ଯାଜପୁର ଜିଲ୍ଲାରେ ମେଟ୍ରିକ ଟପରକୁ ବିଭିନ୍ନ ମହଲରୁ ସମ୍ବର୍ଦ୍ଧିତ

Spread the love

ଯାଜପୁର ସଦର, ୨୨ା୦୫: ଯାଜପୁର ଜିଲ୍ଲାରେ ସାରା ଓଡ଼ିଶାରେ ଟପର ହୋଇଥିବା ଯାଜପୁର ଜିଲ୍ଲା ବରୀ ବ୍ଲକ ରାମପୁର ପଂଚାୟତ ହାଇସ୍କୁଲର ମେଧାବୀ ଛାତ୍ରୀ ଶୁଶ୍ରୀସ୍ନେହାଶ୍ରୀ ଜେନାଙ୍କୁ ବିଭିନ୍ନ ମହଲରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଛାତ୍ରୀ ଶୁଶ୍ରୀ ମେଟ୍ରିକ ବୋର୍ଡ଼ ପରୀକ୍ଷାରେ ୫୯୦ ନମ୍ବର ରଖି ଟପର ହୋଇଛନ୍ତି । ଏହି ଟପର ଛାତ୍ରୀଙ୍କୁ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସରୋଜିନୀ ସ୍ମୃତିସଂସଦ ଆନୁକୁଲ୍ୟରେ ରାମପୁର ପଂଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିର୍ମଳ ଜେନାଙ୍କ ତତ୍ୱାବଧାନରେ ସାରା ରାଜ୍ୟରେ ଚହଳ ପକାଇଥିବା ଛାତ୍ରୀ ଶୁଶ୍ରୀସ୍ନେହାଶ୍ରୀଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସରୋଜିନୀ ସ୍ମ୍ମୃତି ସଂସଦ ପକ୍ଷରୁ ପ୍ରତିଷ୍ଠାତା ଡ. ଚିତ୍ତରଂଜନ ମହାନ୍ତୀ ଛାତ୍ରୀଙ୍କ ବାସଭବନ ହଳଦିବସନ୍ତରେ ପହଁଞ୍ôଚ ଉପଢ଼ୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ବଳରାମପୁର ଉଚ୍ଚ ବିଦ୍ୟଳୟର ଛାତ୍ର ସ୍ମୃତିରଂଜନ ମିଶ୍ରଙ୍କୁ ତାଙ୍କ ବାସଭବନରେ ପହଁଞ୍ôଚ ଶ୍ରୀ ମହାନ୍ତୀ ଉପଢ଼ୌକନ ମାନପତ୍ର ଦେଇ ସ୍ମମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଯାଜପୁର ଜିଲ୍ଲାର ଟପର ଛାତ୍ରୀଙ୍କୁ ବରୀ ନିର୍ବାଚନ ମଣ୍ଡଳୀର ଜନତା ଦଳର ଯୁବନେତା ବିଶ୍ୱରଂଜନ ମଲିକ ଛାତ୍ରୀଙ୍କ ବାସଭବନରେ ପହଁଞ୍ôଚ ସମ୍ବର୍ଦ୍ଧିତ କରିବା ସହିତ ଶ୍ରୀ ମଲିକ ଟପର ଛାତ୍ରୀଙ୍କୁ ଲ୍ୟାପଟପ ଉପହାର ଦେଇଥିଲେ । ଅଶୋକ ଦାସ ଫାଉଣ୍ଡେସନର ସଭାପତି ଭବପ୍ରଶାଦ ଦାସ, ରାଜ୍ୟ ବିଜେଡି ସଂପାଦକ ବିଶ୍ୱରଂନ ମଲିକ ସ୍ନେହାଶ୍ରୀଙ୍କ ଘରେ ପହଁଞ୍ଚ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଲ୍ୟାପଟପ ପ୍ରଦାନ କରିଥିଲେ । ବୋହୁ ରାଜନୈତିକ ନେତା ଯୋଗଦାନ କରିଥିଲେ । ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ସୁନନ୍ଦା ଦାସ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ୩ ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ । ତାଙ୍କର ଦିର୍ଘ ଜୀବନ କାମନା କରିବା ସହିତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଜଣେ ଆଇଏସ ଅଫିସର ହେବାଲାଗି ଶ୍ରୀମତୀ ଦାସ ପରାମର୍ଶ ଦେଇଥିଲେ । ଛାତ୍ରୀ ଶୁଶ୍ରୀ ସ୍ନେହାଶ୍ରୀ ଜେନାଙ୍କୁ ବିଦ୍ୟାଳୟ ପଂଚାୟତ ହାଇସ୍କୁଲ ପକ୍ଷରୁ ପ୍ରଧାନ ଶିକ୍ଷକ ନିର୍ମଳ ଚନ୍ଦ୍ର ଜେନା, ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଗିରି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷା କମିଟିର କର୍ମଚାରୀ ମାନେ ବରୀ ମାଟିର ଗର୍ବ ଗୌରବ ଆଣିଦେଇଥିବା ଯାଜପୁର ଜିଲ୍ଲାରୁ ଛାତ୍ରୀ ଶୁଶ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts

About The Author

Add Comment