ଯାଜପୁର, ୩୦/୧୧/୨୦୨୧ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲାରେ ଜଣେ ତହସିଲଦାରଙ୍କ ମାଡ଼ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ, ଡ୍ରାଇଭର ସଂଘ ପକ୍ଷରୁ ରାଜପଥ ଅବରୋଧ କରାଯିବା ସହିତ ଉତ୍ତେଜନା ପକ୍ଷରୁ ରାଜପଥ ଅବରୋଧ କରାଯିବା ସହିତ ଉତ୍ତେଜନା ଦେଖା ଦେଇଥିଲା । ଯାହାକୁ ନେଇ ବିବାଦ ଲାଗିଥିବା ବେଳେ, ଘଟଣାରୁ ପ୍ରକାଶ ଯେ, ଯାଜପୁର ଜିଲ୍ଲାର କଳାପଥର ଲୋଡ କରି ଗାଡ଼ି ଡ୍ରାଇଭର ଆସୁଥିବା ବେଳେ, ଧର୍ମଶାଳା ତହସିଲଦାର ଡ୍ରାଇଭରକୁ ମାଡ଼ ମାରିବା ଘଟଣାକୁ ନେଇ ଯାଜପୁର ଥାନା ଅଞ୍ଚଳରେ ଉତ୍ତଜନା ଦେଖାଦେଇଥିଲା । ଘଟଣା ସ୍ଥଳରେ ଖବର ପାଇ ଶହଶହ ଡ୍ରାଇଭର ଘଟଣା ସ୍ଥଳରେ ପହଁଞ୍ଚô ଏହା ପ୍ରତିବାଦ କରିଥିଲେ । ତହସିଲଦାର ଏବଂ ତାଙ୍କ କର୍ମଚାରୀଙ୍କୁ ଘେରାଉ କରାଯିବା ସହିତ ୫୩ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଗାଡ଼ି କାଗଜ ପତ୍ର ଯାଞ୍ଚ କରିବା ସହିତ ମାଡ଼ ମାରିବା ପାଇଁ ତୁମକୁ କିଏ ଅଧିକାର ଦେଲାବୋଲ ଡ୍ରାଇଭର ସଂଘ ପକ୍ଷରୁ ପ୍ରଶ୍ନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଧର୍ମଶାଳା ତହସିଲଦାର ଜେନାପୁର ଥାନା ନିକଟସ୍ଥ ବରଡ଼ା ମୌଜା କ୍ରସର ରାସ୍ତାରେ ଧର୍ମଶାଳା ତହସିଲଦାର ସ୍ୱାଗତ ଦାସଙ୍କ ନେତୃତ୍ୱରେ ରାଜସ୍ୱ କର୍ମଚାରୀମାନେ କଳା ପଥର ପରିବହନ କରୁଥିବା ଗାଡ଼ି ଯାଞ୍ଚ କରୁଥିବା ବେଳେ, ୪୫ରୁ ଉର୍ଦ୍ଧ ଟ୍ରକକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରୁଥିବା ବେଳେ, ଗାଡ଼ ମାନଙ୍କର କାଗଜ ନଥିବାରୁ ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ ଗାଡ଼ି ଗୁଡ଼ିକୁ ଥାନାକୁ ନେବା ପାଇଁ କହିଥିବା ବେଳେ, ଦୁଇଟି ଗାଡ଼ିର ଡ୍ରାଇଭରଙ୍କ ଠାରୁ ନକଟି କାଗଜ ପତ୍ର ତହସିଲଦାର ଜବତ କରିଥିଲେ । ଏହି ସମୟରେ କଳାପଥର ପରିବହନ କରୁଥିବା ରାମଚନ୍ଦ୍ରପୁର ଗ୍ରାମର ଡ୍ରାଇଭର ବିକାଶ କରଣ(୨୪), ଡ୍ରାଇଭର ଅଲେଖ କରଣ(୪୫) ଧର୍ମଶାଳା ତହସିଲଦାର ମାଡ଼ମାରିବା ସହିତ ଗାଳି ଦେଇଥିଲେ । ଦୁଇ ଡ୍ରାଇଭର ତହସିଲଦାର ମାରିବା ଘଟଣା ଅଭିଯୋଗ ଆଣିଥିବା ବେଳେ, ଖବର ପାଇ ଡ୍ରାଇଭର ସଂଘ ପହଁଞ୍ଚô ଜଳଖିଆ ଖାଉଥିବା ତହସିଲଦାର ଓ ରାଜସ୍ୱ ଅଧିକାରୀଙ୍କୁ ଡ୍ରାଇଭର ସଂଘ ପକ୍ଷରୁ ପଚରା ଯାଇଥିଲା । ତହସିଲଦାରଙ୍କ ଗାଡ଼ି ଆଗରେ ଡ୍ରାଇଭର ମାନେ ଧାରଣା ଦେଇଥିଲେ । ୫୩ ନଂ ଜାତୀୟ ରାଜପଥରେ ଡ୍ରାଇଭର ମାନେ ପାଲ ପକାଇ ରାସ୍ତା ଅବରୋଧ କରିଥିଲେ । ୫ଶହରୁ ଉର୍ଦ୍ଧ ଡ୍ରାଇଭର ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ପରିସ୍ଥିତି ଅଣାୟତ ଦେଖି ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ, ରାଜସ୍ୱ ଅଧିକାରୀମାନେ ଜିଲ୍ଲାପ୍ରଶାସନକୁ ଜଣାଇବା ସହିତ ଘଟଣା ସ୍ଥଳରେ ଯାଜପୁର ଏସଡିପିଓ ଚିନ୍ମୟ ନାୟକ, ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଘଟଣା ସ୍ଥଳରେ ପହଁଞ୍ଚô ଡ୍ରାଇଭର ସଂଘ ସହିତ ଆଲୋଚନା କରିବା ସହିତ ଚରେଇଧରା ଫାଣ୍ଡିରେ ଆଲୋଚନା କରିବାକୁ କହିଥିଲେ । ପ୍ରଶାସନ ପକ୍ଷରୁ ଆଲୋଚନା ପାଇଁ ସ୍ତିର କରାଯାଇଥିଲା । ଏହା ପରେ ରାସ୍ତା ଅବରୋଧ ହଟିଥିଲା । ଚରେଇଧରା ଫାଣ୍ଡିରେ ଡ୍ରାଇଭର ମାନେ ପହଁଞ୍ଚô ସେଠାରେ ଅନେକ ସମୟ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା ହୋଇଥିଲା । ଆଲୋଚନା ପରେ ମାଡ଼ ଖାଇଥିବା ଡ୍ରାଇଭର ଏବଂ ତହସିଲଦାରଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଥିବା ବଳେ, ଡ୍ରାଇଭର ଏହା ପ୍ରକାଶ କରିଥିଲେ । ଯାଜପୁର ଉପଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର ଚରେଇଧରା ଫାଣ୍ଡିରେ ପହଁଞ୍ଚô ତହସିଲଦାର ଏବଂ ପୋଲିସ ଏବଂ ଚାଳକ ସଂଘ ସହିତ ଆଲୋଚନା କରିବା ପରେ ଉତ୍ତେଜନା ଶାନ୍ତ ପଡ଼ିଥିଲା ।
ଯାଜପୁର ଜିଲ୍ଲାରେ ତହସିଲଦାରଙ୍କ ମାଡ଼ ଘଟଣାକୁ ନେଇ ଅବରୋଧ
|
November 30, 2021 |