ଯାଜପୁର ସଦର, ୦୧ା୦୨: ଆଇଏଏସ ସ୍ତରରେ ରାଜ୍ୟ ସରକାର ଜିଲ୍ଲାପାଳ ମାନଙ୍କୁ ଦାୟୀତ୍ୱ ଦେଇଥିବା ବେଳେ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂରାଠୋର ପଂଚାୟତ ରାଜ ଯୁଗ୍ମ ସଚିବ ଭାବରେ ବଦଳି ହେବାରୁ ଯାଜପୁରକୁ ନୂତନ ନିଲ୍ଲାପାଳ ଭାବେ ଆଏଏସ ଟପର ଶୁଭଙ୍କର ମହାପାତ୍ର ଗତକାଲି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କରି ଯାଜପୁର ଜିଲ୍ଲାପାଳ ଭାବରେ ମାଙ୍କ ଠାରୁ ଆଶ୍ରୀର୍ବାଦ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଞ୍ôଚବା ପରେ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ନୂତନ ଜିଲ୍ଲାପାଳଙ୍କୁ ପାଛୋଟି ନେବା ସହିତ ଭାରପ୍ରାପ୍ତ ଶୁଭେନ୍ଦୁ କୁମାର ସାମଲଙ୍କ ଠାରୁ ଦାୟୀତ୍ୱ ଗ୍ରହଣ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଆଇଏଏସ ଟପର ଶୁଭଙ୍କର ମହାପାତ୍ର ମହାନଗରି ରାଉରକେଲାରେ ମହାନଗର ନଗମର ଆୟୁକ୍ତ ଭାବେ କାର୍ଯ୍ୟକରି ରାଉରକେଲା ବାସୀଙ୍କର ପ୍ରିୟ ପାତ୍ର ହୋଇପାରିଥିଲେ । ଲୋକ ମାନଙ୍କୁ ସେବା ଯୋଗେଇ ଦେବାରେ ଶ୍ରୀ ମହାପାତ୍ର ଯାଜପୁରର ନୂତନ ଜିଲ୍ଲାପାଳ ଭାବରେ କିପରି କାର୍ଯ୍ୟକରି ଲୋକଙ୍କର ପ୍ରିୟପାତ୍ର ହୋଇପାରିବେ ନୂତନ ଜିଲ୍ଲାପାଳଙ୍କୁ ଗଣମାଧ୍ୟମ ତରଫରୁ ଶୁଭେତ୍ସା ସହିତ ମା ବିରଜା ନୂତନ ଜିଲ୍ଲାପାଳଙ୍କୁ ସହାୟ ହୁଅନ୍ତୁ ବୋଲି କାମନା କରିଛନ୍ତି ।
ଯାଜପୁର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର କାର୍ଯ୍ୟରେ ଯୋଗଦେଲେ
|
February 3, 2024 |
