ଯାଜପୁର ଜିଲ୍ଲାରେ ଇଦ ପର୍ବ ପାଳିତ

Spread the love

ଯାଜପୁର ସଦର, ୧୩ା୦୪: ଯାଜପୁର ଜିଲ୍ଲାରେ ଇଦ ପର୍ବ ପାଳନ କରାଯାଇଥିଲା । ଏହି ଅବସରରେ ମୁସଲମାନ ଭାଇ ଓ ଭଉଣୀ ମାନେ ୧ମାସ ଧରି ରୋଜା ରଖିବା ସହିତ ଚାନ୍ଦ ଦେଖିଲେ । ରୋଜା ପାଳନ କରାଯାଇଥିଲା । ମୁସଲମାନ ଭାଇ ମାନେ ୧ ମାସ ଉପବାସ ରଖିବା ସହିତ ଇଦ ପର୍ବ ବିଭିନ୍ନ ମହଜିଦ ମାନଙ୍କରେ ପାଳନ କରାଯାଇଥିଲା । ବିଭିନ୍ନ ମହଜିତରେ ନମାଜ ପାଠ କରିବା ସହି ତଇଦ ପର୍ଭ ପାଳନ ହୋଇଥିଲା । ରସୁଲପୁର ବ୍ଲକର ବ୍ରହ୍ମବରଦା ପଂଚାୟତ ଏବଂ ମହେଶ୍ୱରପୁର ପଂଚାୟତରେ ପାଳନ କରାଯାଇଥିଲା । ଇଦ ମୁବାରକ ଭାଇ ଚାରା ଜଣାଇବା ସହିତ ନୂତନ ବସ୍ତ୍ର ପରିଧାନ କରି ଇଦକା ପଡ଼ିଆରେ ସମସ୍ଥ ମୁସଲମାନ ଭାଇ ଭଉଣୀ ମାନେ ମହଜିଦରେ ପହଁଞ୍ôଚ ନମାଜ ପାଠ କରିବା ସହିତ ପରଷ୍ପରକୁ ଇଦ ମୁବାର ଜଣାଇଥିଲେ । ବ୍ରହ୍ମବରଦା ଏବଂ ମହେଶ୍ୱରପୁର ପଂଚାୟତରେ ଭାଇଚାରା ଅକ୍ଷୁର୍ଣ୍ଣ ରଖିବା ଲାଗି ଆଲ୍ଲାଙ୍କ ନିକଟରେ ମୁସଲମାନ ଭାଇମାନେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ବରୀ ନର୍ବାଚନ ମଣ୍ଡଳୀର ବହୁ ରାଜନୈତିକ ନେତାମାନେ ଯୋଗଦେଇଥିବା ବେଳେ, ମୁସଲମାନ ଭାଇ ମାନଙ୍କୁ ଶୁଭେତ୍ସା ଜଣାଇଥିବା ବେଳେ, ଭାରତୀୟ ଜନତା ପାର୍ଟିର ଭାଜପା ନେତା ଉମେଶ ଜେନା ଯୋଗଦେଇଥିଲେ । ସେହିପରି ବିଜେଡ଼ି ରାଜ୍ୟ ସମ୍ପାଦକ ବିଶ୍ୱ ମଲିକ ଯୋଗଦେଇଥିବା ବେଳେ, ବିଜେଡ଼ି ଯୁବନେତା ସଂଜିବ ଜେନା, କଂଗ୍ରେସ ମହିଲା ନେତ୍ରୀ ଆରତୀ ଦେଓ ଯୋଗଦେଇଥିବା ବେଳେ, ୩୬ ନଂ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ବିଶ୍ୱାଳ, ବରୀ ବିଜେଡ଼ି ନେତା ଦେବେନ୍ଦ୍ର ଦାସ, ବ୍ରହ୍ମବରଦା ସରପଂଚ ମମତା ଶୁଭଦର୍ଶିନୀ ଦେଓ, ମହେଶ୍ୱାପୁର ସରପଂଚ ଝରଣା ପାତ୍ର, ଶ୍ରମିକ ନେତା ପ୍ରଦିପ ଦାସ, ରାକେଶ ଦେଓ, ଉଦୟଭାନୁ ଦେଓ, ଶ୍ରୀକାନ୍ତ ଦାସ, ହିମାଂଶୁ ନାୟକ, ଅତୁଲ୍ୟ ରାଉତ, ଅମୂଲ୍ୟ ରାଉତ, ରମେଶ ବଟ, ପ୍ରଶାନ୍ତ ରାଉତ, ଚିତ୍ତରଂଜନ ଦାସ, ବିଜେଡ଼ି ଛାତ୍ର ସଭାପତି ଦିନବନ୍ଧୁ ରାଉତ, ବ୍ରହ୍ମବରଦା ପଂଚାୟତର ବରିଷ୍ଠ ନାଗରିକ ଏବଂ ସାମ୍ବାଦିକ ମାନେ ଯୋଗଦାନ କରିଥିଲେ ।

Related Posts

About The Author

Add Comment