଳ ପଂଚାୟତ ନିର୍ବାଚନ ହିଂସାରେ ଧର୍ମଶାଳା ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ୯୧ ଓ ୯୨/୨୦୨୨ ରେ ୭ ଜଣଙ୍କୁ ଗିରଫ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ୨୯ ଜଣଙ୍କୁ ପୋଲିସ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଚି ।

Related Posts

About The Author

Add Comment