ଯାଜପୁର ସଦର, ୩୦ା୦୩: ଯାଜପୁର ଜିଲ୍ଲାରେ ନକଲି ସାର୍ଟିଫିକେଟ ଦେଇ ବିଭିନ୍ନ ବିଭାଗରେ ଚାକରି କରିଥିବା ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ନକଲି ସାର୍ଟିଫିକେଟ ନେଇ ଏକ ର୍ୟାକେଟ ବଲାଙ୍ଗିରରେ କାର୍ଯ୍ୟ କରୁଥିବା ବେଳେ, ୧ ଲକ୍ଷରୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଟ୍ରିକ ସାର୍ଟିଫିକେଟ ଠାରୁ ଆରମ୍ଭ କରି ହଜାର ହଜାର ନକଟି ସାର୍ଟିଫିକେଟ ତିଆରି କରାଯଅଇ ଚଢ଼ା ଦରରେ ବିକ୍ରି କରାଯାଉଥିବା ବେଳେ, ବଲାଙ୍ଗିର ଏସପି ୧୯ ଜଣଙ୍କୁ ଏହି ନକଟି ସାର୍ଟିଫିକେଟ ତିଆରି ଅଭିଯୋଗରେ ଗିରଫ କରାଯିବ ସସହିତ ବ୍ୟବହାର କରାଯାଉଥିବ ମେସିନକୁ ଜବତ କରିଛନ୍ତି । ସେହିପିର କେନ୍ଦ୍ରାପଡ଼ା ଜିଲ୍ଲାରେ ନକଟି ସାର୍ଟିଫିକେଟ ର୍ୟାକେଟ ପୋଷ୍ଟାଲରେ ଚାକିରି କରିବା ପାଇଁ ଦେଇଥିବା ବେଳେ, ଏହି ସାର୍ଟିଫିକେଟ ଯାଞ୍ଚ କରାଯିବାରୁ ନକଟି ବୋଲି ଜଣାପଡ଼ିଥିଲା । ପୋଷ୍ଟାଲ ସୁପରିଟେଣ୍ଡ ସାର୍ଟିଫିକେଟ ଜବତ କରିବା ସହିତ ଆସାମୀ ମାନଙ୍କ ବିରୋଧରେ ଥାନାରେ ଏତଲା କରାଯାଇଥିବା ଜଣାଯାଇଚି । ଯାଜପୁର ଜିଲ୍ଲାରେ କେତେ ନକଟି ସାର୍ଟିଫିକେଟ ଅଛି ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ସହିତ ଯାଜପୁର ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି କରାଯାଉଚି । ଯାହାକି ଯାଜପୁର ଜିଲ୍ଲାରେ ୧୦ଟି ବ୍ଲକରେ ବିଭିନ୍ନ ବିଭାଗରେ ଚାକିରି କରିଥିବା ସନ୍ଧେହ ପରିଶରରକୁ ଆସିଚି । ବଲାଙ୍ଗିରରୁ କେନ୍ଦ୍ରାପଡ଼ ଯାଜପୁର ଜିଲ୍ଲାକୁ ଚେର କେତେ ଲମ୍ବିଚି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ସହିତ ଦୋଷି ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ହେବା ସହିତ ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ବିଭିନ୍ନ ବିଭିନ୍ନ ବିଭାଗରେ ହିତାଧିକାରୀ ମାନେ କାର୍ଯ୍ୟକରୁଥିବା ଏଠାରେ ସୂଚନା ଯୋଗ୍ୟ ଯେ, କିଛି ଦିନ ତଳେ ଯାଜପୁର ଜିଲ୍ଲାରେ ନକଲି ସାର୍ଟିଫିକେଟ ଦେଇ ପ୍ରଶାସନ ନଜରୁକୁ ଆସିଥିଲା । ପ୍ରଶାସନ ପକ୍ଷରୁ କେତେ ଦୂର କାର୍ଯ୍ୟକାରି ସେମାନଙ୍କ ଉପରେ କରାଯାଇଚି ତାହା ସ୍ପଷ୍ଟ ହୋଇନଥିବା ବେଳେ, ପ୍ରଶାସନ ପକ୍ଷରୁ ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି ।
ଯାଜପୁର ଜିଲ୍ଲାରେ ନକଲି ସାର୍ଟିଫିକେଟ କେତେ ଅଛି
|
March 31, 2023 |
