ଯାଜପୁର ଜିଲ୍ଲାରେ ଉଠାଜଳସେଚନ ବିଭାଗରେ ହରିଲୁଟ

Spread the love

ଯାଜପୁର, ୩୦/୫ (ସନ୍ଧାନ ନିୟୁଜ) ଉଠା ଜଳସେଚନ ବିଭାଗରେ ଆଖିବୁଜା ଦୁର୍ନିତି ପାଇଁ ସରକାରଙ୍କ ବହୁଲକ୍ଷ ଟଙ୍କା ହଡପ ହେଉଥିବାରୁ ଚାଷୀମାନେ ଜମିକୁ ଜଳ ନପାଇ ଦଃୁଖରେ ଜୀବନ ବିତାଉଛନ୍ତି । ଏଥିପାଇଁ ଜନପ୍ରୀୟ ରାଜ୍ୟ ସରକାର ମଧ୍ୟ ପ୍ରଶ୍ନବାଚୀ ଓ ଚାଷୀ ଆକ୍ରୋଶର ଶୀକାର ହେଉଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚାରଗୋଠ ଗ୍ରାମର ଚାଷୀ ଗଣେଶ୍ୱର ସ୍ୱାଇଁ ଏଥିପାଇଁ ଦୀର୍ଘ ୫ ବର୍ଷ ଧରି ଦୁର୍ଦ୍ଦଶା ଭୋଗୁଥିବା ବେଳେ ଉଠା ଜଳସେଚନ ବିଭାଗ ଏଥିନେଇ କେବଳ ଆଖିବୁଜି ଦେଇନାହିଁ ବରଂ ଏ ବାବଦରେ ମଧ୍ୟ ଫଲ୍ସ ବିଲ କରି ଟଙ୍କା ହଡପ କରିବାର ଦଃୁସାହସ କରିଛି । ତାଙ୍କର ଜମିରେ ହୋଇଥିବା ବୋରିଂରୁ ଆଦୌ ଜଳ ଜମିକୁ ମାଡୁ ନଥିବା ବେଳେ ଖୋଳା ହୋଇଥିବା ବୋରିଂ ମଧ୍ୟ ପାଣି ଲେବୁଲକୁ ଯାଇନାହିଁ । ବୋରିଂରେ ମଟର ମଧ୍ୟ ପକାଯାଇ ନାହିଁ । ହେଲେ ବିଭାଗ ଏ ବାବଦରେ ଫଳ୍ସ ବିଲ କରି ନେଇଛି । ଅନ୍ତତ ପକ୍ଷେ ଏଭଳି ଗୋଟିଏ ଗୋଟିଏ ଘଟଣାକୁ ବିଭାଗ ଦୃଷ୍ଟାନ୍ତ ଭାବେ ଗ୍ରହଣ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସରକାରୀ କଳ ଅଧିକ ଲୋକାଭିମୁଖୀ ହୋଇପାରନ୍ତା । ଏ କ୍ଷେତ୍ରରେ ଦୃଷ୍ଟାନ୍ତ ମୂଳକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏହି ଚାଷୀ ଜଣକ ମୁଖ୍ୟମନ୍ତ୍ରୀଙ୍କ ଓ ଜଳସମ୍ପଦ ବିଭାଗ ସଚିବଙ୍କ ନିକଟରେ ଗତ ତା୧୦.୦୫.୧୯ ରିଖରେ ସମସ୍ତ ତଥ୍ୟଗତ ପ୍ରମାଣ ସହ ଅଭିଯୋଗ ପରେ ବି ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏପରିକି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଥିନେଇ କାର୍ଯ୍ୟାନୁଷ୍ଠାନ ପାଇଁ ଜଳସମ୍ପଦ ବିଭାଗକୁ ନିଦେ୍ର୍ଦଶ ଆସିଛି । ହେଲେ ଯାଜପୁର ଜିଲ୍ଲାର ବିଭାଗୀୟ ଅଧିକାରୀ ଏହାକୁ ମାଡି ବସିଛନ୍ତି । ଏହି ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Report- Prasanta Samal

Related Posts

About The Author

Add Comment