ଯାଜପୁର, ତା ୦୧ା୦୨ା୨୦୨୩ ରିଖ :ଯାଜପୁର ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପେଂବୃୟାରୀ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ଊକ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ପାଣି ପଞ୍ଚାୟତ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଦୁଖବନ୍ଧୁ ନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରି କହିଲେ ଯେ, ପାଣି ପଞ୍ଚାୟତ ସଚେତନତା ରଥ ଜିଲ୍ଲାର ପ୍ରତ୍ୟେକ ବ୍ଳ୍କ ଓ ପଞ୍ଚାୟତକୁ ଯାଇ ପରିଭ୍ରମଣ କରି ବିଭିନ୍ନ ସଚେତନତାମୂଳକ ବାର୍ତ୍ତା ପ୍ରଚାର କରିବ । ଚାଷୀ, କୃଷକ ମାନେ କିପରି ଚାଷ ଜମିରେ ଜଳସେଚନ କରିବେ ସେ ସମ୍ୱନ୍ଧରେ ବସ୍ତୃତ ତଥ୍ୟ ରଥ ମାଧ୍ୟମରେ ପାଇବା ସହ କ୍ଷେତର ଉପରମୁଣ୍ଡ ଓ ତଳମୁୁଣ୍ଡ ସମସ୍ତ ସ୍ଥାନରେ ପାଣି ଯେପରି ସହଜରେ ପହଞ୍ଚି ଜଳସେଚିତ ହୋଇପାରିବ ସେଥିପାଇଁ କୃଷକ ଭାଇମାନେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ ସେହିପରି କେନାଲ, ଶାଖା କେନାଲ ଗୁଡିକର ରକ୍ଷଣାବେକ୍ଷଣ ଓ ଜଳସେଚନକୁ ସୁଚାରୁ ରୂପେ କ୍ଷେତରେ ପହଞ୍ଚାଇବା ନିମନ୍ତେ ପାଣି ପଞ୍ଚାୟତ ଗୁଡିକ ତତ୍ପରତା ଓ ଆଗ୍ରହର ସହ ଚଳିତ ରବି, ଡାଳୁଅ ଚାଷ ସହ ଅନ୍ୟାନ୍ୟ ପଂସଲକୁ ପଂଳପ୍ରସୂ କରାଇବାକୁ ଅତିରିକ୍ତ ଜିଲ୍ଲାପାଳ ବର୍ତ୍ତା ପ୍ରଦାନ କରିଥିଲେ । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ ଇଂ. ଶରତ ଚନ୍ଦ୍ର ଘଡାଇ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ଏବଂ ଜିଲ୍ଲା କାର୍ଯ୍ୟାଳୟ ଓ ଜଳ ସମ୍ପଦ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ଜିଲ୍ଲାରେ ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ପାଣିପଞ୍ଚାୟତ ସଚେତନତା ରଥ ପରିଭ୍ରମଣର ଶୁଭାରମ୍ଭ
|
February 1, 2023 |



