ଯାଜପୁର ଜିଲ୍ଲାରେ ୧୦ ଜଣ ଆଇଆଇସି ଯୋଗଦାନ କଲେ

Spread the love

ଯାଜପୁର ସଦର, ୧୬ା୦୭: ଏଠାରେ ସୂଚନା ଯୋଗ୍ୟ ଯେ, ଗୃହ ବିଭାଗ ପକ୍ଷରୁ ଯାଜପୁର ଜିଲ୍ଲାରୁ ୧୬ ଜଣ ଥାନା ଆଇଆଇସିଙ୍କୁ ବିଭିନ୍ନ ଜିଲ୍ଲାକୁ ବଦଳି କରାଯାଇଥିବା ବେଳେ, ବିଭିନ୍ନ ଥାନାରେ ଯୋଗ ଦେବା ପାଇଁ ଅନ୍ୟ ଜିଲ୍ଲାରୁ ଆସିଥିବା ଆଇଆଇସି ମାନେ ଯାଜପୁର ଏସପିଙ୍କ କାର୍ଯ୍ୟାଳୟରେ ପହଁଞ୍ôଚବା ପରେ ଯାଜପୁର ଜିଲ୍ଲା ଏସପି ଭିନିଥ ଅଗ୍ରୱାଲ ଯାଜପୁର ଜିଲ୍ଲାରେ ୧୦ ଜଣ ଆଇଆଇସିଯୋଗ ଦେଇଥିବା ବେଳେ, ଧର୍ମଶାଳ ଥାନାରେ ତପନ କୁମାର ନାୟକ, ପାଣିକୋଇଲି ଥାନାରେ ଲିଜାରଣୀ ବିଶ୍ୱାଳ, ନିଶାମଣୀ ମହାନ୍ତି ଡିପିଓ ଯାଜପୁର, ବିଞ୍ଝାରପୁର ଥାନାରେ ଶଙ୍କର୍ଷଣ ଦଳାଇ, ସୁକିନ୍ଦା ଥାନାରେ ଶୁଭ୍ରାଂଶୁ ପରିଜା, ମୁନୟ କୁମାର ସେନାପତି ଡିସିଆରବିଓ ଯାଜପୁର, କୋରେଇ ଥାନାରେ ସୁମତି ମହାନ୍ତି, ମଙ୍ଗଳପୁର ଥାନରେ ଚିନ୍ମୟୀ ସାହୁ, ଯାଜପୁର ଟାଉନ ଥାନାରେ ବିଲୋମଙ୍ଗଳ ସେଠୀ, ବ୍ରହ୍ମବରଦା ଥାନାରେ ସୁବର୍ଣ୍ଣ କୁମାର ମହାରଣା ଯୋଗଦେଇଛନ୍ତି । ଯାଜପୁର ଜିଲ୍ଲାରେ ୧୦ ଜଣ ଆଇଆଇସି ଯୋଗଦେଇଥିବା ବେଳେ, ସେଥିମଧ୍ୟରୁ ଜେନାପୁର, କୁଆଖିଆ, ବରୀରାମଚନ୍ଦ୍ରପୁର, ବାଲିଚନ୍ଦ୍ରପୁର, କଳିଙ୍ଗନଗର, ଯାଜପୁର ସଦର ଥାନା ମାନଙ୍କରେ ଆଇଆଇସି ମାନେ ଯୋଗଦେଇ ନଥିବା ଜଣାଯାଇଚି । ତୁରନ୍ତ ଏହି ଥାନା ମାନଙ୍କରେ ନୁତନ ଆଇଆଇସି ମାନଙ୍କୁ ନିଯୁକ୍ତି କରିବା ପାଇଁ ଜିଲ୍ଲା ଏସପିଙ୍କ ନିକଟରେ ସାଧାରଣରେ ଦାବି ହେଉଚି । ଏହି ଥାନା ମାନଙ୍କରେ ସବଇନିସ୍ପେକ୍ଟର ମାନେ କାର୍ଯ୍ୟ କରୁଥିବା ଜଣାଯାଇଚି ।

Related Posts

About The Author

Add Comment