ଯାଜପୁର, ୨୩/୦୧/୨୦୨୨ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାରେ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ, ପୋଲିସ ଆଖିରେ ଧୁଳି ଦେଇ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ, ଅବକାରୀ ବିଭାଗ ଟେର ପାଉନଥିବା ଦେଖିବାକୁ ମିଳିଚି । ତମର ଅଧିକୁ ଆମର ଅଧେ ରାଧେ ରାଧେ ଭାଗ ହେଉଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ଯାଜପୁର ସଦରଥାନା ଖଣ୍ଡାସ ଛକ ନିକଟରୁ ଗଞ୍ଜେଇ ବାଇକ ବାପ ପୁଅ ନେଇ ଯାଉଥିବା ବେଳେ, ସଦର ଥାନା ଆଇଆଇସି ମାନସ ରଂଜନ ଚକ୍ରଙ୍କ ନେତୃତ୍ୱରେ ସଦର ଥାନା ଏସଆଇ ଲକ୍ଷ୍ମୀପ୍ରିୟା ମୁଦୁଲି ପେଟ୍ରୋଲିଙ୍ଗ କରୁଥିବା ସମୟରେ କୁଆଖିଆ ଥାନା ନିକଟସ୍ଥ ରାଜେନ୍ଦ୍ରପୁର ଥାନା ନିକଟସ୍ଥ ରାଜେନ୍ଦ୍ରପୁର ଗ୍ରାମର ଅଭିମନ୍ୟୁ ସର(୬୫) ତାଙ୍କ ପୁଅ ଅଜୟ ସର(୨୭) ଗଞ୍ଜେଇ ନେଇ ଯାଉଥିବା ବେଳେ, ଏସଆଇ ଲକ୍ଷ୍ମୀପ୍ରିୟା ମୁଦୁଲିଙ୍କର ସନ୍ଧେହ ହେବାରୁ ବାପ ପୁଅକୁ ଅଟକାଇବା ସହିତ ଗାଡ଼ିକୁ ଯାଞ୍ଚ କରିଥିଲେ । ଏକ ବ୍ୟାଗରେ ୩ କିଲୋ ଗଞ୍ଜେଇ ଥିବା ଏସଆଇ ଦେଖିବାରୁ ବାଇକକୁ ଜବତ କରିବା ସହିତ ବାପ ପୁଅକୁ ଗିରଫ କରିଥିବା ଜଣାଯାଇଚି । ସଦର ଥାନାରେ ଏକ ମାମଲା ରୁଜୁ କରାଯାଇ ଅବକାରୀ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଚି । ଗାଡ଼ିକୁ ଜବତ କରିବା ସହିତ ପୁଅ, ବାପକୁ ଗିରଫ କରାଯାଇଥିଚି ।
ଯାଜପୁର ଜିଲ୍ଲାରେ ଚୋରାରେ ଗଞ୍ଜେଇ ଚାଲାଣ
|
January 23, 2022 |
